ଓଡିଶା

odisha

ETV Bharat / sukhibhava

Eye Care Tips: ଏହିପରି ବ୍ୟବହାର କରନ୍ତୁ ବୈଦ୍ୟୁତିକ ଉପକରଣ, ପଡିବନି ବିକିରଣର ପ୍ରଭାବ

କୋଭିଡ ପରଠାରୁ ବୃଦ୍ଧି ପାଉଛି ସ୍କ୍ରିନିଂ ବ୍ୟବହାର, ଯାହାର ସିଧା ପ୍ରଭାବ ପଡୁଛି ଆଖି ଉପରେ । ନିରନ୍ତର ଭାବେ ଲାପଟପ୍/କମ୍ପ୍ୟୁଟରରେ କାମ କରିବା ଏବଂ ମୋବାଇଲ୍ ବ୍ୟବାହର ଅଧିକାଂଶ ଲୋକଙ୍କ ଆଖି ସମସ୍ୟାର ମୁଖ୍ୟ କାରଣ । ତେଣି କିପରି ସ୍କ୍ରିନ୍ ଲାଇଟ୍‌ରୁ ଆଖିକୁ ରକ୍ଷା କରିବେ, ଜାଣନ୍ତୁ

Young woman eyes watching a computer screen
Young woman eyes watching a computer screen

By

Published : Feb 3, 2023, 1:28 PM IST

ହାଇଦ୍ରାବାଦ: ମାନବ ଶରୀରର ବିଭିନ୍ନ ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ଆଖି ଅନ୍ୟତମ । ତେଣୁ ଆଖିର ଯତ୍ନ ନିହାତି ଆବଶ୍ୟକ । ଦୁର୍ଘଟଣା ହେଉ ଅବା ସାମାନ୍ୟ ଅସାବଧାନତା ବେଳେବେଳେ ଆମ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଏ । ମାତ୍ର ବର୍ତ୍ତମାନର ଜୀବନଶୈଳୀ ଦୃଷ୍ଟିଶକ୍ତି ହ୍ରାସର ମୁଖ୍ୟ କାରଣ ପାଲଟିଛି । ମୋବାଇଲ୍, କମ୍ପ୍ୟୁଟର, ଲାପଟପ୍ ଆଦିର ବହୁଳ ବ୍ୟବହାର ଆଖି ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏହିସବୁ ବୈଦ୍ୟୁତିକ ଉପକରଣରୁ ନିର୍ଗତ ହେଉଥିବା ସବୁଜ ଆଲୋକ ଚର୍ମ ସମେତ ଆଖିକୁ ନଷ୍ଟ କରିଦେଉଛି । ଏହି କାରଣରୁ ଧିରେ ଧିରେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ପ୍ରାଥମିକ ପର୍ଯ୍ୟାୟରୁ ନିଜକୁ କିପରି ସତର୍କ କରାଇବେ ଏବଂ ଆଖିକୁ ବିକିରଣରୁ ରକ୍ଷା କରିବେ, ଜାଣନ୍ତୁ...

ଲାପଟପ୍/କମ୍ପ୍ୟୁଟରଠୁ ସଠିକ୍ ଦୂରତା ବଜାୟ ରଖନ୍ତୁ:ଅନେକ ଲୋକ ସେମାନଙ୍କର ଡିଜିଟାଲ୍ ଉପକରଣଗୁଡ଼ିକୁ ଏକଦମ୍ ଆଖି ନିକଟରେ ରଖି ବ୍ୟବହାର କରିଥାନ୍ତି । ବିଶେଷ କରି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି କମ୍ପ୍ୟୁଟର ସମ୍ମୁଖରେ ବସି କାମ କରିବା ଦ୍ବାରା ଆଖି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଲାପଟପକୁ ସର୍ବଦା ହାତର ଲମ୍ବା ଅନୁସାରେ ଦୂରରେ ରଖିବା ଉଚିତ୍ । ସ୍କ୍ରିନ୍ ସର୍ବଦା ଆଖି ଠାରୁ ଅତିକମରେ ଏକ ବାହୁର ଲମ୍ବ(25 ଇଞ୍ଚ) ଦୂରରେ ଏବଂ ଆଖି ସ୍ତରଠାରୁ ସାମାନ୍ୟ ତଳେ ରହିବା ଉଚିତ୍ । ଏହା ଆଖିରେ ଥିବା ଚାପକୁ ହ୍ରାସ କରିଥାଏ ଏବଂ ଆଲୋକର ତୀବ୍ରତାକୁ ହ୍ରାସ କରିଥାଏ ।

