ନୂଆଦିଲ୍ଲୀ: ବିଶ୍ବ ବ୍ରହ୍ମାଣ୍ଡ, ସୌରଜଗତ, ଗ୍ରହ, ନକ୍ଷତ୍ରପୁଞ୍ଜ ଏବଂ ସର୍ବୋପରି ଧରିତ୍ରୀରେ ଜୀବସତ୍ତାର ଆରମ୍ଭ ବାବଦରେ ଜାଣିବା ପାଇଁ ମନରେ ଜାଗ୍ରତ ହୁଅ ଉତ୍କଣ୍ଠା । କିପରି ଏ ସୃଷ୍ଟିର ଆରମ୍ଭ ହେଲା, ମାନବର ଉତ୍ପତ୍ତି କେଉଁ ଆଧାରରେ ଏବଂ କେବେଠୁ ହୋଇଛି ତାକୁ ନେଇ ନାନା ତର୍କ ବିତର୍କ ହୁଏ । ହେଲେ ବିଜ୍ଞାନ ତର୍କଠୁ ବହୁ ଊର୍ଦ୍ଧ୍ବରେ । ପ୍ରତିଟି ବସ୍ତୁ ଓ ପଦାର୍ଥର ପରୀକ୍ଷା ନୀରିକ୍ଷା କରେ । ଆଉ ବୈଜ୍ଞାନିକଙ୍କ ଏହି ପରୀକ୍ଷଣ ପୃଥିବୀରେ ଜୀବସତ୍ତାର କାରଣ ବାବଦରେ ଏକ ରୋଚକ ତଥ୍ୟର ଖୁଲାସା କରିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ ଏକ ପ୍ରଜାତିର ବ୍ୟାକ୍ଟେରିଆଙ୍କ କାରଣରୁ ପୃଥିବୀ ପୃଷ୍ଠରେ ମାନବ ସମାଜ ତିଷ୍ଟି ରହିଛି ।
ସବୁଠୁ ବଡ କଥା ହେଉଛି କି, ଏହି ଅନୁସନ୍ଧାନ କରିଛନ୍ତି ଭାରତୀୟ ବୈଜ୍ଞାନିକ । ବନାରସ୍ ହିନ୍ଦୁ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ରୋଚକ ତଥ୍ୟ ବାବଦରେ ଜାଣିବାକୁ ପାଇଛନ୍ତି । ସେମାନଙ୍କ କହିବା ଅନୁସାରେ ସାଇନୋବ୍ୟାକ୍ଟେରିଆ ପୃଥିବାର ଜୀବସତ୍ତା ଆରମ୍ଭର ଏକ ପ୍ରମୁଖ ଭୂମିକା ନିଭାଇଛନ୍ତି । ଏହି ବ୍ୟାକ୍ଟେରିଆ ପ୍ରାୟ 3 ବିଲିୟନ ବର୍ଷ ପୂର୍ବେ ବାୟୁମଣ୍ଡଳରେ ପ୍ରଥମେ ଅମ୍ଳଜାନ ଉତ୍ପାଦନ କରିଥିଲେ । ଆଦିମ ପୃଥିବୀରେ ଏହି ଜୀବମାନଙ୍କ ଦ୍ବାରା ଉତ୍ପାଦିତ ଅମ୍ଳଜାନ ଓଜୋନ୍ ସ୍ତର ସୃଷ୍ଟି କରିଥିଲା, ଯାହା ହାନିକାରକ ଅତିବାଇଗଣି ରଶ୍ମି ବିକିରଣରୁ ସୁରକ୍ଷା ଯୋଗାଇ ବର୍ତ୍ତମାନର ଜୀବନ ବିବର୍ତ୍ତନରେ ସାହାଯ୍ୟ କରୁଛି ।
ତେବେ ଏହି ସାଇନୋବ୍ୟାକ୍ଟେରିଆ ଏବେ ମଧ୍ୟ ପୃଥିବୀରେ ରହିଛି । ଏହି ବ୍ୟକ୍ଟେରିଆ କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବନାରସ ହିନ୍ଦୁ ୟୁନିଭର୍ସିଟିର ବୈଜ୍ଞାନିକଙ୍କ କହିବା ଅନୁସାରେ, ରାସ୍ତାକଡରେ, କଙ୍କ୍ରିଟ୍, ସମୁଦ୍ରରେ, ମୃତ୍ତିକା ଉପରେ, ଗଛରେ, କଂକ୍ରିଟ୍ କାନ୍ଥ, ପ୍ରତିମୂର୍ତ୍ତି ପଥର ଆଦି ସ୍ଥାନରେ ଯେଉଁ ସବୁଜ ରଙ୍ଗର ପରସ୍ତ ରହିଥାଏ ତାହା ସାଇନୋବ୍ୟାକ୍ଟେରିଆ । ବର୍ଷାଦିନରେ ଏହି ବ୍ୟାକ୍ଟେରିଆ ଅଧିକ ଦେଖାଯାଆନ୍ତି । ଅନୁସନ୍ଧାନକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସାଇନୋବ୍ୟାକ୍ଟେରିଆ ହେଉଛି ପ୍ରମୁଖ କାର୍ବନ ଡାଇଅକ୍ସାଇଡ ଏବଂ ଡାଇନାଇଟ୍ରୋଜେନ ଫିକ୍ସର୍ । 3G ଏବଂ 4G ଜୈବ ଇନ୍ଧନ ଏବଂ ମୂଲ୍ୟବାନ ଯୌଗିକ(ଟୋକ୍ସିନ୍ସ, ଆଣ୍ଟିକ୍ୟାନସର୍ ଯୌଗିକ ଏବଂ ପ୍ରାକୃତିକ ସନ୍ସ୍କ୍ରିନ୍)ର ନିରନ୍ତର ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:-AIIMS ଡାକ୍ତରଙ୍କ କମାଲ୍, ଗର୍ଭସ୍ଥ ଶିଶୁର ହୃଦୟରେ କଲେ ବିରଳ ସର୍ଜରୀ
କାର୍ବନ ଡାଇଅକ୍ସାଇଡ୍ ଦ୍ବାରା ବିଶ୍ବର ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଗ୍ରୀନହାଉସ୍ ଗ୍ୟାସ୍ ଧାରଣ କ୍ଷେତ୍ରରେ ସାଇନୋବ୍ୟାକ୍ଟେରିଆ ମଧ୍ୟ ସେମାନଙ୍କର ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ସାରା ବିଶ୍ୱରେ ଏହି ଉଦ୍ଦେଶ୍ୟରେ ପାଇଲଟ୍ ପ୍ଲାଣ୍ଟ ଗଠନ କରାଯାଉଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବନସ୍ପତି ବିଭାଗ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ ଫଟୋ ଇଞ୍ଜିନିୟରିଂ ଏବଂ ଜେନେଟିକ୍ ଇଞ୍ଜିନିୟରିଂ କୌଶଳ ବ୍ୟବହାର କରି ସାଇନୋବ୍ୟାକ୍ଟେରିଆକୁ ଏପରି ଭାବରେ ବ୍ୟବହାର କରୁଛନ୍ତି ଯାହା ଦ୍ବାରା ଜୈବ ଇନ୍ଧନ ଏବଂ ମୂଲ୍ୟବାନ ଯୌଗିକ ଉତ୍ପାଦନ ଶିଳ୍ପ ପାଇଁ ଉତ୍ତମ ।
ଡ. ଶୈଳେନ୍ଦ୍ର ପ୍ରତାପ ସିଂଙ୍କ ନେତୃତ୍ୱରେ ଏହି ଟିମ୍ ନୀଳ ଏବଂ ସବୁଜ ଆଲୋକରେ ଜୀବକୁ ବିକଶିତ କରି ମଡେଲ ସାଇନୋବ୍ୟାକ୍ଟେରିୟମ ସିନେଚୋକୋକସ୍ ଏଲୋଙ୍ଗ୍ରୋଟସ୍ PCC 7942 ର ଲିପିଡ ବିଷୟବସ୍ତୁ ଏବଂ କୋଷ ଦୈର୍ଘ୍ୟ(ଯାହା ଜୈବ ଇନ୍ଧନ ଶିଳ୍ପରେ ଉପଯୋଗୀ) ବୃଦ୍ଧି କରିଛନ୍ତି । ଡକ୍ଟର ସିଂ ରିପୋର୍ଟ କରିଛନ୍ତି ଯେ, ସାଇନୋବ୍ୟାକ୍ଟେରିୟମ୍ ଦୁଇଟି ଆଲୋକ ଅବସ୍ଥାରେ ଧୀର ଅଭିବୃଦ୍ଧି ଦେଖିବାକୁ ମିଳିଥିଲା, କିନ୍ତୁ ଲିପିଡ୍ର ମାତ୍ରା ବୃଦ୍ଧି ଏବଂ ବିସ୍ତାରିତ କୋଷ ସଂଖ୍ୟା ଦ୍ବାରା ବାୟୋମାସ୍ ଉତ୍ପାଦନ ହ୍ରାସ ପାଇଲା ।
ଏହି ଅନୁସନ୍ଧାନକାରୀ ଟିମ୍ ମଧ୍ୟ ସମାନ ଜୀବକୁ ନୂତନ ଷ୍ଟ୍ରେନ୍ ବିକଶିତ କରିବା ପାଇଁ ଜେନେଟିକ୍ ଇଞ୍ଜିନିୟରିଂ କରିଛନ୍ତି ଯାହାକି ଲିପିଡସ୍, ଅଧିକ କାର୍ବୋହାଇଡ୍ରେଟ୍ ଏବଂ କମ୍ ପ୍ରୋଟିନ୍ ଉତ୍ପାଦନ କରିଥାଏ ଏବଂ ଏହାର ଉତ୍ତମ ଅବତରଣ, ସଂଗ୍ରହ ଦକ୍ଷତା ଥାଏ । ଜେନେଟିକ୍ ଇଞ୍ଜିନିୟରିଂ ସାଇନୋବ୍ୟାକ୍ଟେରିଆ ପାଇଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ପେଟେଣ୍ଟ ମଧ୍ୟ ଦାଖଲ କରାଯାଇଛି(ଏକ ଉଦ୍ଭାବନ ପାଇଁ ଅନୁମତି ପ୍ରାପ୍ତ କରିବାକୁ ପେଟେଣ୍ଟ ଦାଖଲ କରାଯାଏ) ।
ଫଟୋ ଇଞ୍ଜିନିୟରିଂ ଟେକ୍ନିକର ଅନୁସନ୍ଧାନ ଏଲସେଭିଅର ଜର୍ଣ୍ଣାଲ ଏନଭାୟୋର୍ଣ୍ଣମେଣ୍ଟଲ୍ ଆଣ୍ଡ୍ ଏକ୍ସପେରିମେଣ୍ଟଲ୍ ବଟାନିରେ ପ୍ରକାଶ ପାଇଛି । ସୂଚନା ଅନୁସାରେ, ଏହି ଅଧ୍ୟୟନକୁ ଡକ୍ଟର ସିଂ, ନୂଆଦିଲ୍ଲୀ, ବିଏସଆର ଷ୍ଟାର୍ଟ ଅପ୍ ଗ୍ରାଣ୍ଟ, ୟୁନିଭରସିଟି ଅନୁଦାନ ଆୟୋଗ(ୟୁଜିସି), ନୂଆଦିଲ୍ଲୀ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନ୍ସ ଇନସେଣ୍ଟିଭ୍ ଗ୍ରାଣ୍ଟକୁ DST-SERB ପ୍ରାରମ୍ଭିକ ବୃତ୍ତି ଅନୁସନ୍ଧାନ ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ ଏହି ଅନୁସନ୍ଧାନ କ୍ଷେତ୍ରରେ ବୈଜ୍ଞାନିକମାନେ ଆଉ କି କି ରୋଚକ ତଥ୍ୟ ସାମ୍ନାକୁ ଆଣୁଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।