ନୂଆଦିଲ୍ଲୀ: 2030 ସୁଦ୍ଧା ବିଶ୍ବରେ ମେନୋପୋଜାଲ(Menopausal) ଏବଂ ପୋଷ୍ଟମେନୋପାଜାଲ(Postmenopausal) ମହିଳାଙ୍କ ସଂଖ୍ୟା 1.2 ବିଲିୟନରେ ପହଞ୍ଚି ପାରେ ବୋଲି ଆଶଙ୍କା କରାଯାଉଛି । ପ୍ରତିବର୍ଷ 47 ମିଲିୟନ ନୂଆ ସମସ୍ୟା ଯୋଡି ହେଉଥିବା ତଥ୍ୟ କହୁଛି । ତେବେ ମେନୋପୋଜାଲ ହେଉଛି ମହିଳାମାନଙ୍କ ଋତୁଚକ୍ର ସମସ୍ୟା । ପାଖାପାଖି 12 ମାସ ଧରି ମହିଳାଙ୍କର ଋତୁସ୍ରାବ ନହେବା ହିଁ ମେନୋପୋଜାଲ । ସେହିପରି ବୟସ ପୂର୍ବରୁ ଋତୁସ୍ରାବ ବନ୍ଦ ହୋଇଯିବାକୁ ପୋଷ୍ଟମେନୋପୋଜାଲ କୁହାଯାଇଥାଏ । କିଛି ମହିଳା ଲଜ୍ଜାଜନକ ମନେକରି କିମ୍ବା ଭୟକରି କାହାକୁ ନକହିବା ଦ୍ବାରା ଏସବୁ ସମସ୍ୟା ବୃଦ୍ଧି ପାଉଛି । ତେବେ କିପରି ଏହାର ସମାଧାନ କରିହେବ ଆସନ୍ତୁ ସେ ବାବଦରେ ଆଲୋଚନା କରିବା...
ଭାରତରେ, ପାଶ୍ଚାତ୍ୟ ଦେଶଗୁଡିକର 51 ବର୍ଷ ତୁଳନାରେ ମେନୋପୋଜ ସାଧାରଣତଃ 46.2 ବର୍ଷ ବୟସରେ ଘଟିଥାଏ । ଏହି ପରିବର୍ତ୍ତନ ଦ୍ୱାରା ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସାଧାରଣ ଜୀବନଶୈଳୀ ବହୁ ପ୍ରଭାବିତ ହୋଇଥାଏ । 33 ପ୍ରତିଶତ ମହିଳା ମେନୋପୋଜର ଶିକାର ହେଉଛନ୍ତି । ଏହି କାରଣରୁ ମହିଳାମାନେ ମାନସିକ ସମସ୍ୟା ଯେପରିକି, ଦୁଃଖ, ଚିନ୍ତା, ଶୋଇବା, ଥକାପଣ, ମୁଡ଼ରେ ବାରମ୍ବାର ପରିବର୍ତ୍ତନ ଘଟିବା, ରାତିରେ ଝାଳ ବୋହିବା, ସଙ୍ଗେ ସଙ୍ଗେ ଥଣ୍ଡା ଲାଗିବା, ଅଣନିଃଶ୍ୱାସୀ ଲାଗିବା, ଛାତି ଧଡ଼ ଧଡ ହେବା, ମାନସିକ ଭାରସାମ୍ୟ ହରାଇ ବସିବା ଭଳି ସମସ୍ୟା ଦେଖାଦେଇଥାଏ ।
ତେବେ ମେନୋପୋଜକୁ କିପରି କରିବେ ସମ୍ମୁଖୀନ, ନିମ୍ନରେ ଆଲୋଚନା କରାଯାଇଛି....
ନୀରବତାକୁ ଭାଙ୍ଗନ୍ତୁ:-
ମେନୋପଜର ସମ୍ମୁଖୀନ କରୁଥିଲେ ନିରବ ରହନ୍ତୁ ନାହିଁ । ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ଆପଣଙ୍କର ଲକ୍ଷଣ ବିଷୟରେ କହିପାରିବେ, ଯାହାଦ୍ବାରା ଆପଣଙ୍କୁ ବିଳମ୍ବ ପୂର୍ବରୁ ସମସ୍ୟାର ସମାଧାନ ପାଇଁ ସହଯୋଗ କରିଥାଏ । ଏହା ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କ ସହ ବିଶ୍ବାସରେ ରହିବା ଏବଂ ବନ୍ଧୁମାନଙ୍କ ସହ ଅଧିକ ଘନିଷ୍ଠତା ଅନୁଭବ କରିବାରେ ଏବଂ ଆପଣଙ୍କ ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ନିରବତା ଭାଙ୍ଗିବା ଦ୍ବାରା ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବା ସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ କରାଇଥାନ୍ତି । ମେନୋପୋଜର ଚିକିତ୍ସାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି, ତେଣୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ କରାଇନିଅନ୍ତୁ ।