ହାଇଦ୍ରବାଦ: ପେଟ ଯନ୍ତ୍ରଣାକୁ ଅଧିକାଂଶ ଲୋକେ ସାଧାରଣ ଭାବି ଅଣଦେଖା କରିଥାନ୍ତି । ଅତ୍ୟଧିକ ଅମ୍ଳତା ବା ଗ୍ୟାସ୍ କିମ୍ବା ହଜମ ଜନିତ ସମସ୍ୟା ଭାବି ଅବହେଳା କରନ୍ତି । କିଛି ଲୋକ ଅସହ୍ୟ ହେଲେ ଏହି ତିନିଟି କାରଣ ଦର୍ଶାଇ ଔଷଧ ଖାଆନ୍ତି କିମ୍ବା ଘରୋଇ ଉପଚାର କରନ୍ତି । ଆପଣ ଯଦି ଏହି ତାଲିକାରେ ଅଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ବେଳେବେଳେ ପେଟ ଯନ୍ତ୍ରଣା ହୃଦୟ ରୋଗ ସହ ମଧ୍ୟ ଜଡିତ ଥାଇପାରେ । ତେବେ ଅନେକ ପ୍ରକାରର ପେଟ ଯନ୍ତ୍ରଣା ଥାଏ, କେଉଁ ପ୍ରକାରର ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏନେଇ ନିମ୍ନରେ ଆଲୋଚନା କରାଯାଇଛି ।
ଏକ ଯନ୍ତ୍ରଣା ସାଧାରଣ ପ୍ରକାରର ଯନ୍ତ୍ରଣା ଅନ୍ତନଳୀରେ ସଂକ୍ରମଣ ହେତୁ ହୋଇଥାଏ । ଏହି ପ୍ରକାର ଯନ୍ତ୍ରଣାରେ ପେଟରେ କିଛି ଅଂଶ ଦ୍ରୁତ ଗତି କରୁଥିବା ଭଳି ଅନୁଭବ ହୁଏ । ଏହି ପ୍ରକାର ଯନ୍ତ୍ରଣା ସମୟରେ ଡାଇରିଆ ମଧ୍ୟ ହୋଇପାରେ । ଯଦି ପେଟର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ହୁଏ, ତେବେ ସେହି ଯନ୍ତ୍ରଣା ମଧ୍ୟ ଆପେଣ୍ଡିକ୍ସ ହୋଇପାରେ । ଏହି ଯନ୍ତ୍ରଣା ନାଭି ନିକଟରେ ମଧ୍ୟ ଅନୁଭବ ହୁଏ ।
ଯଦି ଏପରି ଯନ୍ତ୍ରଣା ଅନୁଭବ କରୁଛନ୍ତି, ଏହାକୁ ଏସିଡ୍ ସମସ୍ୟା ଭାବି ଅବହେଳା କରିବା ପରିବର୍ତ୍ତେ, ଡାକ୍ତରଙ୍କୁ ଦେଖାନ୍ତୁ । ସେହିପରି ଯଦି ପେଟରୁ ଅଣ୍ଟା ପର୍ଯ୍ୟନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ଷ୍ଟୋନ୍ କାରଣରୁ ହୋଇପାରେ । ଷ୍ଟୋନ୍ ଯନ୍ତ୍ରଣା ପ୍ରାୟତଃ ଏକ ଛୁଞ୍ଚି ଫୋଡିବା ପରି ଅନୁଭବ ହୁଏ । ଅଗ୍ନାଶୟ, ଯକୃତ କିମ୍ବା କିଡନୀରେ ଯେକୌଣସି ସ୍ଥାନରେ ଷ୍ଟୋନ୍ ହୋଇପାରେ ।