ହାଇଦ୍ରାବାଦ: ଆଜିର ସମୟରେ ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା। ଓଜନ ବୃଦ୍ଧି କେବଳ ବୟସ୍କ କାହିଁକି ଯୁବପିଢିଙ୍କ ଚିନ୍ତାର କାରଣ ମଧ୍ୟ ପାଲଟିଛି । ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଓଜନକୁ ନିୟନ୍ତ୍ରଣ କରିବା ପାଇଁ କିଏ ଜିମ୍ ଯାଉଛି ତ ଆଉ କିଏ ଖାଦ୍ୟକୁ କଣ୍ଟ୍ରୋଲ କରୁଛି । କହିବାକୁ ଗଲେ ଯେଉଁ ଫଳରେ ଶର୍କରା ରହିଥାଏ ତାହା ଡାଏଟରେ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତେ ଶଙ୍କା ପ୍ରକାଶ କରିଥାଆନ୍ତି। କିନ୍ତୁ ଏମିତି କିଛି ଫଳ ରହିଛି ଯାହା ପାଟିକୁ ମିଠା ଲାଗିଲେ ମଧ୍ୟ ତାହାକୁ ଡାଏଟରେ ଅନ୍ତର୍ଭୁକ୍ତ କରିପାରିବେ । ଏମିତି କିଛି ଫଳ ରହିଛି ଯାହା ପାଟିକୁ ମିଠା ଲାଗୁଥିଲେ ହେଁ ଓଜନ କମାଇବାରେ ସାହାଯ୍ୟ କରିଥାଏ। ନଜର ପକାନ୍ତୁ ଓଜନ କମାଇବା ପାଇଁ ଆପଣ କେଉଁ ଫଳ ଖାଇପାରିବେ।
ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ
ବେରି:ବେରି-ଷ୍ଟ୍ରବେରି, ରାସ୍ଫେବେରି ଏବଂ ବ୍ଲୁ-ବେରିରେ ଆପଣ ଇଚ୍ଛା ମୁତାବକ ମଧ୍ୟାହ୍ନ ଭୋଜନ କିମ୍ବା ଜଳଖିଆରେ ସାମିଲ କରିପାରିବେ । ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଏଥରେ ଭିଟାମିନ, ମିନରାଲ୍ସ, ମାଙ୍ଗାନିଜ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ ରହିଥିବା ବେଳେ କ୍ୟାଲୋରୀର ମାତ୍ରା କମ୍ ରହିଥାଏ । ବେରି ଖାଇବା ପାଇଁ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବା ବେଳେ ଆପଣ ଏହାକୁ ସାଲାଡ୍ରେ ମଧ୍ୟ ଖାଇପାରିବେ ।
କମଳା: ଏହି ଫ୍ରୁଟକୁ ଆପଣ ପ୍ରତିଦିନ ଖାଇପାରିବେ । ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସାଲାଡରେ ମଧ୍ୟ ଆପଣ କମଳା ଖାଇପାରିବେ। କମଳାରେ କ୍ୟାଲୋରୀ ଏବଂ ଫାଇବରର ମାତ୍ରା କମ ରହିଥିବା ବେଳେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହାସହ ଏଥିରେ ଭିଟାମିନ ସି' ରହିଥିବାରୁ ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ସହାୟକ ହୋଇଥାଏ ।