ଓଡିଶା

odisha

ETV Bharat / sukhibhava

ସାବଧାନ ! ମାତ୍ରାଧିକ ଲୁଣ ସେବନ ହୃଦ୍‌ଘାତଠୁ ଆରମ୍ଭ କରି ବୃଦ୍ଧି କରିପାରେ ରକ୍ତଚାପ

ମାତ୍ରାଧିକ ଲୁଣ ଖାଉଥିଲେ ସାବଧାନ ହୋଇଯାଆନ୍ତୁ । ହୃଦୟ ସ୍ବାସ୍ଥ୍ୟଠୁ ଆରମ୍ଭ କରି ହୋଇପାରେ ଏହି ସବୁ ଜଟିଳ ରୋଗ । ଅଧିକ ପଢନ୍ତୁ

salt
salt

By

Published : Mar 10, 2023, 4:05 PM IST

ହାଇଦ୍ରାବାଦ: ସୋଡିୟମ୍ ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଏହା ସାହାଯ୍ୟରେ ଶରୀରର ଫ୍ଲୁଏଡ୍ ବାଲାନ୍ସ(ତରଳ ସନ୍ତୁଳନ) ରହିଥାଏ, ସ୍ନାୟୁ, ମାଂସପେଶୀ ଏବଂ ହୃଦୟ ସ୍ବାସ୍ଥ୍ୟ ପରିଚାଳନା ମଧ୍ୟ ସଠିକ୍ ହୋଇଥାଏ । ମାତ୍ର ଶରୀରରେ ସୋଡିୟମ୍ ପରିମାଣ ବୃଦ୍ଧି ଘଟରେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ବର୍ତ୍ତମାନ ସମୟରେ ଜନ ସାଧାରଣ ଲୁଣ ପ୍ରତି ଅଧିକ ଆକୃଷ୍ଟ ହେଉଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛନ୍ତି ।

ଯଦି ଏହି ଅଭ୍ୟାସକୁ ରୋକାନଯାଏ ତେବେ ଆଗାମୀ ଦିନରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ଅବେଳରେ ଚାଲିଯିବା ଆଶଙ୍କା ରହିଛି । ତେଣୁ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାକୁ ଅନେକ ଦେଶମାନଙ୍କୁ ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ତେବେ ଅତ୍ୟଧିକ ଲୁଣ ଖାଇବା ଦ୍ବାରା କି କି ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:- ଲୁଣ ପ୍ରତି ଆକୃଷ୍ଟ ଜନ ସାଧାରଣ, ଉଦ୍‌ବେଗ ପ୍ରକାଶ କଲା WHO

ବିପି ସମସ୍ୟା: ଅଧିକ ଲୁଣ ଖାଇବା ଦ୍ବାରା ବିପି(ଉଚ୍ଚ ରକ୍ତଚାପ) ଅଧିକ ହୁଏ । ଦୀର୍ଘ ସମୟ ଧରି ଅତ୍ୟଧିକ ଲୁଣ ସେବନ କଲେ ଉଚ୍ଚ ରକ୍ତଚାପ ହୋଇପାରେ, ଯେଉଁଥିପାଇଁ ରକ୍ତଭଣ୍ଡାର କଠିନ ଏବଂ ସଂକୀର୍ଣ୍ଣ ହୋଇପାରେ । ଏହା ସହିତ ବାନ୍ତି ଏବଂ ଦୁର୍ବଳତା ଭଳି ଲକ୍ଷଣ ଦେଖାଯିବା ଆରମ୍ଭ କରେ ।

ଅତ୍ୟଧିକ ତୃଷା: ଅତ୍ୟଧିକ ଲୁଣିଆ ଖାଦ୍ୟ ଖାଇବା ଦ୍ବାରା ପାଟି ଶୁଷ୍କ ହୋଇପାରେ । ଏହା ଫଳରେ ଶୋଷ ଲାଗେ ଏବଂ ଜଣେ ବ୍ୟକ୍ତି ପ୍ରଚୁର ପାଣି ପିଇଥାନ୍ତି, ଯାହା ଶରୀରର ତରଳ ପଦାର୍ଥକୁ ବଢାଇପାରେ । ଏହା ଦ୍ବାରା ବାରମ୍ବାର ପରିସ୍ରା ଲାଗେ ।

ହୃଦ୍‌ଘାତ:ଅତ୍ୟଧିକ ଲୁଣ ଖାଇବା ଦ୍ବାରା ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ । ଏହି ଅଭ୍ୟାସ ହୃଦ୍‌ରୋଗ କିମ୍ବା ଇସକେମିକ୍ ଭଳି ହୃଦ୍‌ରୋଗ ବିପଦକୁ ବୃଦ୍ଧି କରିପାରେ ।

ପେଟ ଫୁଲିବା ସମସ୍ୟା: ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ପେଟ ଫୁଲି ଯାଇପାରେ, କାରଣ ଯେତେବେଳେ ଜଣେ ବ୍ୟକ୍ତି ଅଧିକ ଲୁଣ ଖାଇ ଥାଆନ୍ତି, ଶରୀରରେ ଅତ୍ୟଧିକ ଜଳ ଏକାଠି ହେବାକୁ ଲାଗେ, ଯାହା ପେଟ ଫୁଲିବା ସମସ୍ୟା ସୃଷ୍ଟି କରେ ଏବଂ ପରେ ପେଟ ଟାଣ ହୋଇଯାଏ ।

ୱାଟର୍ ରିଟେନସନ୍:ସାଧାରଣତଃ କିଡନୀରେ କିଛି ପରିମାଣର ସୋଡିୟମ୍ ମିଳିଥାଏ । ଯେତେବେଳେ ଆମେ ଅତ୍ୟଧିକ ଲୁଣ ଖାଇଥାନ୍ତି, ସେତେବେଳେ ଶରୀରରେ ଜଳ ଆବଶ୍ୟକତାଠାରୁ ଅଧିକ ହୋଇଯାଏ । ଏପରିସ୍ଥିତିରେ ହାତ, ପାଦ ଏବଂ ମୁହଁରେ ଫୁଲା ଦେଖାଯାଏ । ଧୀରେଧୀରେ ଏହାର କୁପ୍ରଭାବ କିଡନୀ ଉପରେ ପଡିପାରେ ।

ଏକଜିମା: ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅତ୍ୟଧିକ ଲୁଣ ଏକଜିମା ସୃଷ୍ଟି କରିପାରେ । ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଲୁଣ ଖାଇବା ଏବଂ ଟି-ହେଲ୍ପର କୋଷ ଗୁଡ଼ିକର ବୃଦ୍ଧି ମଧ୍ୟରେ ଏକ ଲିଙ୍କ୍‌ ଅଛି ଯାହା ଅତ୍ୟଧିକ ପ୍ରଦାହ ଏବଂ ଏକଜିମା, ଆର୍ଥ୍ରାଇଟିସ୍ ଏବଂ ଆଜମା ଭଳି ଆଲର୍ଜି ଭିତ୍ତିକ ରୋଗର କାରଣ ହୋଇପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details