ସ୍କ୍ରିନ ପୋଜିସନ ଏବଂ ବ୍ରାଇଟନେସ୍ ଆଡଜଷ୍ଟ୍ କରନ୍ତୁ:ସ୍କିନ୍ ଅବସ୍ଥାନ ସବୁଠୁ ଗୁରତ୍ବପୂର୍ଣ୍ଣ । କିଛିଦିନ ପରେ ନିଶ୍ଚୟ ଫରକ ଅନୁଭବ କରିପାରିବେ । ସ୍କ୍ରିନ ପୋଜିସନ ଏବଂ ବ୍ରାଇଟନେସ୍ ଆଡଜେଷ୍ଟ କରନ୍ତୁ, ଯାହା କାମ କରିବା ସମୟରେ ଆଖି ଉପରେ ପ୍ରଭାବ ପକାଇବ ନାହିଁ । ଏସବୁ ସତ୍ତ୍ବେ ଯଦି ଆଖି ବହୁତ ଦୁର୍ବଳ ରହୁଛି ତେବେ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ସର୍ବଦା ପ୍ରାକୃତିକ ଆଲୋକରେ କାର୍ଯ୍ୟ କରନ୍ତୁ:-ସର୍ବଦା ପ୍ରାକୃତିକ ଆଲୋକରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଅର୍ଥାତ୍ LED ଏବଂ ଟ୍ୟୁବ ଲାଇଟ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ । ଯେତେବେଳେ ସୂର୍ଯ୍ୟକିରଣ କବାଟ କିମ୍ବା ଝରକା ଦେଇ କଠୋରୀରେ ପଡେ, ସେତେବେଳେ ଆଖିକୁ ଆରାମ ଲାଗିଥାଏ । ତେଣୁ ବୈଦ୍ୟୁତିକ ଲାଇଟ୍ ଅପେକ୍ଷା ସୂର୍ଯ୍ୟକିରଣରେ କାମ କରିବା ଆଖି ପାଇଁ ଆରାମ ଦାୟକ ହୋଇଥାଏ ।

ନିୟମିତ ଅବସର ନିଅନ୍ତୁ:-ନିୟମିତ ଅବସର ନେବାର ଅର୍ଥ ହେଉଛି, ଯେତେ ଜରୁରୀ କାର୍ଯ୍ୟ ଥିଲେ ମଧ୍ୟ କିଛି ସମୟ ସିଷ୍ଟମ୍‌ର ଲାଇଟ୍‌ ଠାରୁ ଅବସର ନିଅନ୍ତୁ । ନିରନ୍ତର ଭାବେ ସ୍କ୍ରିନ୍ ସମ୍ମୁଖରେ କାମ କରିବା ଦ୍ବାରା ଆଖି ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ପ୍ରତି ଏକ ଘଣ୍ଟାରେ ୫ ମିନିଟ୍ ଆଖିକୁ ସ୍କ୍ରିନ୍ ସମ୍ମୁଖରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଧ୍ୟାନ ଏବଂ ଏକାଗ୍ରତାକୁ ବୃଦ୍ଧି କରିଥାଏ । ତେଣୁ ନିୟମିତ ବିରାମ ନିଅନ୍ତୁ ।

