ଓଡିଶା

odisha

ETV Bharat / sukhibhava

ସାବଧାନ ! ହଜମ ପ୍ରକ୍ରିୟାରେ ଏହି ସବୁ ସମସ୍ୟା ଫ୍ୟାଟି ଲିଭର ରୋଗର ସଙ୍କେତ

ସିରୋସିସ୍ ଏକ ଜଟିଳ ଯକୃତ ରୋଗ, ଯେଉଁଥିରେ ଓଡିଆ ସିନେ ଅଭିନେତା ପିଣ୍ଟୁ ନନ୍ଦ ପୀଡିତ ଅଛନ୍ତି । ଏହି ରୋଗ ହେଲେ ପାକସ୍ଥଳିରେ ବିଭିନ୍ନ ସାଧାରଣ ସଙ୍କେତ ଦେଖାଯାଏ । ଜାଣନ୍ତୁ ଏହି ସବୁ ଲକ୍ଷଣ କଣ

liver disease
liver disease

By

Published : Feb 8, 2023, 8:16 AM IST

ହାଇଦ୍ରାବାଦ: ଯେଉଁମାନେ ଅଧିକ ଓଜନ କିମ୍ବା ମେଦବହୁଳ, ସେମାନଙ୍କର NAFLD(ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର୍ ଡିଜିଜ୍) ହେବାର ବିପଦ ଅଧିକ । ଏହି ଅବସ୍ଥା ଧୀରେ ଧୀରେ ବୃଦ୍ଧିପାଏ ଏବଂ ପ୍ରାରମ୍ଭିକ ସ୍ଥିତିରେ ଲକ୍ଷଣ ଚିହ୍ନଟ ହୋଇପାରେ ନାହିଁ । ଯଦି ଅବସ୍ଥା ଜଟିଳ ହୁଏ, ତେବେ ସିରୋସିସ୍ ଭଳି ଗୁରୁତର ଯକୃତ ରୋଗର କାରଣ ହୋଇପାରେ । ଏହା ମଧ୍ୟ ନନ୍ ଆଲକୋହଲିକ୍ ଷ୍ଟିଟୋହେପାଟାଇଟିସ୍ NAFLD ଭାବରେ ଦେଖା ଦେଇପାରେ, ଯେଉଁଥିରେ ଅତ୍ୟଧିକ ଚର୍ବି କୋଷ ଯୋଗୁଁ ଯକୃତରେ ଫୁଲା ଦେଖାଯାଏ ।

ଫ୍ୟାଟି ଲିଭର ରୋଗର ଅନେକ ପର୍ଯ୍ୟାୟରେ ହଜମ ଜନିତ ସମସ୍ୟା ସୃଷ୍ଟି କରିପାରେ । ତେବେ ଆଜିରଲ ଆର୍ଟିକିଲରେ କେତେକ ହଜମ ସମ୍ବନ୍ଧୀୟ ସମସ୍ୟା ବାବଦରେ ଆଲୋଚନା କରାଯାଇଛି, ଯାହା ଫ୍ୟାଟି ଲିଭର ରୋଗକୁ ସୂଚାଇପାରେ । ନିମ୍ନରେ ସେ ବାବଦରେ ଆଲୋଚନା କରାଯାଇଛି...

ଏହା ମଧ୍ୟ ପଢନ୍ତୁ:- ChatGPT କୁ ଟକ୍କର ଦେବ ଗୁଗୁଲ୍ ! ଖୁବ୍‌ଶୀଘ୍ର ଲଞ୍ଚ୍ କରିବ Bard

ପେଟ ଫୁଲିବା:ୱାର୍ଲ୍ଡ ଜର୍ଣ୍ଣାଲ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଅନୁଯାୟୀ, 80% ସିରୋସିସ୍ ରୋଗୀ ଏକ ବା ଏକାଧିକ ପେଟରେ ଥିବା ଲକ୍ଷଣ ରିପୋର୍ଟ ହୋଇଥାଏ । ସବୁଠାରୁ ସାଧାରଣ ଲକ୍ଷଣ ଗୁଡିକ 49.5 ପ୍ରତିଶତ ରୋଗୀଙ୍କ ମଧ୍ୟରେ ପେଟ ଫୁଲିବା ଲକ୍ଷଣ ଦେଖା ଦେଇଥିଲା ।

ପେଟ ବଥା:NAFLD ଥିବା ଅଧିକାଂଶ ରୋଗୀ ଅସ୍ୱାଭାବିକ କିମ୍ବା ଉପର ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଏହା ସାଧାରଣତଃ ଯନ୍ତ୍ରଣାଦାୟକ ହୋଇଥାଏ । ପେଟ ଯନ୍ତ୍ରଣା ସହିତ ବାନ୍ତି ଏବଂ ଭୋକ ନଷ୍ଟ ହେବାର ମଧ୍ୟ ଶିକାର ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ:-Study ! ବନ୍ଧୁ ସହ କ୍ୱାଲିଟି ଟାଇମ୍ ବିତାଇଲେ ଦୂରେଇଯାଏ ଚାପ

ଖାଦ୍ୟ ହଜମ କରିବାରେ ଅସୁବିଧା:ଖାଦ୍ୟ ହଜମ କରିବାରେ ଅସୁବିଧା ସହିତ, ଆପଣ ପେଟର ଉପର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଯଦି ଉପରୋକ୍ତ ଦୁଇଟି କିମ୍ବା ଅଧିକ ଲକ୍ଷଣ ମଧ୍ୟରୁ କୌଣସି ଗୋଟିଏ ଲକ୍ଷଣ ଅନୁଭବ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ । ଯଦି ଚିକିତ୍ସା ବିଳମ୍ବ ହୁଏ, ତେବେ ଏହା ଜଟିଳ ରୋଗ ସମସ୍ୟା ସୃଷ୍ଟି କରିପାରେ ।

NAFLD ରୋକିବା ପାଇଁ ପଦକ୍ଷେପ:ନିଜ ପାଇଁ ଏକ ଡାଏଟ୍ ବାଛନ୍ତୁ - ଫଳ, ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ ଏବଂ ସୁସ୍ଥ ଚର୍ବିରେ ଭରପୂର ଖାଦ୍ୟ ବାଛନ୍ତୁ । ନିୟମିତ ବ୍ୟାୟାମ କରନ୍ତୁ । ସୁସ୍ଥ, କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଏକ ସୁସ୍ଥ ଓଜନ ବଜାୟ ରଖନ୍ତୁ ।

ABOUT THE AUTHOR

...view details