ଓଡିଶା

odisha

ETV Bharat / sukhibhava

ଡାକ୍ତରଙ୍କ କମାଲ, ବିନା ଅସ୍ତ୍ରୋପଚାରରେ ବୟସ୍କ ବ୍ୟକ୍ତିଙ୍କ ହୃଦ ସମସ୍ୟା କଲେ ଦୂର - ହାର୍ଟ ସମସ୍ୟା ଓ ସମାଧାନ

ହୃଦଘାତରେ ପୀଡିତ ତିନି ଜଣ ବୃଦ୍ଧଙ୍କୁ ନୂଆ ଜୀବନ ଦେଲେ ବେଙ୍ଗାଲୁରୁ ଫୋର୍ଟିସ ଡାକ୍ତର(smallest heart pump saves three lives) । ବିନା ଅସ୍ତ୍ରୋପଚାରରେ ଇମ୍ପେଲା ହାର୍ଟ ପମ୍ପ(Impella Heart Pump) ସାହାଯ୍ୟରେ ବୟସ୍କ ରୋଗୀଙ୍କ ହୃଦ ସମସ୍ୟା ଦୂର କଲେ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ଡାକ୍ତରଙ୍କ କମାଲ, ବିନା ଅସ୍ତ୍ରୋପଚାରରେ ବୟସ୍କ ରୋଗୀଙ୍କ ହୃଦ ସମସ୍ୟା ଦୂର କଲେ
ବେଙ୍ଗାଲୁରୁ ଡାକ୍ତରଙ୍କ କମାଲ, ବିନା ଅସ୍ତ୍ରୋପଚାରରେ ବୟସ୍କ ରୋଗୀଙ୍କ ହୃଦ ସମସ୍ୟା ଦୂର କଲେ

By

Published : Sep 3, 2022, 10:56 AM IST

ବେଙ୍ଗାଲୁରୁ: ହୃଦଘାତରେ ପୀଡିତ ତିନି ଜଣ ବୃଦ୍ଧଙ୍କୁ ନୂଆ ଜୀବନ ଦେଲେ ବେଙ୍ଗାଲୁରୁ ଫୋର୍ଟିସ ଡାକ୍ତର । ଫୋର୍ଟିସ୍ ବାଙ୍ଗାଲୋର(Fortis Bangalore) ଡାକ୍ତରମାନେ ଇମ୍ପେଲା ହାର୍ଟ ପମ୍ପ(Impella Heart Pump) ସାହାଯ୍ୟରେ ଜଟିଳ ଆଞ୍ଜିଓପ୍ଲାଷ୍ଟି କରି ଦୀର୍ଘ ଦିନ ଧରି ହୃଦଘାତରେ ପୀଡିତ ତିନିଜଣ ବୃଦ୍ଧଙ୍କୁ ନୂଆ ଜୀବନ ଦେଇଛନ୍ତି । ତେବେ ଇମ୍ପେଲା ହେଉଛି ଏକ କ୍ଷୁଦ୍ର ହୃଦୟ ପମ୍ପ(Heart Pump), ଯାହା ଆଞ୍ଜିଓପ୍ଲାଷ୍ଟି ପ୍ରକ୍ରିୟାରେ ରୋଗୀର ଭିଟାଲକୁ ସପୋର୍ଟ୍ଟ କରିଥାଏ ।

ଏହି ବୃଦ୍ଧ ରୋଗୀମାନେ ଏକାଧିକ ହୃଦ ରୋଗରେ ପୀଡିତ ଥିଲେ ଏବଂ ଏମାନଙ୍କୁ ବଞ୍ଚାଇବା ପାଇଁ କୌଣସି ଚିକିତ୍ସା ବିକଳ୍ପ ନଥିଲା । ରୋଗୀମାନଙ୍କ ଉପରେ ଜରୁରୀକାଳୀନ ଆଞ୍ଜିଓପ୍ଲାଷ୍ଟିକୁ ସାହାଯ୍ୟ କରିବା ପାଇଁ ଇମ୍ପେଲା ଏକ ଜୀବନ ରକ୍ଷାକାରୀ ବିକଳ୍ପ ସାବ୍ୟସ୍ତ ହୋଇଛି । ସମସ୍ତ ତିନିଜଣ ବୃଦ୍ଧ ରୋଗୀ କିଛି ବର୍ଷ ପୂର୍ବେ ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ପୁନର୍ବାର ଏକାଧିକ ହୃଦଘାତରେ ଚିହ୍ନଟ ହୋଇଥିଲେ । ତେଣୁ, ଆଞ୍ଜିଓପ୍ଲାଷ୍ଟି ସହିତ ଡାକ୍ତରମାନେ ଇମ୍ପେଲା ଉପକରଣ ପ୍ରୟୋଗକୁ ବିକଳ୍ପ ରୂପେ ବାଛିଥିଲେ ।

