ଓଡିଶା

odisha

ETV Bharat / sukhibhava

ସ୍ତନ ସଂପର୍କିତ ସ୍ବାସ୍ଥ୍ୟ ସମସ୍ୟା: ଧାରଣା ଓ ସତ.....

ସ୍ତନ କର୍କଟ ସଚେତନତା ମାସ ଭାବେ ସଚେତନତା ସ୍ବରୂପ ସ୍ତନ କର୍କଟର ଶୀଘ୍ର ଚିହ୍ନଟ କରିବା, ଆରୋଗ୍ୟ ଲାଭ କରିଥିବା ମହିଳାଙ୍କୁ ସମ୍ମାନ ଓ ଆଶାର ସନ୍ଦେଶ ଦେବା, ସାହସ ଓ ସଂଗ୍ରାମ ଉପରେ ଗୁରୁତ୍ବରୋପ କରାଯାଏ ।

breast helth
ସ୍ତନ ସଂପର୍କିତ ସ୍ବାସ୍ଥ୍ୟ ସମସ୍ୟା

By

Published : Oct 19, 2020, 7:01 AM IST

ସାରା ବିଶ୍ବରେ ଅକ୍ଟୋବର ମାସକୁ ଆନ୍ତର୍ଜାତିକ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ । ପିଙ୍କ ରିବନ ବା ଗୋଲାପୀ ରିବନ ହେଉଛି ଏହାର ପ୍ରତୀକ । ସଚେତନତା ସ୍ବରୂପ ସ୍ତନ କର୍କଟର ଶୀଘ୍ର ଚିହ୍ନଟ କରିବା, ଆରୋଗ୍ୟ ଲାଭ କରିଥିବା ମହିଳାଙ୍କୁ ସମ୍ମାନ ଓ ଆଶାର ସନ୍ଦେଶ ଦେବା, ସାହସ ଓ ସଂଗ୍ରାମ ଉପରେ ଗୁରୁତ୍ବରୋପ କରାଯାଏ ।

ଏବାବଦରେ ଇଟିଭି ଭାରତ ସୁଖିଭବଃ ତରଫରୁ ବିଶେଷଜ୍ଞ ଡକ୍ଟର ପି.ରଘୁରାମଙ୍କ ସହ ଆଲୋଚନା କରାଯାଇଥିଲା । ଡକ୍ଟର ରଘୁରାମ ଉଷାଲକ୍ଷ୍ମୀ ବ୍ରେଷ୍ଟ କ୍ୟାନସର ଫାଉଣ୍ଡେସନର ପ୍ରତିଷ୍ଠାତା ସହ ଏହାର ସିଇଓ ଓ ନିର୍ଦ୍ଦେଶକ ଅଛନ୍ତି । ସ୍ତନ ସଂପର୍କିତ ଜଡିତ ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ସେ ଅଧିକ ଆଲୋକପାତ କରିଥିଲେ ।

ବିଶ୍ବବ୍ୟାପୀ ପରିସଂଖ୍ୟନ : ସାରା ବିଶ୍ବରେ ପ୍ରତିବର୍ଷ 2.1 ମିଲିଅନ ନୂଆ ମାମଲା ସହ ସ୍ତନ କର୍କଟ ମହିଳାଙ୍କୁ ପ୍ରଭାବିତ କରୁଥିବା ଏକ ମୁଖ୍ୟ ରୋଗ ଭାବେ ଉଭା ହୋଇଛି । ପ୍ରତିବର୍ଷ ୬ ଲକ୍ଷ ୫୦ ହଜାର ମହିଳା ସ୍ତନ କର୍କଟରେ ପ୍ରାଣ ହରାଇଥାନ୍ତି ।

ଭାରତ ପରିସଂଖ୍ୟନ : ପ୍ରତିବର୍ଷ ଭାରତରେ ୧ ଲକ୍ଷ ୬୨ ହଜାର ସ୍ତନ କର୍କଟ ରୋଗୀ ଚିହ୍ନଟ ହୁଅନ୍ତି । ଭାରତରେ ମହିଳାଙ୍କୁ ଅଧିକ ଭାବେ ଆକ୍ରାନ୍ତ କରୁଥିବା ରୋଗ ମଧ୍ୟରୁ ସ୍ତନ କର୍କଟ ପ୍ରଥମ ସ୍ଥାନରେ ରହିଛି ।

