ଓଡିଶା

odisha

ETV Bharat / sukhibhava

ବର୍ଷା ଋତୁରେ ବଢିଥାଏ ଶ୍ବାସରୋଗୀଙ୍କ ସମସ୍ୟା, ଏହି କାରଣ କହିଲେ ବିଶେଷଜ୍ଞ - ମୌସୁମୀ

ବର୍ଷା ଋତୁ ଅର୍ଥାତ ଜୁଲାଇ ଏବଂ ଅଗଷ୍ଟ ମାସରେ ବଢିଥାଏ ଶ୍ବାସରୋଗୀଙ୍କ ସମସ୍ୟା । ଜାଣନ୍ତୁ ଏହାର କାରଣ

respiratory diseases
respiratory diseases

By

Published : Jul 10, 2023, 12:20 PM IST

ହାଇଦ୍ରାବାଦ:ସମଗ୍ର ଦେଶରେ ସକ୍ରିୟ ରହିଛି ମୌସୁମୀ । ରାଜଧାନୀ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି, ଯେଉଁ କାରଣରୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବର୍ଷା ଋତୁ ଧରାପୃଷ୍ଠକୁ ଶୀତଳ କରିବା ସହ ଅନେକ ରୋଗ ଆଣିଥାଏ, ବିଶେଷତଃ ଦୂଷିତ ଜଳ ଜମା ହେବା କାରଣରୁ ମଶା ଦ୍ବାରା ଅନେକ ରୋଗ ହୋଇଥାଏ ।

ଏହି ସମୟରେ, ଏକ ଅଧ୍ୟୟନରେ ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଛନ୍ତି ଯେ, ଯେଉଁ ସ୍ଥାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇପାରେ କିମ୍ବା ଏହାର ଆଶଙ୍କା ରହିପାରେ ସେହି କ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ବନ୍ୟା ଦ୍ୱାରା ଅନେକ ପ୍ରକାରର ଶ୍ୱାସ ରୋଗର ଆଶଙ୍କା ବଢାଇଥାଏ । ତେବେ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହେଉଥିବ ଯେ, ବନ୍ୟା ଯୋଗୁଁ ଶ୍ୱାସ ରୋଗର ଆଶଙ୍କା ବୃଦ୍ଧି ହୋଇପାରେ କି ଏବଂ ଯଦିଓ କିଛି ଉତ୍ତର ହଁ ଆସେ ତେବେ ଏହା କିପରି ହୋଇଥାଏ ? ଏନେଇ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ହାର୍ଭାର୍ଡ ହେଲଥର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ବନ୍ୟା ପରିସ୍ଥିତି କେବଳ ଡେଙ୍ଗୁ-ମ୍ୟାଲେରିଆ ଏବଂ ଦୂଷିତ ଜଳ ଦ୍ୱାରା ପେଟ ରୋଗର ଆଶଙ୍କା ସୃଷ୍ଟି କରେ ନାହିଁ, ବରଂ ଶ୍ୱାସ ରୋଗ ଏବଂ ଆଲର୍ଜି ଭଳି ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ ମଧ୍ୟ ବୃଦ୍ଧି କରିଥାଏ ।

ବନ୍ୟା ପରିସ୍ଥିତିରେ ଶ୍ୱାସ ରୋଗର ଆଶଙ୍କା ବୃଦ୍ଧି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବନ୍ୟା ହେବା ଦ୍ବାରା ବିଷାକ୍ତ ରାସାୟନିକ ପଦାର୍ଥ, କୀଟନାଶକ, ବାୟୋଟକ୍ସିନ ଏବଂ ଜଳ ଦ୍ବାରା ଜୀବାଣୁ ଘରେ ପ୍ରବେଶ କରନ୍ତି । ଏହି ବିଷାକ୍ତ ପଦାର୍ଥଗୁଡ଼ିକ ବନ୍ୟାଜଳ କମିଯିବା ପରେ ମଧ୍ୟ ଶୁଖିଲା ଅଂଶରେ ରହିଥାଆନ୍ତି । ଜାଗା ଶୁଖିଯିବା ସହିତ ଏହି କ୍ଷତିକାରକ ପଦାର୍ଥ ଧୂଳିରେ ପରିଣତ ହୁଏ ଏବଂ ବାୟୁରେ ଘୁରି ବୁଲିଥାଆନ୍ତି। ଏହି ଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ଏହି ପଦାର୍ଥ ଫୁସଫୁସରେ ପହଞ୍ଚି ଗୁରୁତର ଶ୍ବାସକ୍ରିୟା ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବୃଦ୍ଧି କରିଥାଏ।

ଫଙ୍ଗସ ଯୋଗୁଁ ବିପଦ ବୃଦ୍ଧି ପାଇଥାଏ: ଦ୍ୱିତୀୟ ବିପଦ ବନ୍ୟା ପରେ ବିକଶିତ ହେଉଥିବା କବକ ଯୋଗୁଁ ସମସ୍ୟା ବା ରୋଗ ହୋଇଥାଏ। ଆର୍ଦ୍ର ଜାଗାରେ ଫଙ୍ଗସର ମାତ୍ରା ବୃଦ୍ଧି ପାଇଥାଏ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କବକର ସଂସ୍ପର୍ଶରେ ଆସିବା ଦ୍ୱାରା ଶ୍ୱାସକ୍ରିୟା ଜଟିଳ ହୋଇପାରେ ଯେପରିକି ଆସ୍ଥମା, ଆଲର୍ଜି ରାଇନାଇଟିସ୍ ଏବଂ ସାଇନୁସାଇଟିସ ଭଳି ସମସ୍ୟା ହୋଇପାରେ । ବନ୍ୟା ନିଜ ସହିତ ଅନେକ ରୋଗ ଆଣିଥାଏ, ବିପଦ ସରିଯିବା ପରେ ମଧ୍ୟ ବିପଦ ରହିଥାଏ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ଏହା ମଧ୍ୟ ପଢନ୍ତୁ: ଆମେରିକା ପରେ କାନାଡାରେ ଛୋଟପିଲାଙ୍କୁ ବ୍ୟାପୁଛି RSV, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ଏଭଳି ସତର୍କତା ରହିବା ଆବଶ୍ଯକ: 2021 ମସିହାରେ ଆମେରିକାର ନିଉ ଅର୍ଲିଅନରେ କରାଯାଇଥିବା ଅନୁସନ୍ଧାନ ପରେ କିଛି ତଥ୍ୟ ଜଣାପଡିଥିଲା । ଯାହାକି ଚିନ୍ତାର କାରଣକୁ ବଢାଇଥିଲା । ଏହି କାରଣରୁ ସ୍ଥାନୀୟ ଲୋକଙ୍କ ଶ୍ୱାସକ୍ରିୟା ଉପରେ ଅତ୍ୟଧିକ ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଯେଉଁ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅଛି, ସେମାନଙ୍କୁ ପୂର୍ବରୁ ସଚେତନ ରହିବା ଆବଶ୍ୟକ। ପରିବେଶ ସୁରକ୍ଷା ଏଜେନ୍ସିମାନେ ବନ୍ୟା ଜଳ ସହିତ ଲୋକଙ୍କ ସମ୍ପର୍କକୁ ହ୍ରାସ କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିବା ପାଇଁ ଅନୁସରଣ କରାଯାଇପାରିବ ।

  • ବନ୍ୟାଜଳ ପ୍ରବେଶ କରିଥିବା ଅଞ୍ଚଳରେ କୋଠା ଗୁଡିକ ଭଲ ଭାବେ ଶୁଖିବା ପର୍ଯ୍ୟନ୍ତ ସେହି ସ୍ଥାନଠାରୁ ଦୂରେଇ ରହିବା ଆବଶ୍ୟକ।
  • ବନ୍ୟା ପରେ ବ୍ୟବହାର କରୁଥିବା ପାନୀୟ ଜଳକୁ ଯାଞ୍ଚ କରିବା ଆବଶ୍ୟକ
  • ବନ୍ୟା ଜଳ ନିଷ୍କାସନ କରିବା ସହ ବ୍ଲିଚିଂର ବ୍ୟବହାର କରିବା ଉଚିତ ଅଟେ
  • ସମସ୍ତ ଝରକା ଏବଂ କବାଟକୁ ଖୋଲା ରହିବା ଆବଶ୍ୟକ
  • ବେସମେଣ୍ଟ ପରି ଆର୍ଦ୍ର ସ୍ଥାନରେ ଏକ ହ୍ୟୁମିଡିଫାୟାରର ବ୍ୟବହାର କରନ୍ତୁ
  • ଯେଉଁମାନଙ୍କର ଶ୍ବାସକ୍ରିୟା ସମସ୍ୟା ରହିଛି, ସେମାନେ ଏପରି ପାଗରେ ଅଧିକ ସତର୍କ ହେବା ଆବଶ୍ୟକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details