ଓଡିଶା

odisha

By

Published : Feb 18, 2023, 9:00 AM IST

ETV Bharat / sukhibhava

ମେନୋପଜ୍‌ ଜନିତ ଅସ୍ଥି ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଅନୁସନ୍ଧାନ ଅନୁସାରେ, ବିଶ୍ବର 50 ବର୍ଷରୁ ଅଧିକ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ମେନୋପୋଜ୍ ଅବଧି କିମ୍ବା ପରେ ଅଷ୍ଟିଓପୋରୋସିସ୍ ଦ୍ୱାରା ପ୍ରଭାବିତ ହୁଅନ୍ତି । ଔଷଧ ନୁହେଁ ଖାଦ୍ୟ ମାଧ୍ୟମରେ କିପରି ଏହି ସମସ୍ୟାକୁ ଦୂର କରିବେ ଜାଣନ୍ତୁ

an woman feeling knee pain
an woman feeling knee pain

ହାଇଦ୍ରାବାଦ: କେବଳ ଋତୁସ୍ରାବ ସମୟରେ ନୁହେଁ ପରେ ମଧ୍ୟ ମହିଳାମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେଥି ମଧ୍ୟରୁ ଅସ୍ଥି ଯନ୍ତ୍ରଣା ବା ଜଏଣ୍ଟ୍ ପେନ୍ ଅନ୍ୟତମ । ମେନୋପୋଜ୍ ଅବଧି କିମ୍ବା ପରେ ଅଷ୍ଟିଓପୋରୋସିସ୍ ପରି ଅସ୍ଥି ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଅନୁସନ୍ଧାନ ଅନୁସାରେ, ବିଶ୍ବର 50 ବର୍ଷରୁ ଅଧିକ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ଅଷ୍ଟିଓପୋରୋସିସ୍ ଦ୍ୱାରା ପ୍ରଭାବିତ ହୁଅନ୍ତି ।

ଆଜିର ଆର୍ଟିକିଲରେ ଏହି ସମସ୍ୟାକୁ ଦୂର କରିବା ପାଇଁ କଣ କରିବା ଆବଶ୍ୟକ ସେ ବାବଦରେ ଆଲୋଚନା କରିବା । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅସ୍ଥି ଉତ୍ପାଦନ ଏବଂ କାର୍ଯ୍ୟ କରିବାରେ ଇଷ୍ଟ୍ରୋଜେନ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମେନୋପାଜ୍ ସମୟରେ, ଶରୀରରେ ଇଷ୍ଟ୍ରୋଜେନ୍ ସ୍ତର କମିଯାଏ । ସମୟ କ୍ରମେ ଏହି ସମସ୍ୟା ହାଡକୁ ଦୁର୍ବଳ କରିଦିଏ, ବେଳେ ବେଳେ ହାଡ ମଧ୍ୟ ଭାଙ୍ଗି ଯାଇଥାଏ । ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ ଆପଣ ହାଡ କ୍ଷୟକୁ ସମ୍ପୂର୍ଣ୍ଣ ରୂପେ ରୋକି ପାରିବେ । କେତେକ ଖାଦ୍ୟ ଅଛି, ଯାହାକୁ ନିୟମିତ ଖାଇବା ଦ୍ବାରା ମେନୋପୋଜ୍ ପରେ ଅସ୍ଥି ଜନିତ ସମସ୍ୟାକୁ କେତେକାଂଶରେ ରୋକାଯାଇ ପାରିବ ।

ସବୁଜ ଖାଦ୍ୟ ଖାଇବା ବଜାୟ ରଖନ୍ତୁ:ସବୁଜ ପନିପରିବା ହାଡର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହାର କାରଣ ହେଉଛି ପନିପରିବାରେ ଭିଟାମିନ୍ କେ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱ ଭରପୂର ଥାଏ । ଖାଦ୍ୟରେ ପାଳଙ୍ଗ, କାଲେ, ବିଭିନ୍ନ ପ୍ରକାରର କୋବି, ବ୍ରୋକଲି, ଭେଣ୍ଡି, ପପି ମଞ୍ଜି, ଚିଆ ମଞ୍ଜି, ବାଦାମ ଏବଂ ବିଭିନ୍ନ ପ୍ରକାର ସ୍ପ୍ରାଉଟ୍ସ ଖାଇପାରିବେ ।

ଶାକାହାରୀ ପ୍ରୋଟିନ୍:ପୁଷ୍ଟିକର ବିଶେଷଜ୍ଞ ବ୍ୟାଖ୍ୟା କରିଛନ୍ତି ଯେ, ଉଦ୍ଭିଦ ଭିତ୍ତିକ ପ୍ରୋଟିନରେ ଫାଇଟୋଏଷ୍ଟ୍ରୋଜେନ୍ ଥାଏ, ଯାହା ଶରୀରରେ ଇଷ୍ଟ୍ରୋଜେନ୍ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ହାଡ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଜରୁରୀ, କାରଣ ଇଷ୍ଟ୍ରୋଜେନ୍ ଅଷ୍ଟିଓବ୍ଲାଷ୍ଟ(ନୂତନ କୋଷ ତିଆରି କରୁଥିବା କୋଷ) କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ । ଯେତେବେଳେ ମେନୋପୋଜ ସମୟରେ ଇଷ୍ଟ୍ରୋଜେନ୍ ସ୍ତର ହ୍ରାସ ହୁଏ, ହାଡର ଘନତା ମଧ୍ୟ ହ୍ରାସପାଏ ।

ଦୁଗ୍ଧଜାତ ଦ୍ରବ୍ୟ:ହାଡ ସ୍ୱାସ୍ଥ୍ୟ ପାଇଁ ଦୁଗ୍ଧଜାତ ଦ୍ରବ୍ୟ ନିହାତି ଜରୁରୀ । ଦହି, କ୍ଷୀର ଏବଂ କୋଟେଜ୍ ପନିରରେ କ୍ୟାଲସିୟମ, ଫସଫରସ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ କେ ଥାଏ, ଯାହା ହାଡର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details