ହାଇଦ୍ରାବାଦ: ହାଇ ବିପିକୁ ଉଚ୍ଚ ରକ୍ତଚାପ ହାଇପରଟେନସନର ସମସ୍ୟା ବୋଲି ମଧ୍ୟ କୁହାଯାଏ । ଆଜିକାଲି ଯୁବକମାନଙ୍କ ମଧ୍ୟରେ ମଧ୍ୟ ଏହି ସମସ୍ୟା ବଢିବାରେ ଲାଗିଛି । ହାଇ ବିପି ହେଉଛି ଏପରି ଏକ ପରିସ୍ଥିତି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ । ଏପରି ସ୍ଥିତିରେ ଏହାର ଲକ୍ଷଣଗୁଡ଼ିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ମଧ୍ୟରୁ ଅନେକ ଉଚ୍ଚ ରକ୍ତଚାପର ଲକ୍ଷଣକୁ ଅଣଦେଖା କରନ୍ତି । ସେମାନେ ଭାବନ୍ତି ଏହା ଏକ ଛୋଟ କଥା । କିନ୍ତୁ ଏହିପରି ସ୍ୱାସ୍ଥ୍ୟ ସହିତ ଖେଳିବା ମହଙ୍ଗା ପଡିପାରେ । ଏହାକୁ ଅଣଦେଖା କରିବା ସ୍ବାସ୍ଥ୍ୟ ପ୍ରତି ବିପଦଜ୍ଜନକ ହେବା ସହ ମୃତ୍ୟୁମୁଖକୁ ଠେଲି ଦେଇ ପାରେ ।
ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ 58 ପ୍ରତିଶତ ଲୋକ ଜାଣନ୍ତି ନାହିଁ ଯେ ସେମାନେ ରକ୍ତଚାପରେ ପୀଡିତ ଅଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଏହି ନୀରବ ଘାତକ ରୋଗର ଶିକାର ହୁଅନ୍ତି । ତେବେ ଜାଣନ୍ତୁ ହାଇ BP ବା ଉଚ୍ଚ ରକ୍ତଚାପର ଲକ୍ଷଣ କ’ଣ ହୋଇପାରେ, ଯାହାକୁ ଆପଣ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ…
ହାଇ ବିପି ବା ଉଚ୍ଚ ରକ୍ତଚାପର 5 ଲକ୍ଷଣ
- ସବୁବେଳେ ମୁଣ୍ଡବିନ୍ଧା
ଅଧିକ ବିପି କାରଣରୁ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଛି । ରକ୍ତଚାପ ବୃଦ୍ଧି ହେତୁ ସୃଷ୍ଟି ପରେ ଚାପ ଯୋଗୁଁ ମୁଣ୍ଡ ବୁଲାଇଥାଏ । ହାର୍ଟବିଟ୍ ବଢି ଯାଇଥାଏ। ଏହି କାରଣରୁ ମୁଣ୍ଡବିନ୍ଧାର ସମସ୍ୟା ହୋଇପାରେ ।
- ନିଶ୍ୱାସ