ହାଇଦ୍ରାବାଦ:ପ୍ରତ୍ୟେକ ଦିନ କିଛି ଫଳ କିମ୍ବା ଫଳରସ ପିଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଦିନ ଫଳ କିମ୍ବା ରସରୁ ଆରମ୍ଭ କରନ୍ତି । କିନ୍ତୁ ଆପଣ ନିଜ ଶରୀର ହିସାବରେ ସଠିକ୍ ଫଳ ଖାଉଛ କି ? କାରଣ ଅନେକ ଲୋକ ଜାଣନ୍ତି ନାହିଁ ଯେ ସେମାନଙ୍କର କେଉଁ ଫଳରେ ଆଲର୍ଜି ରହିଛି ଏବଂ କେଉଁ ଫଳ ଦ୍ବାରା ଶରୀରକୁ କ୍ଷତି ପହଞ୍ଚୁଛି । ଫଳଗୁଡ଼ିକରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଖାଇବା ପରେ ଶରୀରକୁ ଶକ୍ତି ମିଳିବା ସହ ସତେଜ ରଖିବାରେ ସାହାଯ୍ୟ କରିଥାଏ । ଶରୀର ପାଇଁ ଫଳ ମଧ୍ୟ ଆବଶ୍ୟକ କାରଣ ଏଥିରେ ଥିବା ପ୍ରାକୃତିକ ମିଠା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏବେ ପ୍ରଶ୍ନ ଉଠୁଛି ସକାଳେ ଖାଲି ପେଟରେ ଫଳ କିମ୍ବା ରସ ପିଇବା ଠିକ୍ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ..
ଓଜନ ହ୍ରାସ କରିବାରେ ସହାୟକ ଫଳ:ଫଳ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଉପକାର ହୋଇଥାଏ । ବାସ୍ତବରେ, କହିବାକୁ ଗଲେ ଏହି ଫଳରେ ଅନେକ ଫାଇବର ରହିଥାଏ ଯାହା ପେଟର ହଜମ ପ୍ରକ୍ରିୟାକୁ ଠିକ ରଖିବାରେ ସାହାଯ୍ୟ କରିଥାଏ । ଫଳ ଓଜନ ହ୍ରାସ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫଳରେ ଥିବା ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ ଶରୀରରେ କ୍ରନିକ୍ ରୋଗ ଦୂର କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଫଳ ମଧ୍ୟରେ ବେରି, ଆପଲ୍, ସେପଟା, ସାଇଟ୍ରସ୍ ଫଳ ଏବଂ ଅଙ୍ଗୁର ଖାଇପାରିବେ। ଓଜନକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଫଳ ସହ ଶସ୍ୟଜାତିୟ ଖାଦ୍ୟ, ପନିପରିବା, ବୁଟ ଇତ୍ୟାଦି ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ: କାହିଁକି ମନା ହୋଇଥାଏ କ୍ଷୀର ସହ ଫଳ ଖାଇବା ? ଜାଣନ୍ତୁ କାରଣ