ସର୍ଭିକାଲ କ୍ୟାନସରଠାରୁ ବି ଏହା ଟପି ଯାଇଛି । ଚିହ୍ନଟ ହେଉଥିବା ପ୍ରତି ଦୁଇ ରୋଗୀଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥାନ୍ତି । ପ୍ରତିବର୍ଷ ଭାରତରେ ୮୭ ହଜାର ମହିଳା ସ୍ତନକର୍କଟରେ ପ୍ରାଣ ହରାନ୍ତି । ପ୍ରତି ୧୦ ମିନିଟରେ ଜଣେ ପୀଡିତା ମହିଳା ପ୍ରାଣ ହରାଇଥାନ୍ତି । ୬୦ ପ୍ରତିଶତରୁ ଅଧିକ ଆଡଭାନ୍ସ ଷ୍ଟେଜରେ ରହିଥାନ୍ତି ।

ତେବେ, ସଚେତନତା ଓ ଦେଶରେ ସଂଙ୍ଗଠିତ ଜନସଂଖ୍ୟା ଭିତିକ ସ୍ତନ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମର ଅଭାବ ଯୋଗୁଁ ଏହି ରୋଗ ଚିହ୍ନଟରେ ବିଳମ୍ବ ହୋଇଥାଏ। ସ୍ତନ କର୍କଟକୁ ନେଇ କିଛି ଭୁଲ୍ ଧାରଣା ରହିଆସିଛି । କିନ୍ତୁ ପ୍ରକୃତ କଥା କିଛି ଅଲଗା । ଆସନ୍ତୁ ଜାଣିବା କଣ ସତ,କଣ ମିଛ ।

ଧାରଣା- ଅଧିକାଂଶ ‘ବ୍ରେଷ୍ଟ ଲମ୍ପ୍‌’ କର୍କଟ ପ୍ରବଣ ହୋଇଥାଏ ।

ସତ୍ୟତା- ୧୦ରୁ ୯ଟି ବ୍ରେଷ୍ଟ ଲମ୍ପ କର୍କଟ ହୋଇ ନଥାଏ । କିନ୍ତୁ ସ୍ତନରେ ଯଦି କୌଣସି ଅସ୍ବଭାବିକତା ଅନୁଭବ ହେଲେ, ତୁରନ୍ତ ସ୍ପେଶାଲିଷ୍ଟଙ୍କ ସହ ପରାମର୍ଶ କରିବା ଜରୁରୀ ।

ଟ୍ରିପଲ୍ ଆସେସମଂଣ୍ଟ- କ୍ଲିନିକାଲ ଏକଜାମିନାସନ, ବାଇଲେଟ୍ରାଲ ମାମୋଗ୍ରାଫି ଓ ଅଲଟ୍ରାସାଉଣ୍ଡ ଦ୍ବାରା ସ୍ତନରେ ଗୋଟା ବା ଲମ୍ପ କର୍କଟ କି ନାହିଁ ଜଣାପଡେ ।

ଧାରଣା–କେବଳ ବୟସ୍କା ମହିଳାଙ୍କୁ ହିଁ ସ୍ତନ କ୍ୟାନସର ହୁଏ ।

ସତ୍ୟତା– ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଦେଖାଦେଉଥିଲେ ମଧ୍ୟ ଯେକୌଣସି ବୟସର ମହିଳାଙ୍କୁ

ଏହା ହୋଇପାରେ । ଭାରତରେ ଆଜିକାଲି କମ ବୟସ୍କ ମହିଳାମାନଙ୍କ ମଧରେ ସ୍ତନ କର୍କଟ ବୃଦ୍ଧି ପାଉଛି । ଭାରତରେ ୪୦ରୁ ୬୦ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ସ୍ତନ କର୍କଟ ଚିହ୍ନଟ ହେଉଛି ।

ଧାରଣା– ସ୍ତନ କର୍କଟ ପୁରୁଷଙ୍କୁ ହୋଇ ନଥାଏ ।

ସତ୍ୟତା-ଅନେକ ଜାଣନ୍ତି ନାହିଁ ଯେ, ପୁରୁଷଙ୍କୁ ମଧ୍ୟ ସ୍ତନ କର୍କଟ ହୋଇପାରେ । ପୁରଷଙ୍କ ସ୍ତନ ନଥିବାରୁ ସେମାନଙ୍କୁ ଏହି ରୋଗ କାହିଁକି ହେବ ବୋଲି ଧାରଣା ରହିଛି । କିନ୍ତୁ ଉଭୟ ମହିଳା ଓ ପୁରୁଷଙ୍କ ବ୍ରେଷ୍ଟ ଟିସୁ ରହିଛି । ଏଠାରେ ମନେ ରଖିବାକୁ ହେବ ଯେ, ପ୍ରତିବର୍ଷ କମ ସଂଖ୍ୟକ ପୁରୁଷ ବି ସ୍ତନ କର୍କଟରେ ପୀଡିତ ହୁଅନ୍ତି ।

ପ୍ରତିବର୍ଷ ବ୍ରିଟେନରେ ଆନୁମାନିକ ୩ ଶହ ନୂଆ ପୁରୁଷ ସ୍ତନ କର୍କଟ ଚିହ୍ନଟ ହୋଇଥାଏ ।

ଧାରଣା -ଆମେ ସ୍ତନ କର୍କଟର କାରଣ ଜାଣିଥାଉ ।

ସତ୍ୟତା- ନା, ଆମେ ସ୍ତନ କର୍କଟର କାରଣ ଜାଣି ନଥାଉ । ଅବଶ୍ୟ କିଛି ରିସ୍କ ଫ୍ୟାକ୍ଟର ବାବଦରେ ଆମେ ଅବଗତ ଥାଉ । ମହିଳା ଓ ବୟସ ବଢିଲେ ଏହି ରୋଗ ହେବା ଆଶଙ୍କାରେ ଅଧିକାଂଶ ରହିଥାନ୍ତି ।

ଅନ୍ୟ ଜଣାଶୁଣା ରିସ୍କ ଫ୍ୟାକ୍ଟର-

  • . ସେହି ଏକା ସ୍ତନ ବା ଅନ୍ୟ ସ୍ତନରେ ପୂର୍ବରୁ କର୍କଟ ଚିହ୍ନଟ
  • . ପରିବାରରେ ସ୍ତନ କର୍କଟର ପୂର୍ବ ଇତିହାସ
  • . ଶୀଘ୍ର ମାସିକ ଋତୁସ୍ରାବ ସମୟ ଉପନୀତ ( ୧୨ ବର୍ଷ ବୟସ ପୂର୍ବରୁ)
  • . ମେଟ୍ ମେନୋପଜ୍ ( ୫୫ ବର୍ଷ ପରେ )
  • . ୩୦ ବର୍ଷ ବୟସ ପରେ ପ୍ରଥମ ସନ୍ତାନ
  • . ହରମୋନ ରିପ୍ଲେସମେଣ୍ଟ ଥେରାପିର ଦୀର୍ଘକାଳିନ ବ୍ୟବହାର
  • . ମେଦବହୁଳତା

ଧାରଣା- ଯଦି ସ୍ତନ କର୍କଟ ନେଇ ଆପଣଙ୍କ ରିସ୍କ ଫ୍ୟାକ୍ଟର ଥାଏ,ତାହା ହେଲେ ଆପଣ ରୋଗରେ ପୀଡିତ ହେବେ ।

ସତ୍ୟତା- ନା । ଦୃଢ ରିସ୍କ ଫ୍ୟାକ୍ଟର ଥିଲେ ବି ଜରୁରୀ ନୁହେଁ ଯେ, ଆପଣ ନିଶ୍ଚିତ ଭାବେ ସ୍ତନ କର୍କଟରେ ପୀଡିତ ହେବେ ।

ABOUT THE AUTHOR

...view details