ଆଖି ବ୍ୟାୟାମ ଅଭ୍ୟାସ କରନ୍ତୁ:-ପ୍ରତି ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନରେ ନିଶ୍ଚିତ ଭାବେ ଆଖି ବ୍ୟାୟାମ ପାଇଁ ସମୟ ବାହାର କରନ୍ତୁ । କାହିଁକିନା ଆଖି ହେଉ କିମ୍ବା ଅନ୍ୟାନ୍ୟ ମାଂସପେଶୀ ସୁସ୍ଥ ଏବଂ ଦୃଢ ରହିବା ପାଇଁ ବ୍ୟାୟାମ ଆବଶ୍ୟକତା କରନ୍ତି । ତେଣୁ ୨୦-୨୦-୨୦ ରୁଲ୍ ଆପଣାନ୍ତୁ । ଅର୍ଥାତ୍ ଘରେ ରହି କାମ କରିବା ସମୟରେ ପ୍ରତି ୨୦ ମିନିଟରେ ସ୍କିନ୍ ଠାରୁ ଆଖିକୁ ୨୦ ସେକେଣ୍ଡ ଦୂରେଇ ରଖନ୍ତୁ ଏବଂ କୌଣସି ଜିନିଷକୁ ୨୦ ଫୁଟ୍ ଦୂରରୁ ଦେଖନ୍ତୁ ।

ଅକ୍ଷର ସାଇଜ୍ ବଡ ବ୍ୟବହାର କରନ୍ତୁ:-କମ୍ପ୍ୟୁଟର/ଲାପ୍‌ଟପ୍‌ର ଫଣ୍ଟ୍ ବା ଅକ୍ଷର ସାଇଜ୍ ଉପରେ ମଧ୍ୟ ଆଖିର ସୁସ୍ଥତା ନିର୍ଭର କରିଥାଏ । କାରଣ ଛୋଟ ଛୋଟ ଅକ୍ଷରରେ କାମ କରିବା ଦ୍ବାରା ଏହା ଆଖି ଉପରେ ପ୍ରଭାବ ପକାଇଥାଏ । । ତେଣୁ ସର୍ବଦା ସ୍କ୍ରିନ ଆଡଜେଷ୍ଟ କରନ୍ତୁ ଏବଂ ଫଣ୍ଟ୍ ସାଇଜ୍ ବଡ ବ୍ୟବହାର କରନ୍ତୁ ।

ଶରୀରର ଆଦ୍ରତା ରକ୍ଷା କରନ୍ତୁ:-ଆଖି ସମେତ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ହାଇଡ୍ରେଟ୍ ରୁହନ୍ତି ତେବେ ଆଖିକୁ ଶୁଖିଲା ଏବଂ ଚିଡଚିଡା ହେବାରୁ ରକ୍ଷା କରିପାରିବେ ।

ଆଖି ପରୀକ୍ଷା କରନ୍ତୁ:-କାର୍ଯ୍ୟାଳୟରେ ଆଖିର ସୁରକ୍ଷାକୁ ବଜାୟ ରଖିବା ପାଇଁ ନିୟମିତ ପରୀକ୍ଷା କରନ୍ତୁ । ଗୋଟିଏ ବର୍ଷରେ ଅତି କମରେ ଦୁଇ ଥର ଚକ୍ଷୁ ପରୀକ୍ଷା କରାଇ ନିଅନ୍ତୁ ଏବଂ ଚକ୍ଷୁକୁ ସୁସ୍ଥ ରଖନ୍ତୁ । ଏହା ସାଙ୍ଗକୁ ଆଖିରେ ସାମାନ୍ୟ ସମସ୍ୟା ଅନୁଭବ କଲେ ନିଶ୍ଚିତ ରୂପେ ଡାକ୍ତରଙ୍କ ପରାମର୍ଶ କରାଇନିଅନ୍ତୁ ।

ABOUT THE AUTHOR

...view details