ହାଇଦ୍ରାବାଦ: ଛୋଟ ପିଲାମାନଙ୍କର ସାଧାରଣତଃ ଭଲ-ମନ୍ଦ ବିଚାର କରିବାର କ୍ଷମତା ନଥାଏ । ଏଥିପାଇଁ ସେମାନେ ସର୍ବଦା ପସନ୍ଦର କାର୍ଯ୍ୟ କରିଥାନ୍ତି । ଯାହାଫଳରେ ସେମାନେ ସ୍ବାସ୍ଥ୍ୟ ଉପକାରୀ ପରିବର୍ତ୍ତେ ଯେଉଁ ଖାଦ୍ୟ ସ୍ବାଦିଷ୍ଟ ସେସବୁ ଖାଇବା ପାଇଁ ମନ ବଳାନ୍ତି । ବିଶେଷ କରି ସେମାନେ ଚକୋଲେଟ୍, ଚିପ୍ସ ଏବଂ ଜଙ୍କ୍ ଫୁଡ୍ ଆଦି ଖାଦ୍ୟ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି । ସେମାନଙ୍କୁ ଏଥିପ୍ରତି ବାରଣ କରିବା ମଧ୍ୟ କଷ୍ଟକର ହୋଇପଡେ । ଏହି ଅଭ୍ୟାସ ଧୀରେଧୀରେ ପିଲାମାନଙ୍କ ଶରୀରେ ଜଟିଳ ଶାରୀରିକ ସମସ୍ୟା ସୃଷ୍ଟିକରେ । ବର୍ତ୍ତମାନ ସମୟରେ ମଧୁମେହ(Diabetes) ଏପରି ଏକ ରୋଗ, ଯାହା ସମସ୍ତଙ୍କୁ କବଳିତ କରୁଛି । ପିଲାଠୁ ବୟସ୍କ ସମସ୍ତେ ଏଥିରେ ପୀଡିତ ହେଉଛନ୍ତି । ଏହିସବୁ ଖରାପ ଅଭ୍ୟାସ ମଧ୍ୟ ପିଲାମାନଙ୍କୁ ମଧୁମେହ ଭଳି ରୋଗର ସମ୍ମୁଖୀନ କରାଇ ଦେଉଛି ।
ଏଥିରୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ଔଷଧ ପରିବର୍ତ୍ତେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ । କାରଣ ସୁସ୍ଥ ଖାଦ୍ୟ ଯୋଜନା ମଧୁମେହ ପରିଚାଳନାର ଏକ ପ୍ରମୁଖ ଅଂଶ । ଏଥିପାଇଁ ବିଶେଷ କୌଣସି ଡାଏଟ୍ ପ୍ଲାନିଂର ଆବଶ୍ୟକତା ନଥିଲେ ମଧ୍ୟ ମାଆମାନଙ୍କୁ ପିଲାମାନଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସବୁଠୁ ବଡ କଥା ହେଉଛି କି, ପିଲାଟିଏ ମଧୁମେହର ଆକ୍ରାନ୍ତ ହେଉଛି ଜାଣିବେ କିପରି, ଏନେଇ କଣ କୁହନ୍ତି ବିଶେଷଜ୍ଞ ଜାଣନ୍ତୁ(How to know if a child is suffering from diabetes)...
ପିଲାମାନଙ୍କଠାରେ ମଧୁମେହକୁ କିପରି ଚିହ୍ନଟ କରିପାରିବେ ?
ଯଦି ଆପଣଙ୍କ ସନ୍ତାନର ବାରମ୍ବାର ପରିସ୍ରା ଯାଉଛି, ଅଧିକାଂଶ ସମୟରେ ଶୋଷିଲା ଅନୁଭବ କରୁଛି, ସହଜରେ ଥକିଯାଏ କିମ୍ବା ଓଜନ ହ୍ରାସ ପାଉଛି ତେବେ ତା'ର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ଯଦି ସିମ୍ପଲ୍ ରାଣ୍ଡମ୍ ବ୍ଲଡ ସୁଗାର ପରୀକ୍ଷାରେ ଡିସିଲିଟର ପ୍ରତି 200 ମିଲିଗ୍ରାମରୁ ଅଧିକ ରୁହେ ତେବେ ଏହା ମଧୁମେହର ସଙ୍କେତ ବୋଲି ଜାଣିନେବେ ।
ପିଲାମାନଙ୍କଠାରେ ସାଧାରଣ ପ୍ରକାରର ମଧୁମେହ:-