ଟୋକିଓ: ମାଉଥ୍ୱାଶ୍ ରୋକିପାରିବ କୋଭିଡ୍ ସଂକ୍ରମଣ(Compound in some mouthwashes may suppress COVID) ! ଏପରି କିଛି ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ । କେତେକ ମାଉଥ୍ୱାଶରେ ଏକ କେମିକାଲର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ, ଯାହା, କୋଷରେ SARS-CoV-2 ଭୂତାଣୁ ପ୍ରବେଶକୁ ଅବରୋଧ କରି COVID-19 ସଂକ୍ରମଣକୁ ରୋକିପାରିବ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବଜାରରେ ଉପଲବ୍ଧ ମାଉଥ୍ୱାଶ୍ରେ ଅନେକ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଭାଇରାଲ୍ ଉପାଦାନ ରହିଥାଏ, ଯାହା ପାଟିରେ ଥିବା ଅଣୁଜୀବ ବିରୁଦ୍ଧରେ କାର୍ଯ୍ୟ କରିଥାଏ ।
ଏଥିମଧ୍ୟରୁ ଗୋଟିଏ, ମୁଖ୍ୟତଃ ଭୁତାଣୁ ଚାରିପାଖରେ ଥିବା ଲିପିଡ୍ ମେମ୍ବ୍ରେନ୍ ବ୍ୟାହତ କରି ସେଟିଲପାଇରିଡିନିୟମ୍ କ୍ଲୋରାଇଡ୍ (Cetylpyridinium Chloride, CPC) ପାଟିରେ SARS-CoV-2 ଭୂତାଣୁକୁ ରୋକିଥାଏ । ସମାନ ପ୍ରଭାବ ସହିତ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଥିବାବେଳେ CPCର ସ୍ୱାଦହୀନ ଏବଂ ଦୁର୍ଗନ୍ଧହୀନ ହେବାର ସୁବିଧା ଥିବା ବୋଲି ଅନୁସନ୍ଧାନକାରୀ କହିଛନ୍ତି ।