ହାଇଦ୍ରାବାଦ: ଗର୍ଭଧାରଣ ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସମୟରେ ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । ଗର୍ଭରେ ବଢୁଥିବା ପିଲାର ଯେପରି କୌଣସି ପ୍ରକାର ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ବର୍ତ୍ତମାନ ଭାଇରାଲ୍ ଫିଭର୍ ଏବଂ ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି । ଏହି ସମୟରେ ଯଦି କଫ ଜମାଟ ବାନ୍ଧେ ବା ବାରମ୍ବାର କାଶ ହୁଏ ତେବେ ଗର୍ଭସ୍ଥ ଶିଶୁ ଉପରେ ଏହାର ପ୍ରଭାବ ପଡିପାରେ । କାଶ ହେଲେ ଫୁସଫୁସରେ ସାଧାରଣତ ଯନ୍ତ୍ରଣା ହୁଏ । ଯଦି ଏହା ଦୀର୍ଘ ସମୟ ଲାଗି ରହେ ତେବେ ଯନ୍ତ୍ରଣାଦାୟକ ହୋଇପାରେ । ତେଣୁ ଏହି ସମୟରେ କିପରି ସତର୍କତା ଅବଲମ୍ବନ କରିବେ, ଜାଣନ୍ତୁ
ବାଷ୍ପ ନିଅନ୍ତୁ:-କାଶ ହେଲେ ବାଷ୍ପ ନେବା ଅତ୍ୟନ୍ତ ଲାଭଦାୟକ । ଏହି ସମୟରେ ବାଷ୍ପ ନେବା ଅତ୍ୟନ୍ତ ଲାଭଦାୟକ । ତୁରନ୍ତ କଫ ସମସ୍ୟା ଦୂର ହୋଇଥାଏ ଏବଂ କାଶ ହେବା ହ୍ରାସପାଏ ।
ଏହା ମଧ୍ୟ ପଢନ୍ତୁ:-ଗର୍ଭବତୀ ଖାଇପାରିବେ କି କାକୁଡି, ଜାଣନ୍ତୁ
ଗର୍ଗଲିଂ:-ଲୁଣ ପାଣିରେ ଗର୍ଗଲିଂ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ମିଳିଥାଏ । ଗଳା ଯନ୍ତ୍ରଣା କମାଇବା ସହିତ ଏହା କାଶରେ ଆରାମ ଦେଇଥାଏ ଏବଂ ଫୁଲାକୁ ମଧ୍ୟ ହ୍ରାସ କରିଥାଏ ।