ଜେନେଭା: କୋଭିଡ ମହାମାରୀ ସଂକ୍ରମଣ ହ୍ରାସ ପାଇଥିଲେ ବି ହ୍ରାସ ପାଇନି ଓମିକ୍ରନ, ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । WHO କହିଛି ଯେ, ଯଦିଓ କୋଭିଡ୍-19 ମହାମାରୀର ସମସ୍ତ କଟକଣା ହଟିବାକୁ ଯାଉଛି, ତଥାପି ଓମିକ୍ରନ୍ ବର୍ତ୍ତମାନ ମଧ୍ୟ ଆମ ଭିତରେ ରହିଛି ଏବଂ ଏହା ଦ୍ରୁତଗତିରେ ସଂକ୍ରମଣ କରିବା ସହ ଜୀବନ ମଧ୍ୟ ନେଉଛି । ଆମେ ମହାମାରୀର ଜରୁରୀକାଳୀନ ପର୍ଯ୍ୟାୟ ଶେଷ ହୋଇଛି ବୋଲି ଘୋଷଣା କରିବା ପାଇଁ ନିକଟତର ହୋଇଯାଇଛୁ ସତ, କିନ୍ତୁ ଆମେ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚି ନାହୁଁ ବୋଲି WHO ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସସ୍(WHO Director-General Tedros Adhanom Ghebreyesus) କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି ଯେ, "ଏପରି କହିବାର ମୁଖ୍ୟ କାରଣ, ଓମିକ୍ରନ୍ ଏହାର ପୂର୍ବ ଭାରିଆଣ୍ଟ ଡେଲଟା ଅପେକ୍ଷା ଅଧିକ ସଂକ୍ରମଣକାରୀ ବୋଲି ପ୍ରମାଣିତ ହୋଇଛି ଏବଂ ସଂକ୍ରମଣର ତୀବ୍ରତା ହେତୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ କୋଭିଡ ପରୀକ୍ଷା-ନିରୀକ୍ଷା ହ୍ରାସ ପାଇ ଥିବାବେଳେ ଟୀକାକରଣକୁ ବହୁତ ଦିନ ହୋଇଗଲାଣି । ଯାହା ଫଳରେ ଭାରିଆଣ୍ଟ ପ୍ରଭାବୀ ହୋଇପାରେ ବୋଲି ବୋଲି ଟେଡ୍ରୋସ କହିଛନ୍ତି ।