ହାଇଦ୍ରାବାଦ: ସାଧାରଣତଃ ଶୀତଋତୁରେ ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ । ଜଟିଳ ସମସ୍ୟା ମଧ୍ୟରେ ଏହି ଋତୁରେ ଅଧିକ ହୃଦଘାତ ହୋଇଥାଏ । ନିକଟରେ ଉତ୍ତର ପ୍ରଦେଶର କାନପୁରରେ ଶତାଧିକ ଲୋକ ହୃଦଘାତରେ ପ୍ରାଣ ହରାଇବା ଘଟଣା ସାମ୍ନାକୁ ଆସିଥିଲା । ସବୁଠୁ ବଡ କେଥା ହେଉଛିକି ପୂର୍ବରୁ 60ରୁ ଅଧିକ ବୟସ ବର୍ଗର ଲୋକଙ୍କର ହୃଦଘାତ ଆସୁଥିଲା, ମାତ୍ର ବର୍ତ୍ତମାନ ଯୁବପିଢି(30-40) ମଧ୍ୟ ଏହାର ଶିକାର ହେଉଛନ୍ତି । ଯୌବନରେ ହୃଦଘାତର ଅନେକ କାରଣ ଥାଇପାରେ । ଯାହାକୁ ଆମେ ପ୍ରାୟତଃ ଅଣଦେଖା କରନ୍ତି । ତେବେ ଆଜିର ଆର୍ଟିକିଲରେ କେଉଁ କାରଣରୁ ଅଳ୍ପ ବୟସରେ ହୃଦଘାତ ହୋଇପାରେ, ସେନେଇ ଆଲାଚନା କରିବା...
ଅସ୍ୱାସ୍ଥ୍ୟକର ଖାଦ୍ୟ:-ଅଧିକାଂଶ ଯୁବକ ସୁସ୍ଥ ଖାଦ୍ୟ ବଦଳରେ ଫାଷ୍ଟଫୁଡ୍, ଥଣ୍ଡା ପାନୀୟ ଅଧିକ ପିଇଥାଆନ୍ତି, ଯାହା ହୃଦଘାତ ସହିତ ଜଡିତ ରୋଗଗୁଡିକୁ ନିମନ୍ତ୍ରଣ କରିଥାଏ । ଏଥି ସହିତ ଚର୍ବିଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଏ । ଏହା ମଧ୍ୟ ହୃଦୟ ପାଇଁ ଅତ୍ୟନ୍ତ ବିପଜ୍ଜନକ । ହୃଦଘାତକୁ ଏଡାଇବା ପାଇଁ, ଏହି ସବୁ ଜିନିଷକୁ ଖାଦ୍ୟରୁ ବାଦ୍ ଦିଅନ୍ତୁ ।
ଆଦୌ ବ୍ୟାୟାମ ନ କରିବା:-ଦୈନିକ କିଛି ସମୟ ବ୍ୟାୟାମ କରିବା ଦ୍ବାରା ଅନେକ ରୋଗକୁ ଦୂର କରିପାରିବେ । ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ଯେଉଁମାନଙ୍କର ଶାରୀରିକ କାର୍ଯ୍ୟକଳାପ କମ୍ ସେମାନେ ମେଦବହୁଳତା, ଉଚ୍ଚ ବିପି, ଡାଇବେଟିସ୍ ଭଳି ରୋଗର ଶିକାର ହୁଅନ୍ତି । ତେଣୁ, ପ୍ରତିଦିନ ଅତି କମରେ 30 ମିନିଟ୍ ବ୍ୟାୟାମ କରିବା ଦ୍ବାରା ହୃଦୟ ସ୍ବାସ୍ଥ୍ୟ ଉନ୍ନତ ହୋଇଥାଏ । ମାତ୍ର ମନେ ରଖନ୍ତୁ, କମ୍ ସମୟରେ ଫିଟ୍ନେସ୍କୁ ଆକର୍ଷଣୀୟ କରିବା ପାଇଁ ଆଦୌ ଅତ୍ୟଧିକ ବ୍ୟାୟାମ କରନ୍ତୁ ନାହିଁ । ବ୍ୟାୟାମ ଏକ ପ୍ରକ୍ରିୟା, ଏହା ଧୀରେ ଧୀରେ ପ୍ରଭାବ ପକାଇଥାଏ, ହେଲେ ଅଧିକ ସମୟ ଶାରୀରିକ ପରିଶ୍ରମ କରିବା ଦ୍ବାରା ହୃଦୟ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ।