ଓଡିଶା

odisha

ETV Bharat / sukhibhava

Cold wave shock: ହୃଦଘାତ ଓ ମସ୍ତିଷ୍କ ଆଘାତରେ ଗୋଟିଏ ଦିନରେ 25 ମୃତ - କୋଲ୍‌ଡ ୱୋଭରେ ଗୋଟିଏ ଦିନରେ 25 ମୃତ ଖବର

ଉତ୍ତର ପ୍ରଦେଶରେ ଘାତକ ହେଉଛି ଶୀତଳ ତରଙ୍ଗ । ଗୋଟିଏ ଦିନରେ ହୃଦଘାତ ଏବଂ ମସ୍ତିଷ୍କ ଆଘାତରେ ଚାଲିଗଲା 25 ଜୀବନ( 25 die due to heart attack, brain stroke in a day) । ଅଧିକ ପଢନ୍ତୁ

Cold wave
Cold wave

By

Published : Jan 6, 2023, 11:56 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶୀତଳ ତରଙ୍ଗ(Cold wave) ଦିନକୁ ଦିନ ଘାତକ ହୋଇଯାଉଛି । କାନପୁରରେ ଗୁରୁବାର(ଜାନୁଆରୀ 5)ରେ ହୃଦଘାତ ଏବଂ ମସ୍ତିଷ୍କ ଆଘାତ ଯୋଗୁଁ 25 ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି(Cold wave shock: 25 die due to heart attack, brain stroke in a day) । ଖବର ଅନୁସାରେ, ମୃତକଙ୍କ ମଧ୍ୟରୁ 17 ଜଣଙ୍କର କୌଣସି ଚିକିତ୍ସା ସହାୟତା ପାଇବା ପୂର୍ବରୁ ମୃତ୍ୟୁ ଘଟିଛି ।

ଡାକ୍ତରଙ୍କ କହିବାନୁସାରେ, ଥଣ୍ଡା ପାଗରେ ହଠାତ୍ ରକ୍ତଚାପ ବୃଦ୍ଧି ପାଇବା ଏବଂ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ହୃଦଘାତ ଏବଂ ମସ୍ତିଷ୍କ ଆଘାତ ଆସିଥାଏ । କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର କଣ୍ଟ୍ରୋଲ ରୁମ ଅନୁଯାୟୀ, ଗୁରୁବାର 723 ହୃଦୟ ରୋଗୀ ଜରୁରୀକାଳୀନ ପରିସ୍ଥିତି ଏବଂ ଓପିଡି ଆସିଥିଲେ । ଏଥିମଧ୍ୟରୁ 41 ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ଡାକ୍ତାଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-ହୃଦଘାତ କିମ୍ବା ଷ୍ଟ୍ରୋକ୍ ବିପଦକୁ ହ୍ରାସ କରେ ସକାଳ ବ୍ୟାୟାମ

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା 7 ଜଣ ହୃଦୟ ରୋଗୀ ଥଣ୍ଡା କାରଣରୁ ପ୍ରାଣ ହରାଇଛନ୍ତି । ଏହା ବ୍ୟତୀତ 15 ଜଣ ରୋଗୀଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । କାର୍ଡିଓଲୋଜି ନିର୍ଦ୍ଦେଶକ ପ୍ରଫେସର ବିନୟ କୃଷ୍ଣ କହିଛନ୍ତି ଯେ, ଏହି ପାଗରେ ରୋଗୀଙ୍କୁ ଥଣ୍ଡାରୁ ସୁରକ୍ଷା ଦିଆଯିବା ଉଚିତ୍‌ । ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି(KGMU)ର ଜଣେ ଅଧ୍ୟାପକ କହିଛନ୍ତି, "ଏହି ଥଣ୍ଡା ପାଗରେ ହୃଦଘାତ କେବଳ ବୃଦ୍ଧଙ୍କର ଆସିନଥାଏ ଏପରି ଘଟଣା ମଧ୍ୟ ରହିଛି, ଯେତେବେଳେ କି କିଶୋରମାନେ ମଧ୍ୟ ହୃଦଘାତରେ ପୀଡିତ ହୋଇଛନ୍ତି ।" ବୟସ ନିର୍ବିଶେଷରେ ସମସ୍ତେ ଥଣ୍ଡା ପାଗରେ ସତର୍କ ରହିବା ସହ ଯଥା ସମ୍ଭବ ଗରମ ଚିକିତ୍ସାରେ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଏହା ମଧ୍ୟ ପଢନ୍ତୁ:-ବଢୁଛି ହୃଦ୍‌ଘାତ-ବ୍ରେନ୍ ଷ୍ଟ୍ରୋକ୍: ଅକାଳରେ ଚାଲି ଯାଉଛନ୍ତି ସୁସ୍ଥ, ଯୁବକ ଓ ମଧ୍ୟ ବୟସ୍କ

ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ସୁସ୍ଥ, ଯୁବକ ଏବଂ ମଧ୍ୟ ବୟସ୍କ ଭାରତୀୟଙ୍କ ଠାରେ ବୃଦ୍ଧି ପାଇବାରେ ଲାଗିଛି ଅପ୍ରତ୍ୟାଶିତ ହୃଦଘାତ ଏବଂ ଷ୍ଟ୍ରୋକ୍ ସମସ୍ୟା । ସର୍ଭେରେ ଜଣାପଡିଥିଲା ଯେ, ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ଜଟିଳ ସମସ୍ୟା ଉଭୟ କୋଭିଡ ଭ୍ୟାକ୍ସିନ୍ ନେଇଥିବା ଏବଂ ନ ନେଇଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି ।

ABOUT THE AUTHOR

...view details