ତେବେ ଇମ୍ପେଲା ଡିଭାଇସ୍ ହେଉଛି ଏକ ଛୋଟ ହୃଦୟ ପମ୍ପ, ଯାହାକୁ ବିନା ସର୍ଜରୀ ବା ଅସ୍ତ୍ରୋପଚାରରେ ଡାକ୍ତରମାନେ ହୃଦୟରେ ବିନିଯୋଗ କରିଥାନ୍ତି ଏବଂ ଯେଉଁମାନଙ୍କ ଦୁର୍ବଳ ହାର୍ଟ କାର୍ଯ୍ୟକଳାପ ଥାଏ ସେମାନଙ୍କୁ ସୁରକ୍ଷା ଦେବାରେ କାର୍ଯ୍ୟକାରୀ ହୋଇଥାଏ । ଡାକ୍ତରମାନେ ଯଥାକ୍ରମେ 81 ବର୍ଷ ବୟସ୍କ, 71 ବର୍ଷ ବୟସ୍କା ମହିଳା ଏବଂ 85 ବର୍ଷ ବୟସ୍କଙ୍କ ଶରୀରରେ ଇମ୍ପେଲା ପ୍ରଣାଳୀ ସଫଳତାର ସହ ବିନିଯୋଗ କରିଛନ୍ତି ।

ଏହା ମଧ୍ୟ ହୃଦଘାତରେ ପୀଡିତ ରୋଗୀମାନଙ୍କଠାରେ ଉଚ୍ଚ ବିପଦପୂର୍ଣ୍ଣ ଆଞ୍ଜିଓପ୍ଲାଷ୍ଟି (Protected PCI)ରେ ହୃଦୟକୁ ସମର୍ଥନ କରିବା ପାଇଁ ବ୍ୟବହୃତ ହୋଇପାରେ, ଯେଉଁଠାରେ ଅସ୍ତ୍ରୋପଚାର ଅତ୍ୟଧିକ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ ଏବଂ ହୃଦଘାତ ହେବାର ସମ୍ଭାବନା ଥାଏ । କୁନିଙ୍ଗହମ୍ ରୋଡ୍, ଫୋର୍ଟିସ୍ ହସ୍ପିଟାଲ୍, ନିର୍ଦ୍ଦେଶକ-ଇଣ୍ଟରଭେନସନାଲ କାର୍ଡିଓଲୋଜି ଡକ୍ଟର କେଶବ ଆର ସ୍ପଷ୍ଟ କରିଛନ୍ତି ଯେ, ଏହି ରୋଗୀମାନେ ଏକାଧିକ ହୃଦ୍ ରୋଗରେ ପୀଡିତ ଥିଲେ ଏବଂ ଚଳିତ ବର୍ଷ ମେ' ମାସରେ ସେମାନଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲେ ।

ଏହାପରେ ସେମାନେ ପୁନର୍ବାର ଜୁନ୍ ମାସରେ ହାଟ୍ ଫେଲୱେର(heart failure)ର ସମ୍ମୁଖୀନ ହୋଇଥିଲେ, ସ୍ଥିତିକୁ ପୁନଃ ସ୍ଥାପିତ କରିବା ପାଇଁ ଆଞ୍ଜିଓପ୍ଲାଷ୍ଟି ଏବଂ ବାଇପାସ୍ ସର୍ଜରୀକୁ ଚିକିତ୍ସା ପ୍ରଣାଳୀ ଭାବରେ ଚୟନ କରାଯାଇଥିଲା । କିନ୍ତୁ ସେମାନଙ୍କର ବୟସ ଅଧିକ ହୋଇଯାଇଥିବାରୁ, ବିଚାର କରି ଆମେ ଇମ୍ପେଲା ହାର୍ଟ ପମ୍ପକୁ ସର୍ବୋଚ୍ଚ ଯାନ୍ତ୍ରିକ କାର୍ଡିଆକ୍ ସପୋର୍ଟ ଭାବେ ବିବେଚନା କରିଥିଲୁ । ବିକଳ୍ପ ଇମ୍ପେଲା ଡିଭାଇସର ସମର୍ଥନ ବିନା ସୁରକ୍ଷିତ ଭାବରେ ପ୍ରକ୍ରିୟା କରିବା ଅସମ୍ଭବ ହୋଇଯାଇଥାନ୍ତା ବୋଲି ଡାକ୍ତର କେଶବ କହିଛନ୍ତି ।

ABOUT THE AUTHOR

...view details