ହାଇଦ୍ରାବାଦ: କ୍ରନିକ୍ କିଡନୀ ଡିଜିଜ୍(CKD) ହେଉଛି ଏକ ଅବସ୍ଥା ଯାହା କିଡନୀ କ୍ଷମତାକୁ ପ୍ରଭାବିତ କରିଥାଏ । ଯଦିଓ ଏହା ବୟସ୍କମାନଙ୍କଠାରେ ଅଧିକ ଦେଖାଯାଏ, ତଥାପି ଏହି ରୋଗ ପିଲାମାନଙ୍କୁ ମଧ୍ୟ ହୋଇପାରେ । ତେବେ ଆଜିର ଏହି ଆର୍ଟିକିଲରେ ଜାଣନ୍ତୁ ପିଲାମାନଙ୍କରେ କ୍ରନିକ୍ କିଡନୀ ଡିଜିଜ୍ର କାରଣ, ଲକ୍ଷଣ ଏବଂ ଚିକିତ୍ସା ବାବଦରେ ।
ଲକ୍ଷଣ:ପିଲାମାନଙ୍କର କ୍ରନିକ୍ କିଡନୀ ଡିଜିଜ୍ ଲକ୍ଷଣ ରୋଗର ପର୍ଯ୍ୟାୟ ଉପରେ ନିର୍ଭର କରେ । ତେଣୁ ଏହା ଭିନ୍ନଭିନ୍ନ ହୋଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ନ ଥାଇପାରେ, କିନ୍ତୁ ରୋଗ ବଢିବା ସହିତ ଲକ୍ଷଣ ଦେଖାଯିବା ଆରମ୍ଭ କରେ । କେତେକ ସାଧାରଣ ଲକ୍ଷଣ ମଧ୍ୟରେ କ୍ଳାନ୍ତି, ଭୋକ ନଷ୍ଟ, ହାତ ଏବଂ ପାଦର ଫୁଲା, ବାନ୍ତି, ସାଧାରଣ ଅପେକ୍ଷା ଅଧିକ କିମ୍ବା କମ୍ ପରିସ୍ରା କରିବା, ପରିସ୍ରାରେ ରକ୍ତ, ଉଚ୍ଚ ରକ୍ତଚାପ, ଶାରୀରିକ ଅଭିବୃଦ୍ଧି ନହେବା, ହାଡ଼ରେ ଯନ୍ତ୍ରଣା ଇତ୍ୟାଦି ।
କିଡନୀ ରୋଗ କାରଣ :
- ଅସ୍ୱାସ୍ଥ୍ୟକର ଖାଇବା
- କେତେକ ପ୍ରକାର ଖାଦ୍ୟ କିଡନୀକୁ କ୍ଷତି ପହଞ୍ଚାଇପାରେ, ଯେପରିକି ଅଧିକ ପରିମାଣର ଲୁଣ, ଚା, କଫି ଇତ୍ୟାଦି ।
- ସଂକ୍ରମଣ
- ପିଲାମାନଙ୍କରେ କିଡନୀ ରୋଗର ଅନ୍ୟ ଏକ କାରଣ ସଂକ୍ରମଣ ହୋଇପାରେ, ଯାହା କିଡନୀକୁ ନଷ୍ଟ କରିପାରେ ।