ଓଡିଶା

odisha

ETV Bharat / sukhibhava

2030 ଭିତରେ କ୍ୟାନ୍ସରରେ ଅଧିକ ଶିକାର ହୋଇପାରନ୍ତି 50 ବର୍ଷରୁ କମ ବୟସ୍କ: ରିସର୍ଚ୍ଚ

2030 ଭିତରେ କ୍ୟାନ୍ସରରେ ଅଧିକ ଶିକାର ହୋଇପାରନ୍ତି 50 ବର୍ଷରୁ କମ ବୟସ୍କ । ରିସର୍ଚ୍ଚରେ ଖୁଲାସା । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 5, 2023, 7:17 PM IST

Cancer cases
Cancer cases

ହାଇଦ୍ରାବାଦ:ଭାରତରେ ବୃଦ୍ଧି ପାଉଛି କର୍କଟ ରୋଗୀଙ୍କ ସଂଖ୍ୟା। ରୋଗୀଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ନିକଟରେ କର୍କଟ ରୋଗକୁ ନେଇ ଏକ ଆଶ୍ଟର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ (ବBMJ ଅଙ୍କୋଲୋଜି)ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗତ ତିନି ଦଶନ୍ଧି ମଧ୍ୟରେ ସର୍ବଭାରତୀୟ ସ୍ତରରେ 50 ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ କର୍କଟ ରୋଗ 79 ପ୍ରତିଶତ ବୃଦ୍ଧି ଘଟିଛି। ତେବେ ରୋଗୀଙ୍କ ସଂଖ୍ୟା 1990 ମସିହାରେ 18.2 ଲକ୍ଷ ରହିଥିବା ବେଳେ 2019 ରେ 38.2 ଲକ୍ଷକୁ ବୃଦ୍ଧି ପାଇଛି। ତେବେ 30 ବର୍ଷ ମଧ୍ୟରେ 28 ପ୍ରତିଶତ ବୃଦ୍ଧି ହୋଇଥିବା ନେଇ କୁହାଯାଇଛି। 2030 ଭିତରେ 50 ବର୍ଷରୁ କମ ବୟସ୍କ କ୍ୟାନ୍ସରରେ ଅଧିକ ଶିକାର ହୋଇପାରନ୍ତି ବୋଲି କୁହାଯାଇଛି।

ବିଏମଜେ (ଅଙ୍କୋଲୋଜି) ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ 2019 ରେ 50 ବର୍ଷରୁ କମ୍ ବୟସର ସ୍ତନ କର୍କଟ ରୋଗର ସଂଖ୍ୟା ସର୍ବାଧିକ ଥିଲା। କିନ୍ତୁ 1990 ମସିହାରୁ ନାକ (ନାସୋଫେରନକ୍ସ) ଏବଂ ପ୍ରୋଷ୍ଟେଟର କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। 1990 ରୁ 2019 ମଧ୍ୟରେ ୱିଣ୍ଡପାଇପ୍ ଏବଂ ପ୍ରୋଷ୍ଟେଟ କର୍କଟ ଆନୁମାନିକ 2.28ପ୍ରତିଶତ ଏବଂ 2.23ପ୍ରତିଶତ ବୃଦ୍ଧି ପାଇଥିଲା।

ମେଦାନ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇଜେଷ୍ଟିଭ୍ ଏବଂ ହେପାଟୋବିଲିୟାରି ସାଇନ୍ସର ଚେୟାରମ୍ୟାନ୍ ଡାକ୍ତର ରଣଧୀର ସୁଦ କହିଛନ୍ତି, "ଟୀକାକରଣ କାର୍ଯ୍ୟକ୍ରମରେ ହେପାଟାଇଟିସ୍ ବି ଟୀକାକରଣ ଲିଭର କର୍କଟ ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କିନ୍ତୁ ମୁଁ ଅନୁଭବ କରୁଛି ଯେ ନନଆଲକହଲିକ ଫ୍ୟାଟି ଲିଭର ରୋଗ ବୃଦ୍ଧି ହେତୁ ଯକୃତ କର୍କଟ ହେବାର ସମ୍ଭାବନା ଅଧିକ ରହିଥାଏ। "

ଏହା ମଧ୍ୟ ପଢନ୍ତୁ: ଏଣିକି 7 ମିନିଟରେ ହେବ କ୍ୟାନ୍ସର ଚିକିତ୍ସା, ବ୍ରିଟେନରେ ବାହାରିଲା ପ୍ରଥମ ଇଞ୍ଜେକ୍ସନ

ବିଗତ 30 ବର୍ଷ ମଧ୍ୟରେ ଦେଖାଯାଇଥିବା ଧାରା ଉପରେ ଆଧାର କରି ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ ବିଶ୍ବରେ କର୍କଟ ରୋଗୀ ଏବଂ ଆନୁସଙ୍ଗିକ ମୃତ୍ୟୁ ସଂଖ୍ୟା ଯଥାକ୍ରମେ 31ପ୍ରତିଶତ ଏବଂ 21ପ୍ରତିଶତ ବୃଦ୍ଧି ପାଇପାରେ। 2030 ସୁଦ୍ଧା, 50 ବର୍ଷରୁ କମ ବୟସ୍କମାନେ ଅଧିକ ସମ୍ମୁୀନ ହୋଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

କେଉଁ କାରଣରୁ ବୃଦ୍ଧି ପାଉଛି କ୍ୟାନ୍ସର ମାମଲା: କ୍ୟାନ୍ସର ମାମଲା ବୃଦ୍ଧି ପଛରେ ଜେନେଟିକ ଏକ ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି। କିନ୍ତୁ ଆହାରରେ ରେଡ ମିଡ ଏବଂ ଲୁଣର ମାତ୍ରା ଅଧିକ ଏବଂ ଫଳ ଏବଂ ଦୁଗ୍ଧର ମାତ୍ରା କମ ରହିଥିବା କାରଣରୁ, ମଦ୍ୟପାନ ଏବଂ ତମାଖୁ ସେବନ ହେତୁ 50 ବର୍ଷରୁ କମ ବୟସ୍କଙ୍କ କ୍ଷେତ୍ରରେ କ୍ୟାନ୍ସର ବୃଦ୍ଧି ପାଉଛି। 2022 ମସିହାରେ ଭାରତରେ ପ୍ରାୟ 14.6 ଲକ୍ଷ କର୍କଟ ରୋଗୀ ପଞ୍ଜିକୃତ ହୋଇଥିଲେ। 2025 ସୁଦ୍ଧା ଏହି ସଂଖ୍ୟା 15.7 ଲକ୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ତଥ୍ୟଭିତ୍ତିକ ଖବର ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details