ମେଷ: ଆଜି ଭାବନା ଅଧିକ ରହିବ। କିନ୍ତୁ ଆପଣ ନିଜ କାର୍ଯ୍ୟରେ ପ୍ରଶଂସା ସାଉଟିବେ। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ କିଛି କର୍ମଚାରୀ ହଇରାଣ କରିପାରନ୍ତି। ଖର୍ଚ୍ଚ କମ କରନ୍ତୁ।
ବୃଷ: ଆଜି ଆପଣ ଭାବନା ରାଇଜରେ ବୁଡି ରହିବେ। ଆପଣ କାର୍ଯ୍ୟସ୍ଥଳରେ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ସହ ଆପଣ ମିଷ୍ଟଭାଷୀ ହୁଅନ୍ତି। କିନ୍ତୁ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ।
ମିଥୁନ: ଦିନଟି ଆପଣଙ୍କ ପିଲାମାନଙ୍କ ସହ ଭଲ ସମୟ କାଟିବାରେ ଯିବ । ଆପଣ ଘର କାମରେ ବ୍ୟସ୍ତ ରହିବେ ଓ ସେଗୁଡିକ କରିବାରେ କଷ୍ଟ ଅନୁଭବ କରିବେ। କିନ୍ତୁ ଆପଣ ଶେଷରେ ଭଲ କରିବେ ଓ ଫଳାଫଳରେ ସନ୍ତୁଷ୍ଟ ହେବେ। ଛୋଟ ଛୁଆଙ୍କ ଉପରେ ରାଗିବା ଅପେକ୍ଷା ମନେଇବା ପାଇଁ ପରାମର୍ଶ ଦିଆଯାଉଛି।
କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି। ଖର୍ଚ୍ଚାନ୍ତ ବୃଦ୍ଧି ହୋଇପାରେ। କିନ୍ତୁ ସନ୍ଧ୍ୟାରେ କିଛି ଭଲ ଉପହାର ମିଳିପାରେ।
ସିଂହ: ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟି ଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କ ଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ ।
କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ। ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ । କିନ୍ତୁ ଧୌର୍ଯ୍ୟହରା ନହେବା ପାଇଁ ପରାମର୍ଶ ଦିଆଯାଉଛି। ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି।