ଓଡିଶା

odisha

ETV Bharat / sukhibhava

ଏହି ସବୁ ଲକ୍ଷଣକୁ ଅଣଦେଖା କରୁଥିଲେ ସାବଧାନ ! ହୋଇପାରେ ଆଇରନ୍ ଅଭାବ

ଆଇରନ୍ ଏକ ଏପରି ମିନେରାଲ୍, ଯାହା ଶରୀରରେ ରକ୍ତଅଭାବ ସମସ୍ୟାକୁ ଦୂର କରେ । ବେଳେବେଳେ ଆଇରନର ଅଭାବରୁ ରକ୍ତହୀନତା ହୁଏ ଏବଂ ରକ୍ତହୀନତାରୁ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ହେଲେ ଆମେ ସେହି ସବୁ ଲକ୍ଷଣକୁ ଜାଣିପାରି ନଥାନ୍ତି । କଣ ଏହି ସବୁ ଲକ୍ଷଣ, ଜାଣନ୍ତୁ...

By

Published : Feb 25, 2023, 11:00 PM IST

Young Upset Woman In Bathroom Holding comb With Hair
Young Upset Woman In Bathroom Holding comb With Hair

ହାଇଦ୍ରାବାଦ: ଆମ ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ମିନେରାଲ୍ସ ଓ ଭିଟାମିନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଯଦି ଏହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏର ଅଭାବ ହୁଏ, ତେବେ ସ୍ବାସ୍ଥ୍ୟ ଦୁର୍ବଳ ହେବା ଆରମ୍ଭ କରେ । ଏହି ସବୁ ମିନେରାଲ୍ସ ମଧ୍ୟରୁ ଆଇରନ୍ ବା ଲୌହ ଅନ୍ୟତମ । ଏହାର ଅଭାବ ହେତୁ ଶରୀରରେ ରକ୍ତହୀନତା(ଆନେମିଆ) ସମସ୍ୟା ଦେଖାଯାଏ । ତେବେ ଶରୀରରେ ଲୌହର ଅଭାବ ଅଛି ବୋଲି ଜାଣିବେ କିପରି, ଆଜିର ଆର୍ଟିକିଲରେ ଏହାର କେତେକ ଲକ୍ଷଣ ବାବଦରେ ଆଲୋଚନା କରିବା, ଯେଉଁ ଲକ୍ଷଣ ପରିଲିକ୍ଷିତ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

କୁଞ୍ଚନ- ଶରୀରରେ ଲୌହର ଅଭାବ ହେତୁ ଚର୍ମରେ ଏକଜେମା, ଜ୍ବଳନ ଏବଂ କୁଞ୍ଚନ ଭଳି ଲକ୍ଷଣ ଦେଖାଯାଏ । ଚର୍ମ ଅତ୍ୟଧିକ ଶୁଷ୍କ ହୋଇଯାଏ ।

ଡାର୍କ ସର୍କଲ୍- ଲୌହ ଅଭାବ ହେତୁ ଶରୀରରେ ଲୋହିତ ରକ୍ତ କଣିକା ସୃଷ୍ଟି ହୁଏ ନାହିଁ, ଯେଉଁ କାରଣରୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଚର୍ମର କୋଷରେ ପହଞ୍ଚିପାରେ ନାହିଁ । ଏହି କାରଣରୁ ଆଖିର ଚର୍ମ କଳା କିମ୍ବା ଗାଢ ହୋଇଯାଏ ।

ନଖ ଭାଙ୍ଗିବା- ଶରୀରରେ ଲୌହ ଅଭାବର ପ୍ରଭାବ ନଖ ଉପରେ ମଧ୍ୟ ପଡିପାରେ । ନଖ ଭାଙ୍ଗିବା ଦୁର୍ବଳ ହୋଇଯିବା ଆଇରନ୍ ଅଭାବ କାରଣରୁ ହୋଇପାରେ । ଏହା ବ୍ୟତୀତ ନଖଗୁଡ଼ିକ ମଧ୍ୟ ରଙ୍ଗୀନ ଦେଖାଯିବା ଆରମ୍ଭ କରେ, ଯଦି ଏହା ଆପଣଙ୍କ ସହ ଘଟୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଚର୍ମ ହଳଦିଆ ହୋଇଯାଏ- ଲୌହର ଅଭାବ ହେତୁ ଚର୍ମ ହଳଦିଆ ଦେଖାଯିବା ଆରମ୍ଭ କରେ । ଚର୍ମ ଫାଟିବା ଆରମ୍ଭ କରେ ଏବଂ ଜିଭ ମଧ୍ୟ ଧଳା ଦେଖାଯାଇଥାଏ ।

କେଶ ଝଡିବା- ଅଧିକାଂଶ ବ୍ୟକ୍ତିଙ୍କର କେଶ ଝଡିଥାଏ । ଏହା ମଧ୍ୟ ସାଧାରଣ । କିନ୍ତୁ ବାରମ୍ବାର କେଶ ଝଡୁଥିଲେ ସତର୍କ ରୁହନ୍ତୁ । କାରଣ ଶରୀରରେ ଲୌହର ଅଭାବ ହେତୁ କେଶ ଡ୍ରାଏ ହୋଇଯାଏ ଏବଂ ଝଡିବା ଆରମ୍ଭ କରେ । କେଶ କୋଷଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ନପାଇବାରୁ ଏପରି ହୋଇଥାଏ ।

ମୁଣ୍ଡବିନ୍ଧା- ଲୌହ ଅଭାବ ହେତୁ ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଏ । ହିମୋଗ୍ଲୋବିନର ଅଭାବ ହେତୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମସ୍ତିଷ୍କରେ ପହଞ୍ଚେ ନାହିଁ, ଯେଉଁ କାରଣରୁ ରକ୍ତ ନଳୀରେ ଫୁଲା ଏବଂ ମୁଣ୍ଡବିନ୍ଧା ହୁଏ ।

ଲୌହ ଅଭାବକୁ କିପରି ଦୂର କରିବେ

ଲୌହ ଅଭାବ ହେଲେ ଡାକ୍ତରମାନେ ଅନେକ ଔଷଧ ସେବନ କରିବାକୁ ପରାମର୍ଶ ଦିଅନ୍ତି, କିନ୍ତୁ ଯଦି ଆପଣ ଏହାକୁ ପ୍ରାକୃତିକ ଉପାୟରେ ବଜାୟ ରଖିବାକୁ ଚାହାଁନ୍ତି, ତେବେ କିଛି ଶାକାହାରୀ ଓ ଆମିଶ(ନନ୍-ଭେଜ୍) ଖାଦ୍ୟ ଖାଇ ଏହାର ଅଭାବ ପୂରଣ କରିପାରିବେ । ଯଦି ଶାକାହାରୀ ହୋଇଥାନ୍ତି ତେବେ ଖାଦ୍ୟରେ ସୋୟାବିନ୍, କନ୍ଦମୂଳ, ସବୁଜ ପତ୍ରଯୁକ୍ତ ପନିପରିବା, ଶୁଖିଲା ଫଳ ଅନ୍ତର୍ଭୁକ୍ତ କରନ୍ତୁ । ଯଦି ଶାକାହାରୀ ନୁହଁନ୍ତି, ତେବେ ଅଣ୍ଡା, ଚିକେନ୍ ଏବଂ ସାମୁଦ୍ରିକ ଖାଦ୍ୟରୁ ଆଇରନ୍ ପାଇପାରିବେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details