ହାଇଦ୍ରାବାଦ:ଜାରି ରହିଛି ବର୍ଷା ଋତୁ । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ । ସାଧାରଣତଃ ଏହି ଋତୁରେ ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ । ଏହି ଋତୁରେ ଅନେକ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକେ ଅନେକ ପ୍ରକାରର ସାବଧାନତା ଅବଲମ୍ବନ କରୁଥିବା ବେଳେ ପୃଷ୍ଟିକର ଖାଦ୍ୟ ମଧ୍ୟ ଖାଇଥାଆନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସମୟରେ ଖଜରା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଅନେକ ରୋଗରୁ ରକ୍ଷା କରିବାରେ ଖଜରାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।
ବର୍ଷା କାରଣରୁ ଚଟପଟା ଖାଦ୍ୟ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ ଅନେକ ପ୍ରକାର କୁପ୍ରଭାବ ପକାଇଥାଏ । କିନ୍ତୁ ଫଳ ସହିତ ଖଜରା ଖାଇବା ଦ୍ବାରା ସଂକ୍ରମଣରୁ ମୁକ୍ତି ମିଳିଥାଏ ।
⚛ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଥାଏ, ଯାହା ସଂକ୍ରମଣ, ଆଲର୍ଜି ଭଳି ସମସ୍ୟାକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ।
⚛ ଖଜରା ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ହିମୋଗ୍ଲୋବିନ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
⚛ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ଦେଇଥାଏ ।
⚛ ବର୍ଷା ଋତୁରେ ପାଗରେ ପରିବର୍ତ୍ତନ ଯୋଗୁଁ ଶାରୀରିକ ଶକ୍ତି କମ ହୋଇଯାଇଥାଏ । ଏହାସହ ବ୍ୟାୟାମ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ । ଏହି ପରିସ୍ଥିତିରେ ସବୁ ସମସ୍ୟାରୁ ମୁକ୍ତି ଦେବ ଖଜରା
⚛ ଖଜରାରେ ଫାଇବରର ମାତ୍ରା ଅଧିକ ରହିଥାଏ। ଏହା ହଜମଶକ୍ତି ବୃଦ୍ଧି, କୋଷ୍ଠକାଠିନ୍ୟ ସମସ୍ୟା ସହିତ ଏସିଡିଟିକୁ ମୁକ୍ତି ଦେଇଥାଏ।
⚛ ଖଜରା ପାଟିକୁ ଯେଭଳି ସ୍ବାଦିଷ୍ଟ ଚର୍ମ ପାଇଁ ମଧ୍ୟ ସେତିକି ଲାଭଦାୟକ। ସ୍କିନ ଗ୍ଲେୋ କରିବାରେ ସାହାଯ୍ୟ କରିଥାଏ।
ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ 10ଟି ଶୁଖିଲା ଖଜରା ଖାଇବା ଦ୍ବାରା ଦୂର ହୋଇଥାଏ ଏହି ରୋଗ
କେତେବେଳେ ଖଜରା ଖାଇବା ଆବଶ୍ୟକ: