ଓଡିଶା

odisha

By

Published : Mar 16, 2023, 10:25 AM IST

ETV Bharat / sukhibhava

ଅନୁସନ୍ଧାନ: କଫି ପିଇଲେ ଦୂର ହୋଇପାରେ ମେଦବହୁଳତା ଓ ଡାଇବେଟିସ୍ ବିପଦ

ନିକଟରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ, କଫି ପିଇବା ଫଳରେ କିମ୍ବା କଫିନ୍‌ର ଏକ ସମୃଦ୍ଧ ଉତ୍ସ ଶରୀରର ଚର୍ବିର ପରିମାଣକୁ ରୋକିବାରେ ସାହାଯ୍ୟ କରେ । ଏପରି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ କଣ

coffee
coffee

ଲଣ୍ଡନ: ଚା' ଓ କଫି ସେବନକୁ ନେଇ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସେ । ଉଭୟଙ୍କ ମଧ୍ୟରୁ କିଏ ସ୍ବାସ୍ଥ୍ୟ ଉପକାରୀ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଯାତ ହୁଏ । ଅନୁସନ୍ଧାନକାରୀ ମଧ୍ୟ ଅନେକ ସମୟରେ ଏ ଉପରେ ଅନୁସନ୍ଧାନ କରିଥାନ୍ତି । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଆଉ ଥରେ କଫିର ଉପକାରିତା ବାବଦରେ ଦର୍ଶାଇଛି । ଏହି ଅନୁସନ୍ଧାନ କହୁଛି ଯେ, କଫି ପିଇବା ଫଳରେ କିମ୍ବା କଫିନ୍‌ର ଏକ ସମୃଦ୍ଧ ଉତ୍ସ ଶରୀରର ଚର୍ବିର ପରିମାଣକୁ ରୋକିବାରେ ସାହାଯ୍ୟ କରିଥାଏ । ଏଥିସହ ଟାଇପ୍-୨ ମଧୁମେହ ହେବାର ଆଶଙ୍କାକୁ ମଧ୍ୟ ହ୍ରାସ କରେ ।

AN YOUNG GIRL DRINKING COFFEE

ଇମ୍ପେରିଆଲ୍ କଲେଜ ଲଣ୍ଡନର ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣ କରିଛନ୍ତି । ବିଏମଜେ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ, ଶରୀରରେ କଫି ଯେଉଁ ମେଟାବୋଲିଜଡ୍ ହୁଏ ତାହା ଓଜନ ଉପରେ ପ୍ରଭାବ ପକାଇପାରେ । ଏହା ଜାଣିବା ପାଇଁ, CYP1A2 ଏବଂ AHR ଜିନ୍‌ର ଦୁଇଟି ସାଧାରଣ ଜେନେଟିକ୍ ପ୍ରକାର ନିଆଯାଇଥିଲା । ଏଥିରେ ପ୍ରାୟ 10,000 ଇଉରୋପୀୟ ପୁରୁଷ ଲୋକ ସାମିଲ୍ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:-AIIMS ଡାକ୍ତରଙ୍କ କମାଲ୍, ଗର୍ଭସ୍ଥ ଶିଶୁର ହୃଦୟରେ କଲେ ବିରଳ ଅସ୍ତ୍ରୋପଚାର

coffee

ଉଲ୍ଲେଖଯୋଗ୍ୟ ଯେ, CYP1A2 ଏବଂ AHR ଜିନ୍ ଶରୀରରେ କ୍ୟାଫେନ୍ ମେଟାବୋଲିଜିମର ଗତି ସହିତ ଜଡିତ । ବିଶ୍ଳେଷଣର ଫଳାଫଳ ଦର୍ଶାଇଲା ଯେ, ଅଧିକ ପ୍ଲାଜମା କ୍ୟାଫେନ୍ ସ୍ତର ଥିବା ବ୍ୟକ୍ତିମାନେ ଶରୀରର କମ୍ ଇଣ୍ଡେକ୍ସ (ବଡି଼ ମାସ୍ ଇଣ୍ଡେକ୍ସ, BMI) ଏବଂ ଶରୀରର ଚର୍ବି ପରିମାଣକୁ ହ୍ରାସ କରିଥିଲା, ଏହା ସହିତ ଟାଇପ୍-ଟୁ ଡାଇବେଟିସ୍ ହେବାର ଆଶଙ୍କାକୁ ମଧ୍ୟ କମ୍ କରିଥିଲା ।

ଇମ୍ପେରିଆଲ୍‌ର କ୍ଲିନିକାଲ୍ ବୈଜ୍ଞାନିକ ଡିପେଣ୍ଡର ଗିଲ୍ କହିଛନ୍ତି ଯେ, "95 ପ୍ରତିଶତ କ୍ୟାଫେନ୍ ଏକ ଏନଜାଇମ୍ ଦ୍ୱାରା ମେଟାବୋଲିଜଡ୍ ହୋଇଥିବା ଦେଖିବାକୁ ମିଳିଛି । ଦୁଇଟି ଜିନ୍- CYP1A2 ଏବଂ AHR ସେହି ଏନଜାଇମର କାର୍ଯ୍ୟ ଏବଂ ସ୍ତରକୁ ପ୍ରଭାବିତ କରେ ।" ଏହି ଜେନେଟିକ୍ ପ୍ରକାର ଗୁଡିକ ବ୍ୟବହାର କରି ଅନୁସନ୍ଧାନକାରୀ ଟିମ୍ ଜାଣିବାକୁ ପାଇଲେ ଯେ, ମନ୍ଥର ମେଟାବୋଲିଜରରେ ଅଧିକ ପ୍ଲାଜମା(ରକ୍ତ) କ୍ୟାଫେନ୍ ସ୍ତର ଥାଏ ଏବଂ ପ୍ଲାଜମା ସ୍ତର ଅଧିକ ଥିବା ବ୍ୟକ୍ତିଙ୍କ BMI କମ୍ ଏବଂ ମଧୁମେହ ହେବାର ଆଶଙ୍କା କମ୍ ରହିଥାଏ ବୋଲି ଗିଲ କହିଛନ୍ତି ।

ତେବେ ଏ ଉପରେ ଆହୁରି ଅଧିକ ଅନୁସନ୍ଧାନର ଆବଶ୍ୟକ ବୋଲି ଅନୁସନ୍ଧାନକାରୀ ଟିମ୍ କହିଛନ୍ତି । କାରଣ କଫିନ୍‌ରେ ନିଦ୍ରାହୀନତା ଗୁଣ ରହିଛି । ଏଥିସହ ଏଥିରେ ପାଲ୍ପିଟେସନ୍ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ପାଲ୍ପିଟେସନ୍ ହେଉଛି ଏକ ହାର୍ଟ ସମ୍ବନ୍ଧୀୟ ସମସ୍ୟା । ଚାପ, ବ୍ୟାୟାମ, ଔଷଧ କିମ୍ବା କୌଣସି ଚିକିତ୍ସା ଅବସ୍ଥା ସେମାନଙ୍କୁ ଟ୍ରିଗର କରିପାରେ । ଏହା ଶରୀର ପାଇଁ ଖୁବ୍ ବିପଦପୂର୍ଣ୍ଣ ।

ABOUT THE AUTHOR

...view details