ନୂଆଦିଲ୍ଲୀ: କେଶରେ ରଙ୍ଗ ବା Hair colour କରିବା ଦ୍ବାରା ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବ(personality) ବଢିପାରେ । କିଛି ଲୋକ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ କେଶକୁ ରଙ୍ଗୀନ କରୁ ଥିବାବେଳେ ଅନ୍ୟ କେତେକ ଟିକେ ଭିନ୍ନ(Different) ଦେଖାଯିବା ପାଇଁ ହେୟାର୍ କଲର୍ କରିଥାନ୍ତି । ତେବେ ଏହି ହେୟାର କଲର୍ କରିବା କେତେ ଲାଭପ୍ରଦ ଆଉ ନୁହେଁ ଆସନ୍ତୁ ସେ ବାବଦରେ ଆଲୋଚନା କରିବା ।
ଫ୍ଲୋରିୟାନ୍ ହୁରେଲ୍(Florian Hurel) ଜଣେ ପ୍ରତିଷ୍ଠିତ ମେକ୍ଅପ୍ ଆର୍ଟିଷ୍ଟ ଏବଂ ହେୟାର ସ୍ପେଶାଲିଷ୍ଟ, ଯିଏ କି ହାରପର୍ ବଜାର, ଭୋଗ୍(Vogue), ଏଲେ, ଗ୍ରାଜିଆ, ଫେମିନା ଏବଂ ରେଡ୍ କାର୍ପେଟ୍ ଇଭେଣ୍ଟ ପରି କାନ୍ସ, IFFA ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିଛନ୍ତି । ସେ ଦୀର୍ଘ ସମୟ ଧରି ଜଣେ ଶିକ୍ଷାବିତ୍ ଭାବରେ 17ରୁ ଊର୍ଦ୍ଧ୍ବ ବର୍ଷର ସମୁଦାୟ ଆନ୍ତର୍ଜାତୀୟ ଅଭିଜ୍ଞତା ସହିତ ହେୟାର ଜିଆଣ୍ଟସ୍ "Schwarzkopf Professional" ପାଇଁ ଗ୍ଲୋବାଲ୍ ଆମ୍ବାସାଡର ଭାବେ କାର୍ଯ୍ୟ କରିଥିଲେ । ଫ୍ଲୋରିୟାନ୍ IANSlife ସହିତ ରୟାଲ୍ ଇଗୋରା ଲଞ୍ଚର ସ୍କ୍ୱାର୍କକୋଫ୍ ପ୍ରଫେସନାଲର ହେୟାର କଲର୍ ବାବଦରେ ଅଧିକ ଆଲୋଚନା କରିଛନ୍ତି । ନିମ୍ନରେ ଫ୍ଲୋରିଆନ କେତେକ ଟିପ୍ସ ଦେଇଛନ୍ତି ।
ପ୍ରଶ୍ନ: ଘରେ କେଶରେ କେଉଁ ରଙ୍ଗ ପଦ୍ଧତି DIY(Do It Yourself) ଅର୍ଥାତ୍ ନିଜେ ନିଜେ କରିବା ସବୁଠାରୁ ସୁରକ୍ଷିତ ? ଘରେ ଜଣେ ସେଲୁନ୍-କ୍ବାଲିଟି ଲୁକ୍ କିପରି ପାଇପାରିବ ?
ଉ: କେଶ ରଙ୍ଗ କରିବା ଏକ କଳା ଏବଂ ପ୍ରକୃତରେ ଏହାକୁ ଆୟତ୍ତ କରିବାରେ ସିଦ୍ଧତା ହାସଲ କରିବାକୁ ସମୟ ଲାଗିଥାଏ । ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ କେଶ ରଙ୍ଗ ପାଇଁ ଏକ ସେଲୁନ୍ ଯିବାକୁ ପରାମର୍ଶ ଦେବି ଏବଂ ଏକ୍ସପର୍ଟମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଅନ୍ତୁ ବୋଲି ପରାମର୍ଶ ଦେବି ।
ପ୍ରଶ୍ନ: କେଶରେ ଆକର୍ଷଣୀୟ କଲର୍ ପାଇଁ ବ୍ଲିଚିଂ ଏକମାତ୍ର ଉପାୟ କି ?
ଉ. ଆଦୌ ନୁହଁ ! ଇଚ୍ଛାକୃତ ହେୟାର୍ କଲର ହାସଲ କରିବା ପାଇଁ କେଶକୁ ବ୍ଲିଚ୍ କରିବାକୁ ପଡିବ ନାହିଁ । ପ୍ରଫେସନାଲ୍ ବ୍ରାଣ୍ଡ୍ ଯେପରିକି Schwarzkopf, ଏହିସବୁ ବ୍ରାଣ୍ଡଗୁଡିକ କଲର ଫର୍ମୁଲେସନ ଉପରେ କାମ କରେ, ଯାହା କେଶର ମୂଳକୁ ସୁରକ୍ଷା ଦେବାବେଳେ ଆପଣଙ୍କ କେଶରେ କ୍ଷତି ପହଞ୍ଚାଏ ନାହିଁ । Schwarzkopf ପ୍ରଫେସନାଲ୍ ହେୟାର କଲର ପାଇଁ ବହୁତ ପ୍ରଭାବୀ, ଏହା ସମସ୍ତ ପ୍ରକାରର କେଶ ପାଇଁ ଉପକାରୀ । ଇଗୋରା ରୟାଲ(Igora Royal) ଚମତ୍କାର ପ୍ରଦର୍ଶନ ଏବଂ 100 ପ୍ରତିଶତ ନିର୍ଭରଯୋଗ୍ୟ ମଧ୍ୟ । ଅଧିକାଂଶ କଲର୍ ଫାଇବର ବଣ୍ଡ ଟେକ୍ନୋଲୋଜିରେ ପ୍ରସ୍ତୁତ ହୋଇଥାଏ, ଯାହା କେଶକୁ ଅଧାରୁ ଛିଡିବାରୁ ରକ୍ଷାକରେ ।