ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ ନିୟମିତ ଭାବେ ଆଣ୍ଟିବାୟୋଟିକ୍ସ ବ୍ୟବହାର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଯେଉଁମାନେ ନିୟମିତ ଆଣ୍ଟିବାୟୋଟିକ୍ସ ଗ୍ରହଣ କରୁଛନ୍ତି ସେମାନଙ୍କର 40 ବର୍ଷ ବୟସ ପରେ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ(Inflammatory bowel disease, IBD) -କ୍ରୋହନ୍ ରୋଗ(Crohn's disease) ଏବଂ ଅଲସେରାଟିଭ୍ କୋଲାଇଟିସ୍(ulcerative colitis) ହେବାର ଆଶଙ୍କା ରହିଛି(Frequent use of antibiotics may increase risk of inflammatory bowel disease) । ଗଟ୍ ପତ୍ରିକା(Gut journal)ରେ ଏହି ଅସୁନ୍ଧାନର ରିପୋର୍ଟ ପ୍ରକାଶ ପାଇଛି ।
ଅଧ୍ୟୟନ ଅନୁଯାୟୀ, ଗଟ୍ ଇନଫେକ୍ସନ୍(gut infections) ବା ଅନ୍ତଃନଳୀ ସଂକ୍ରମଣ ଆଣ୍ଟିବାୟୋଟିକ୍ସ ବ୍ୟବହାର ହେବାର 1-2 ବର୍ଷ ପରେ ଅଧିକ ବିପଦ ଦେଖାଯାଏ । ଏହି ଅଧ୍ୟୟନରେ, 6.1 ମିଲିୟନରୁ ଅଧିକ ଲୋକ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ମହିଳା ଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଅଧ୍ୟୟନରେ ଭାଗ୍ୟ ନେଇଥିବା 5.5 ନିୟୁତ(91 ପ୍ରତିଶତ) ସଦସ୍ୟଙ୍କୁ 2000 ରୁ 2018 ମଧ୍ୟରେ ଅନ୍ତତଃପକ୍ଷେ ଗୋଟିଏ ଆଣ୍ଟିବାୟୋଟିକ୍ସ କୋର୍ସ(ପାଠ୍ୟକ୍ରମ) ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଅବଧି ମଧ୍ୟରେ, 36,017 ଅଲସେରାଟିଭ୍ କୋଲାଇଟିସ୍(ଅନ୍ତଃନଳୀ ରୋଗ) ନୂଆ ରୋଗ ଚିହ୍ନଟ ହୋଇଥିବା ବେଳେ 16,881 ନୂତନ କ୍ରୋହନ୍ ରୋଗ(ପାକସ୍ଥଳୀ ରୋଗ) ଚିହ୍ନଟ କରାଯାଇଥିଲା । ଅଧିକନ୍ତୁ, କୌଣସି ଆଣ୍ଟିବାୟୋଟିକ୍ ବ୍ୟବହାର ତୁଳନାରେ, ଏହି ଔଷଧଗୁଡିକର ବ୍ୟବହାର ବୟସ ନିର୍ବିଶେଷରେ ସମସ୍ତଙ୍କର IBD ହେବାର ଅଧିକ ବିପଦ ସହିତ ଜଡିତ ଥିଲା । କିନ୍ତୁ ବୃଦ୍ଧାବସ୍ଥା ସର୍ବାଧିକ ଏହି ବିପଦ ଥିବା ଦେଖିବାକୁ ମିଳିଛି ।