ଓଡିଶା

odisha

ETV Bharat / sukhibhava

ସ୍ତନ୍ୟପାନକୁ ଦୁର୍ବଳ କରୁଛି ଫର୍ମୁଲା ମିଲ୍କ, ତୁରନ୍ତ ବନ୍ଦ କରିବାକୁ ଲାନସେଟ୍‌ର ଦାବି

ଶିଶୁମାନଙ୍କର ସ୍ତନ୍ୟପାନକୁ ଦୁର୍ବଳ କରିବା ପାଇଁ ଫର୍ମୁଲା ମିଲ୍କ ସ୍‌ସ୍ଥା ଶୋଷଣକାରୀ ମାର୍କେଟିଂ କୌଶଳ ବ୍ୟବହାର କରୁଥିବା ଦାବି କଲା ଦ ଲାନସେଟ୍ । ଅଧିକ ପଢନ୍ତୁ

By

Published : Feb 15, 2023, 8:44 AM IST

breastfeeding
breastfeeding

ନୂଆଦିଲ୍ଲୀ: ଫର୍ମୁଲା ମିଲ୍କ ସଂସ୍ଥାଗୁଡିକ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲା ଲାନସେଟ୍ । ଏହିସବୁ ସଂସ୍ଥାଗୁଡିକ ପିଲାମାନଙ୍କ ସ୍ତନ୍ୟପାନ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି । ଏହାସହ ଏମାନଙ୍କର ମାର୍କେଟିଂ କୌଶଳ ଶୋଷଣକାରୀ ଏବଂ ସ୍ତନ୍ୟପାନକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଛି ଲାନସେଟ୍ । ଭ୍ରମ ସୃଷ୍ଟିକାରୀ ଦାବି ଏବଂ ରାଜନୈତିକ ହସ୍ତକ୍ଷେପକୁ ଏଡାଇବା ପାଇଁ ଏହିସବୁ କମ୍ପାନୀଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଆହ୍ବାନ ଦେଇଛି ଲାନସେଟ୍‌ରେ ପ୍ରକାଶିତ ଏକ ତିନି ପୃଷ୍ଠା ବିଶିଷ୍ଟ ସିରିଜ୍ ।

ଖବର ଅନୁସାରେ, ଦ ଲାନସେଟ୍‌ରେ ପ୍ରକାଶିତ ତିନି ପୃଷ୍ଠା ବିଶିଷ୍ଟ ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ଫର୍ମୁଲା ମିଲ୍କ ଶିଳ୍ପ ସଂସ୍ଥାଗୁଡିକର ମାର୍କେଟିଂ ରଣନୀତି ଶୋଷଣକାରୀ ଏବଂ ଏହି ଉପାୟ ସ୍ତନପାନକୁ ଦୁର୍ବଳ କରୁଛି । ଏହା ଫଳରେ ସ୍ତନପାନ କରାଉଥିବା ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗମ୍ଭୀର ଭାବେ ବିପଦରେ ପକାଉଛି ।

ଏହା ମଧ୍ୟ ପଢନ୍ତୁ:-Marburg Virus Outbreak: ଡରାଇଲାଣି ଆଉ ଏକ ଭୂତାଣୁ, ଗୋଟିଏ ଦେଶରେ 9 ମୃତ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ପ୍ରଫେସର ନିଗେଲ ରାୱଲିନ୍ସ କହିଛନ୍ତି ଯେ, ଫର୍ମୁଲା ମିଲ୍କ ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ତନ୍ୟପାନ କରାଇବାରେ ବାଧା ସୃଷ୍ଟି କରୁଛି । କାରଣ ଏହି ପ୍ରକାରର ବ୍ୟବସାୟିକ ଦୁଗ୍ଧଜାତ ଦ୍ରବ୍ୟ ଶିଶୁର କାନ୍ଦଣାକୁ ହ୍ରାସ କରିଥାଏ, ଏଗୁଡିକ ପେଟ ଯନ୍ତ୍ରଣାକୁ ହ୍ରାସ କରୁଥିବାବେଳେ ରାତିରେ ଶୋଇବା ସମୟକୁ ବୃଦ୍ଧି କରିଥାଏ । ସରଳ ଭାଷାରେ କହିବାକୁ ଗଲେ ଏହି ସବୁ ଦୁଗ୍ଧ ପିଇବା ଦ୍ବାରା ଶିଶୁମାନେ କମ୍ କାନ୍ଦିଥାନ୍ତି ଏବଂ ଅଧିକ ସମୟ ଶୋଇଥାନ୍ତି । ସ୍ୱାସ୍ଥ୍ୟ ସେବା ତଥା ସାମାଜିକ ସୁରକ୍ଷା ପ୍ରଣାଳୀ ମଧ୍ୟରେ ସ୍ତନ୍ୟପାନ ଉପରେ ଗୁରୁତ୍ବ ଦେବାକୁ ଲାନସେଟ୍‌ର ଏହି ରିପୋର୍ଟ ପରାମର୍ଶ ଦେଇଥାଏ ବୋଲି ପ୍ରଫେସର ନିଗେଲ ରାୱଲିନ୍ସ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Valentine's Day: ଅନୁସନ୍ଧାନ, ଭର୍ଚୁଆଲ୍ ଡେଟିଂରେ ଭାରତୀୟଙ୍କ ଅଧିକ ରୁଚି

ଲାନସ୍‌ଟ୍ ରିପୋର୍ଟ ଅନୁଯାୟୀ, ପ୍ରାୟ 6.5 କୋଟି ମହିଳା ଏବେ ବି ପର୍ଯ୍ୟାପ୍ତ ମାତୃତ୍ୱ ସୁରକ୍ଷା ବାବଦରେ ଅବଗତ ନାହାନ୍ତି । ଆଇନ ଅନୁଯାୟୀ ମହିଳାଙ୍କ ମାତୃତ୍ୱ ସୁରକ୍ଷାକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ଥିବା ଦର୍ଶାଇଛନ୍ତି । କାରଣ ଏହିପରି କାର୍ଯ୍ୟ ପିତାମାତାଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥାଏ । ମହିଳାଙ୍କ ଓ ପିଲାମାନଙ୍କ ସ୍ବାସ୍ଥ୍ୟ ବିଗିଡିବା ଦ୍ବାରା ସାଧାରଣ ବର୍ଗର ବ୍ୟକ୍ତି ଆର୍ଥିକ ଅନଟନର ଶିକାର ହୁଅନ୍ତି । ଏଥିପାଇଁ ବଜାରରୁ ଏସବୁ ପ୍ରଡକ୍ଟର ବ୍ୟାନ୍ ସହ ମାଆମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ଲାନସେଟ୍ ଦର୍ଶାଇଛି ।

ABOUT THE AUTHOR

...view details