ମେଷ: ଆଜି ଦିନଟି ଅତି ଶୁଭଙ୍କର ଅଟେ । ବାହାର ଲୋଭନୀୟ ରୁଚିକର ଭୋଜ୍ୟ ପଦାର୍ଥକୁ ଦେଖି ଖାଇବାକୁ ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ । ନଚେତ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ । ଆପଣ ନିଜର ମହିଳା ସହକର୍ମୀଙ୍କ ସହ ମଧୁର ବାର୍ତ୍ତାଳାପ ଆପଣଙ୍କ ମନର ପ୍ରଫୁଲତା ବୃଦ୍ଧି କରିବ ।
ବୃଷ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।
ମିଥୁନ: ଆଜି ଆପଣ ଅତ୍ୟଧିକ ପରିଶ୍ରମ କରିବା ସହିତ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ନରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର କୁ ପ୍ରଭାବ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ରହିଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି ।
କର୍କଟ: ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ଖୋଜୁଥିବା ପ୍ରିୟତମାଙ୍କୁ ଶୀଘ୍ର ସାକ୍ଷାତ ଲାଭ କରିବେ । ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।
ସିଂହ: ସମାଜରେ ପ୍ରତିଷ୍ଠା ପାଇବେ । ବାପାଙ୍କ ସହ ସମ୍ପର୍କ ସୁଦୃଢ ହେବ । ଜମି ଏବଂ ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଆଜି ହେଉଛି ଉତ୍ତମ ଦିନ । ପରିବାର ସହ ବାହାରକୁ ରାତ୍ରୀ ଭୋଜନରେ ଯାଇପାରନ୍ତି ।
କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟ ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁନାହିଁ ।