ଡିମ୍ବଗ୍ରନ୍ଥି ରିଜର୍ଭ କମ୍ ( ଲୋ ଓଭାରିଆନ ରିଜର୍ଭ ) ଯୋଗୁଁ ଗର୍ଭଧାରଣ ପ୍ରତି ଆହ୍ୱାନ ସୃଷ୍ଟି ହୁଏ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଏସ. ବୈଜୟନ୍ତୀଙ୍କ ସହ ଆଲୋଚନା କରାଯାଇଥିଲା । ଲୋ’ ଏଏମଏଚ ବ୍ଲଡ ଟେଷ୍ଟ୍ ରେଜଲ୍ଟ ମାନେ କ’ଣ ? ଏଥିପାଇଁ ଚିକିତ୍ସା ବିକଳ୍ପ କ’ଣ ? ଆଂଟି-ମୁଲେରିଆନ ହରମନ ବା ଏଏମଏଚ ହେଉଛି ଏକ ପ୍ରୋଟିନ ହରମୋନ । ବିକଶିତ ଓଭାରିଆନ ଫଲିକ୍ଲସ୍ ବା ଡିମ୍ବାଣୁ ସାକ ଦ୍ୱାରା ଏଏମଏଚ କ୍ଷରଣ ହୁଏ । ଏହି ଟେଷ୍ଟ ଓଭାରିଆନ ରିଜର୍ଭର ସମୀକ୍ଷାରେ ସହାୟକ ହୁଏ । ଡିମ୍ବଗ୍ରନ୍ଥିରେ ଡିମ୍ବାଣୁ ସଂଖ୍ୟା ଜାଣିବା ପାଇଁ ଏହି ଟେଷ୍ଟ ହୁଏ । ଯଦି କମ୍ ଏଏମଏଚ ଥାଏ, ତାହା ହେଲେ ଏହା ପ୍ରଜନନ କ୍ଷମତା ସ୍ତର ହ୍ରାସର ସଂକେତ ଦିଏ । କମ୍ ରିଜର୍ଭ ଅର୍ଥ ହେଲା ଅଣ୍ଡାଶୟରେ ବହୁତ କମ୍ ଅଣ୍ଡାର ଉପସ୍ଥିତି । ଏଭଳି ସ୍ଥିତି ସୃଷ୍ଟି ହେଲେ ମହିଳାଙ୍କ ପ୍ରଜନନ କ୍ଷମତା କମ ହୁଏ । ଏଥିସହିତ ଅନ୍ୟାନ୍ୟ ସମସ୍ୟା ବି ସୃଷ୍ଟି ହୁଏ ।
ଡିମ୍ବଗ୍ରନ୍ଥି ରିଜର୍ଭ କମ୍ ଯୋଗୁଁ ଗର୍ଭଧାରଣ ପ୍ରତି ଆହ୍ୱାନ
ଡିମ୍ବଗ୍ରନ୍ଥି ରିଜର୍ଭ କମ୍ ( ଲୋ ଓଭାରିଆନ ରିଜର୍ଭ ) ଯୋଗୁଁ ଗର୍ଭଧାରଣ ପ୍ରତି ଆହ୍ୱାନ ସୃଷ୍ଟି ହୁଏ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଏସ.ବୈଜୟନ୍ତୀଙ୍କ ସହ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ...
ଅବଶ୍ୟ ଏହି ସମସ୍ୟାର ସମାଧାନ ପାଇଁ ଏକାଧିକ ବିକଳ୍ପ ରହିଛି । ଟେଷ୍ଟ ରେଜଲ୍ଟ କମ୍ ଏଏମଏଚ କହିଲେ ଡିମ୍ବାଶୟରେ କମ୍ ଅଣ୍ଡା ରହିବା ବୁଝାଏ । ମହିଳାଙ୍କ ବୟସ ବଢିବା ସହ ଅଣ୍ଡା ସଂଖ୍ୟା ହ୍ରାସ ହୁଏ । ଫଳରେ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । ସାଧାରଣତଃ ଏଏମଏଚ ସ୍ତର ୨.୦ରୁ ୩-୦ ଏନଜି/ଏମଏଲ ରହିଲେ ତାହା ସ୍ୱାଭାବିକ ବୋଲି ଧରାଯାଏ । ମେନୋପଜ୍ର ନିକଟବର୍ତ୍ତୀ ହେଉଥିବା ମହିଳାଙ୍କ ମଧ୍ୟରେ କମ୍ ଏଏମଏଚ ସାଧାରଣ କଥା । ଏଏମଏଚ ସ୍ତର ହ୍ରାସ ହେବା ପଛରେ ବୟସ ପ୍ରମୁଖ କାରଣ । କିନ୍ତୁ ଅନୁପଯୁକ୍ତ ପୋଷଣ, ଭିଟାମିନର ଅଭାବ ଓ କ୍ୟାନସର ଟ୍ରିଟମେଂଟ୍ ବି ଏଏମଏଚ ସ୍ତର ହ୍ରାସ ହୋଇଥାଏ । କେତେବେଳେ ଜଣ ଟେଷ୍ଟ କରିପାରିବ ? ଯଦି ମହିଳାଙ୍କ ବୟସ ୩୦ରୁ ଅଧିକ , ତାହା ହେଲେ ସେ ଏଏମଏଚ ଟେଷ୍ଟ କରିପାରିବେ । ଫର୍ଟିଲିଟି ଟ୍ରିଟମେଂଟ ପୂର୍ବରୁ ଏହି ଟେଷ୍ଟ କରିହେବ । ଯେଉଁ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭଧାରଣ ବିଳମ୍ବ କରିବା ପାଇଁ ଚାହାନ୍ତି , ସେମାନେ ବି ଏହି ଟେଷ୍ଟ କରିପାରିବେ । ଲୋ ଏଏମଏଚ ପାଇଁ ବିଭିନ୍ନ ଚିକିତ୍ସା ଲୋ ଏଏମଏଚ ସ୍ତର ପରିବର୍ତ୍ତନୀୟ ନୁହେଁ ।
ତେଣୁ ଯେଉଁମାନେ ଗର୍ଭଧାରଣ କରିବାକୁ ଚାହାନ୍ତି , ସେମାନଙ୍କ ପାଇଁ ବିଭିନ୍ନ ପ୍ରଜନନ ପ୍ରଯୁକ୍ତି ରହିିଛି । ଯେଉଁ ମହିଳାମାନେ ଶୀଘ୍ର ଗର୍ଭଧାରଣ କରିବାକୁ ଚାହାନ୍ତି ନାହିଁ , ସେମାନେ ଫର୍ଟିଲିଟି କ୍ରିପୋରିଜର୍ଭେସନ ଜରିଆରେ ସେମାନଙ୍କ ଡିମ୍ବାଣୁ ଫ୍ରିଜ୍ କରିପାରିବେ । ପୂର୍ବତନ ବିଶ୍ୱ ସୁନ୍ଦରୀ ଡାଏନା ହେଡେନ ଏହି ପ୍ରକ୍ରିୟାର ସହାୟତା ନେଇ ଉଦାହରଣ ସୃଷ୍ଟି କରିଥିଲେ । ସେ ୮ ବର୍ଷ ପାଇଁ ଏଗ୍ ଫ୍ରିଜ୍ କରି ୪୨ ବର୍ଷ ବୟସରେ ମାଆ ହୋଇଥିଲେ । ଯଦି ଆଇଭିଏଏଫ ସାଇକେଲ ପାଇଁ ଏଏମଏଚ ସ୍ତର ଯଥେଷ୍ଟ ରହିଛି, ତାହା ହେଲେ ଆଇଭିଏଫ ଚିକିତ୍ସା ପାଇଁ ସୁପାରିଶ କରାଯାଇପାରେ । ଓଭାରିଆନ ରିଜର୍ଭ ସ୍ୱାସ୍ଥ୍ୟର ଯତ୍ନ ସ୍ୱାଭାବିକ ଭାବେ ଓଭାରିଆନ ରିଜର୍ଭରେ ଉନ୍ନତି ତ ହୋଇପାରିବ ନାହିଁ । ଡିମ୍ବାଣୁର ଗୁଣାତ୍ମକ ମାନ ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ ଜରୁରୀ । ଶେଷରେ ଆପଣଙ୍କର ଯଦି ଲୋ ଏଏମଏଚ ସ୍ତର ଦେଖାଯାଏ, ତାହା ହେଲେ ଆପଣ ଜଣେ ପେଷାଦାର ବିଶେଷଜ୍ଞଙ୍କ ତୁରନ୍ତ ସହାୟତା ନେବା ଉଚିତ ।