ଆସୁଛି ଗ୍ରୀଷ୍ମଋତୁ । ଖରା ଓ ଗରମ ସହ ଖାପ ଖୁଆଇବା ପାଇଁ ଲୋକେ ଆରମ୍ଭ କରିଦେଲେଣି ପ୍ରସ୍ତୁତି । ଖରାରୁ ଆଶ୍ବସ୍ତି ପାଇଁ ବେଳାଭୂମିକୁ ଛୁଟିବେ ଲୋକେ । ଶକ୍ତି ବୃଦ୍ଧି ପାଇଁ ପଇଡ ପାଣିର ନେବେ ମଜା । ତେବେ ଶୀତଦିନେ ସମସ୍ତ ପ୍ରକାର ଗୁରୁଖାଦ୍ୟ ଖାଇବା ସହ ଲକଡାଉନ ବେଳର ଓଜନକୁ ପରସ୍ତ ପରସ୍ତ କପଡାରେ ଘୋଡାଇ ରଖିବା ଆଉ ସମ୍ଭବ ହେବ ନାହିଁ । ଗ୍ରୀଷ୍ମ ଋତୁ ପାଇଁ ଫିଟ୍ ରହିବାକୁ ପଡିବ । ଏଥିପାଇଁ କିଛି ଫୁଲ୍ ବଡି ଏକ୍ସରସାଇ ଆପଣଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୋଇପାରିବ । ଆସନ୍ତୁ ସେପରି କିଛି ବ୍ୟାୟାମ ଉପରେ ନଜର ପକାଇବା ।
ଜମ୍ପିଂ ଜ୍ୟାକ୍ସ
ଜମ୍ପିଂ ଜ୍ୟାକ୍ସ ବ୍ୟାୟାମ ସହ ଆପଣ ଶରୀରର ୱାର୍ମ ଅପ୍ କରିପାରିବେ ।
. ଚଟାଣରେ ଗୋଡକୁ ସିଧା କରି ଛିଡା ହୁଅନ୍ତୁ । ବାହୁକୁ ନିଜ ସାଇଡରେ ରଖନ୍ତୁ ।
. ଜମ୍ପ କରନ୍ତୁ । ପାଦକୁ ଓସାର କରି ପ୍ରସାର କରନ୍ତୁ । ହାତକୁ ମୁଣ୍ଡ ଉପରରୁ ନେଇ ମିଶାନ୍ତୁ ।
. ପୁଣି ଜମ୍ପ କରନ୍ତୁ ଓ ନିଜର ବାହୁକୁ ତଳକୁ ନେଇ ଆଣନ୍ତୁ ଏବଂ ଗୋଡକୁ ଏକାଠି କରନ୍ତୁ । ସ୍ବାଭାବିକ ସ୍ଥିତିକୁ ଆସି ପୁଣି ରିପିଟ୍ କରନ୍ତୁ ।
ପୁସଅପ୍
. ପ୍ରଥମେ ଚଟାଣ ଉପରେ ପେଟେଇ ଯାଆନ୍ତୁ ।
. ମୁଣ୍ଡକୁ ସିଧା ରଖି ହାତକୁ କାନ୍ଧରୁ ତଳେ ରଖନ୍ତୁ । ଏଥିସହ ପାଦ ଚଟାଣ ସହ ଲଗେଇ ରଖନ୍ତୁ ।
. ହାତ ଉପରେ ବଳ କଷି ଶରୀରକୁ ଉପରକୁ ଉଠାନ୍ତୁ । ପରେ ଆରାମରେ ତଳକୁ ଆଣନ୍ତୁ ।
. ଛାତି ଚଟାଣକୁ ସ୍ପର୍ଶ କଲା ଯାଏଁ ଶରୀରକୁ ତଳକୁ ଆଣିବା ଜାରି ରଖନ୍ତୁ ।
. ପରେ ଶରୀରକୁ ଧୀରେ ଧାୀରେ ପୁଣି ଉପରକୁ ଉଠାନ୍ତୁ । ହାତକୁ ସିଧା ରଖନ୍ତୁ ଓ ୧୦ ସେକେଣ୍ଡ ଏହି ସ୍ଥିତିରେ ରୁହନ୍ତୁ ।
. ପୁଣି ଧୀରେ ଧୀରେ ତଳକୁ ଆସନ୍ତୁ ।
ଲଞ୍ଜ୍ସ
. ଅଣ୍ଟାରେ ହାତ ରଖି ସିଧା ଛିଡା ହୁଅନ୍ତୁ । ଡାହାଣ ଗୋଡ ଆଗକୁ ଆଣନ୍ତୁ । ପାଦ ଚଟାଣରେ ଆଗକୁ ରହିବ । ଆପଣ ବେଣ୍ଡ୍ ହେଲା ବେଳେ ବାମ ଗୋଡ ପାଦର ଅଙ୍ଗୁଳି ସହାୟତାରେ ରହିବ ।
. ଆଣ୍ଠୁକୁ ଧୀରେ ଧୀରେ ବେଣ୍ଡ୍ କରନ୍ତୁ ଯେପରିକି ବାମ ଜଙ୍ଘ ଚଟାଣ ସହ ସମାନ୍ତରାଳ ଭାବେ ରହିବ ।
. ନିଜକୁ ପୁସ୍ କରି ଡାହାଣ ଗୋଡକୁ ପଛକୁ ନିଅନ୍ତୁ । ପରେ ବାମ ଗୋଡରେ ଏହି ଶୈଳୀ ରିପିଟ୍ କରନ୍ତୁ ।