ଓଡିଶା

odisha

By

Published : Jul 2, 2023, 3:27 PM IST

ETV Bharat / sukhibhava

Cancer Treatment: ଏଣିକି କ୍ୟାନସର ପାଇଁ ଆଉ ଆବଶ୍ୟକ ପଡିବନି କେମୋଥେରାପି !

ଦେଶରେ ବୃଦ୍ଧି ପାଉଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଏହି ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ଯଦିଓ ଏହାର ଚିକିତ୍ସା କରାଯାଉଛି, ହେଲେ ଏହାକୁ ସମୂର୍ଣ୍ଣ ରୂପେ ମାତ ଦେବା ସହଜ ନୁହେଁ । ଫଳରେ ଅନେକ ଦେଶରେ କ୍ୟାନସର ଟିକା ଉପରେ ପରୀକ୍ଷା ଚାଲିଛି । ଅଧିକ ପଢନ୍ତୁ

ଏଣିକି କ୍ୟାନସର ପାଇଁ ଆଉ ଆବଶ୍ୟକ ପଡିବନି କେମୋଥେରାପି!
ଏଣିକି କ୍ୟାନସର ପାଇଁ ଆଉ ଆବଶ୍ୟକ ପଡିବନି କେମୋଥେରାପି!

ହାଇଦ୍ରାବାଦ: କ୍ୟାନସର ହେଉଛି ଦୁନିଆର ସବୁଠାରୁ ମାରାତ୍ମକ ରୋଗ। ଏହାର ଚିକିତ୍ସା ମଧ୍ୟ ଏକ ଚ୍ୟାଲେଞ୍ଜ ଅଟେ। ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ବର୍ତ୍ତମାନ ବହୁତ ଭଲ ଟେକ୍ନୋଲୋଜି ସହ କର୍କଟ ଚିକିତ୍ସା କରାଯାଉଛି, ଏହା ସତ୍ତ୍ୱେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ଅଧିକ ହେଉଛି। ଅଧିକାଂଶ କ୍ୟାନସର ରୋଗର ଲକ୍ଷଣ ଏବଂ ସୂଚନା ଅଭାବରୁ ଏଭଳି ହୋଇଥାଏ। ଏହି ମାରାତ୍ମକ ରୋଗକୁ ଭଲ କରିବା ପାଇଁ କୌଣସି ଟିକା ନାହିଁ। ତେବେ ବର୍ତ୍ତମାନ ବିଶ୍ବର ଅନେକ ଦେଶରେ କର୍କଟ ଟିକା ଉପରେ ପରୀକ୍ଷା ଚାଲିଛି। ଏବଂ ଖୁବଶୀଘ୍ର ଟିକା ଆସିବ ବୋଲି ଆଶା କରାଯାଉଛି।

ଏହା ମଧ୍ୟ ପଢନ୍ତୁ: କିଶୋରୀଙ୍କୁ HPV ଭ୍ୟାକ୍ସିନ୍ ଦେବାର ଆବଶ୍ୟକତା କେତେ, ଜାଣନ୍ତୁ

କ୍ୟାନସର ଟିକାର ଟ୍ରାଏଲ:

ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ଟିକା ବିକଶିତ ହେବା ନେଇ ଆଶା କରାଯାଉଛି । ଏହି ଟିକା ଉପରେ ସାରା ବିଶ୍ୱରେ ଏକ ବଡ଼ ସ୍ତରରେ ଗବେଷଣା ବା ପରୀକ୍ଷା ଚାଲିଛି । ଟିକା ଫର୍ମୁଲେସନ ଏବଂ ଇମ୍ୟୁନୋଷ୍ଟିମ୍ୟୁଲେଟୋରୀ ଟେକ୍ନୋଲୋଜି ଅନ୍ୱେଷଣ ପାଇଁ ପ୍ରୟାସ ଚାଲିଛି । କେତେକ ଦେଶରେ ଚତୁର୍ଥ ପର୍ଯ୍ୟାୟର ପରୀକ୍ଷା ମଧ୍ୟ ଶେଷ ହୋଇଛି । ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଶୀଘ୍ର ଏହି ମାରାତ୍ମକ ରୋଗର ଉପଶମ ମିଳିପାରିବ।

କର୍କଟ ରୋଗକୁ ରୋକିବା ପାଇଁ ଦୁଇ ପ୍ରକାରର ଟିକା ଅଛି । ଗୋଟିଏ ହେଉଛି ପ୍ରତିଷେଧକ ଟିକା ଅନ୍ୟଟି ହେଉଛି ମେଡିକାଲ ଟିକା...

