ହାଇଦ୍ରାବାଦ: ବେଳେବେଳେ ସାମାନ୍ୟ ପରି ଲାଗୁଥିବା ପେଟ ଯନ୍ତ୍ରଣା କିଛି ନା କିଛି ରୋଗର ସଙ୍କେତ ଦେଇଥାଏ । ଏଥିମଧ୍ୟରୁ ଆପେଣ୍ଡିସାଇଟ୍ସ ଅନ୍ୟତମ । ବର୍ତ୍ତମାନର ଯୁବପିଢିଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଖାଦ୍ୟପେୟରେ ଅନିୟମିତତା ଏବଂ ମସଲାଯୁକ୍ତ, ଫାଷ୍ଟ ଫୁଡ୍ ଅଧିକ ସେବନ ଏହାର ଏକ ମୁଖ୍ୟ କାରଣ । ତେବେ ଆପେଣ୍ଡିକ୍ସ ହେଲେ କେଉଁ ପ୍ରକାରର ସଚେତନତା ଅବଲମ୍ବନ କରିବେ, ଜାଣନ୍ତୁ...
ଆପେଣ୍ଡିକ୍ସ କଣ ଏବଂ ଏହାର କାରଣ:-ଆପେଣ୍ଡିକ୍ସ ହେଉଛି ଏକ ଆଙ୍ଗୁଠି ଆକୃତିର ଥଳି ଯାହା ପେଟର ତଳ ଭାଗ ଡାହାଣ ପାର୍ଶ୍ୱରେ ଥିବା କୋଲନରୁ ବାହାରିଥାଏ । ଏହି ଅବସ୍ଥା ଥିବା ବ୍ୟକ୍ତି ଡାହାଣ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଦୂଷିତ ଖାଦ୍ୟ କିମ୍ବା ସଂକ୍ରମଣ କାରଣରୁ ଆପେଣ୍ଡିକ୍ସ ହୋଇଥାଏ । 20 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ ଆପେଣ୍ଡିସାଇଟ୍ସ ଦେଖାଯାଏ । ଯଦିଓ ଏହି ରୋଗ ସାଧାରଣତଃ ପେଟର ଅସ୍ୱାଭାବିକତା ସହିତ ଜଡିତ, ତଥାପି ପେଟ ଭାଗ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇପାରେ ।
ଆପେଣ୍ଡିସାଇଟ୍ସର ଜଟିଳତା ଏବଂ କେଉଁମାନେ ଏଥିରେ ଅଧିକ ସଂକ୍ରମିତ ହୁଅନ୍ତି:-
ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆପେଣ୍ଡିକ୍ସର ଅଧିକ ଆକ୍ରାନ୍ତ ହୁଅନ୍ତି । 20 ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବୟସରେ ଏହା ଆକ୍ରାନ୍ତ କରିପାରେ । ଯଦି ଆପେଣ୍ଡିସାଇଟ୍ସ ଚିକିତ୍ସା କରାନଯାଏ ତେବେ ଏହା ଫାଟିଯାଇପାରେ । ଫଳରେ ଏହା ଜଟିଳ ସମସ୍ୟା ସୃଷ୍ଟି କରିପାରେ ।
ଆପେନଡିକ୍ସର ଲକ୍ଷଣ:-
ପେଟରେ ଲଗାତାର ଯନ୍ତ୍ରଣା ସାଙ୍ଗକୁ ପିଠି ଯନ୍ତ୍ରଣା ।
ନାଭିର ତଳ ଭାଗରେ ହଠାତ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇଥାଏ । ବାନ୍ତି ହେବା, ଭୋକ ନଲାଗିବା, କୋଷ୍ଠ କାଠିନ୍ୟ ସମସ୍ୟା ।
ପରିସ୍ରା ସମୟରେ ପୋଡାଜଳା ଅନୁଭବ କରିବା ଓ ଜ୍ବର ହେବା ।
ପେଟ ଫୁଲିଯିବା ପରି ଅନୁଭବ କରିବା, ପେଟ ଗ୍ୟାସ ସମସ୍ୟା, ପେଟରେ ଭାରି ଅନୁଭବ ।
ଚିକିତ୍ସା:-