1. ପ୍ରତିଷେଧକ ଟିକା: ଏଥିରେ ମାନବ ପୈପିଲୋମାଭାଇରସ୍ (HPV) ଟିକା ଏବଂ ହେପାଟାଇଟିସ୍ ବି ଟିକା (HBV) ଥାଏ । ଏହି ଟିକାଗୁଡ଼ିକ କେତେକ ଜୀବାଣୁଙ୍କ ସୁରକ୍ଷା ପାଇଁ ପ୍ରଭାବଶାଳୀ ଅଟେ । ଭବିଷ୍ୟତରେ ଏହା କ୍ୟାନସର ରୋଗର ଆଶଙ୍କା ବଢାଇପାରେ । ଏହି ଟିକା ସାହାଯ୍ୟରେ ପ୍ରାରମ୍ଭିକ ସଂକ୍ରମଣ ବନ୍ଦ କରି ରୋଗ ବୃଦ୍ଧି ହେବା ଆଶଙ୍କା କମାଇ ଦିଆଯାଏ ।

2. ମେଡିକାଲ ଟିକା: ଏହି ଟିକା କ୍ୟାନସର ରୋଗରେ ପୀଡିତ ଲୋକଙ୍କୁ ଦିଆଯାଏ। ଏହି ଟିକା କ୍ୟାନସର କୋଷ ସହିତ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରେ। ଅନେକ ପ୍ରକାରର କ୍ୟାନସର ରୋଗର ପ୍ରତିରୋଧ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ HPV ସଟ୍ ସୁପାରିଶ କରାଯାଇଛି । ଯକୃତ କର୍କଟ ରୋଗକୁ ରୋକିବା ପାଇଁ ହେପାଟାଇଟିସ୍ ବି' ଟିକା ଭଲ ବୋଲି ବିବେଚନା କରାଯାଏ । ବର୍ତ୍ତମାନ ସୁଦ୍ଧା ସେପରି କୌଣସି ଟିକା ଆସିନାହିଁ ଯାହା କୌଣସି କ୍ୟାନସ ପୀଡିତଙ୍କୁ ଆରୋଗ୍ୟ କରିପାରିବ । ତେବେ ଭବିଷ୍ୟତରେ ଏହା ବିକଶିତ ହେବ ବୋଲି ଆଶା କରାଯାଉଛି ।

କର୍କଟ ଟିକା ଆସିବା ପରେ କେମୋଥେରାପି-ରେଡିଓଥେରାପିର ଆବଶ୍ୟକତା ରହିବ କି ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କ୍ୟାନସର ଟିକା ଆସିବା ପରେ କେମୋଥେରାପି ଶେଷ ହୋଇପାରେ । କାରଣ କେମୋଥେରାପି ଚିକିତ୍ସା ଦ୍ବାରା ଶରୀରରେ ଖରାପ କୋଷ ସହ କିଛି ଭଲ କୋଷଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ । ଫଳରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ରୋଗୀର ଶରୀରରେ ମଧ୍ୟ ଦେଖାଯାଏ । ତେବେ ଟିକା ଆସିବା ପରେ କେମୋଥେରାପିର ଆଉ ଆବଶ୍ୟକ ପଡ଼ିବନି । କିନ୍ତୁ ଅସ୍ତ୍ରୋପଚାର ଜାରି ରହିବ । କାରଣ କ୍ୟାନସର କେବଳ ଟ୍ୟୁମର ସର୍ଜରୀ ଦ୍ୱାରା ଦୂର କରାଯାଇପାରିବ ।

ଟିକା କ୍ୟାନସର ରୋଗର ଆଶଙ୍କା ହ୍ରାସ କରିବ କି ?

ଆଗାମୀ କିଛି ବର୍ଷ ମଧ୍ୟରେ କର୍କଟ ଟିକା ଆସିପାରେ । ଟିକା ମାରାତ୍ମକ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ଟିକା କର୍କଟ ରୋଗର କୋଷଗୁଡ଼ିକୁ ଚିହ୍ନଟ କରିବା ଏବଂ ସେମାନଙ୍କ ସହ ମୁକାବିଲା କରିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିବ । ଏହା ଚିକିତ୍ସାକୁ ଉନ୍ନତ କରିପାରେ । ଯଦିଓ କର୍କଟ ଟିକା ବିକଶିତ କରିବାରେ ଅନେକ ଚ୍ୟାଲେଞ୍ଜ ଅଛି, କିନ୍ତୁ ଆଶା କରାଯାଉଛି ଯେ, ଏହା ଖୁବଶୀଘ୍ର ଉପଲବ୍ଧ ହେବ ।

ABOUT THE AUTHOR

...view details