ଓଡିଶା

odisha

ETV Bharat / sukhibhava

ଅଂଶୁଘାତର ଆୟୁର୍ବେଦୀୟ ଉପଚାର

ବଦଳୁଥିବା ଋତୁ ପ୍ରକୃତିରେ ନୂଆ ଜୀବନ ସଂଚାର କରେ । ମାନବ ଜୀବନ ଋତୁଚକ୍ର ଜନିତ ପରିବର୍ତ୍ତନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ପାଶ୍ଚାତ୍ୟରେ ଚାରି ଋତୁ ଥିବା ବେଳେ ଭାରତୀୟ ଉପମହାଦେଶରେ ୬ଟି ଋତୁ ଦେଖାଯାଏ । ୬ଟି ଋତୁ ମଧ୍ୟରୁ ତିନି ଋତୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିମଧ୍ୟରୁ ଗୋଟିଏ ହେଲା ଗ୍ରୀଷ୍ମ । ଏହା ଏକ ସ୍ୱତନ୍ତ୍ର ଋତୁ । ଏହି ଋତୁର ଉପକାରିତା ଓ ଅପକାରିତା ବି ରହିଛି । ଆମର ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ପି.ଭି ରଙ୍ଗାନାୟକଲୁ ଗ୍ରୀଷ୍ମ ଋତୁରେ କିପରି ସୁସ୍ଥ ରହିବେ, ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।

ଅଂଶୁଘାତର ଆୟୁର୍ବେଦୀୟ ଉପଚାର
ଅଂଶୁଘାତର ଆୟୁର୍ବେଦୀୟ ଉପଚାର

By

Published : Apr 9, 2021, 10:26 PM IST

ବଦଳୁଥିବା ଋତୁ ପ୍ରକୃତିରେ ନୂଆ ଜୀବନ ସଂଚାର କରେ । ମାନବ ଜୀବନ ଋତୁଚକ୍ର ଜନିତ ପରିବର୍ତ୍ତନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ପାଶ୍ଚାତ୍ୟରେ ଚାରି ଋତୁ ଥିବା ବେଳେ ଭାରତୀୟ ଉପମହାଦେଶରେ ୬ଟି ଋତୁ ଦେଖାଯାଏ । ୬ଟି ଋତୁ ମଧ୍ୟରୁ ତିନି ଋତୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିମଧ୍ୟରୁ ଗୋଟିଏ ହେଲା ଗ୍ରୀଷ୍ମ । ଏହା ଏକ ସ୍ୱତନ୍ତ୍ର ଋତୁ । ଏହି ଋତୁର ଉପକାରିତା ଓ ଅପକାରିତା ବି ରହିଛି । ଆମର ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ପି.ଭି ରଙ୍ଗାନାୟକଲୁ ଗ୍ରୀଷ୍ମ ଋତୁରେ କିପରି ସୁସ୍ଥ ରହିବେ, ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ।

ଖରାଦିନେ ପ୍ରବଳ ଗରମ, ଗୁୁଳୁଗୁଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ସମସ୍ତଙ୍କୁ ଅଂଶୁଘାତର ଭୟ ରହିଥାଏ । ଅସହ୍ୟ ତାତି ଓ ଅଂଶୁଘାତ ଯୋଗୁଁ ଆମ ଦେଶରେ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି । ଅଂଶୁଘାତ ହେଉଛି ଏକ ପ୍ରକାର ହାଇପରଥର୍ମିଆ । ଏ କ୍ଷେତ୍ରରେଶରୀରର ତାପମାତ୍ରା ସହିଷ୍ଣୁତା ସ୍ତରଠାରୁ ଅଧିକ ହୋଇଯାଏ । ଆୟୁର୍ବେଦରେ ଏହାକୁ ଉଷ୍ଣତାପ ବୋଲି କୁହାଯାଏ । ଶରୀରର କୋର୍ ତାପମାତ୍ରା ୧୦୪ ଡିଗ୍ରୀ ଫାରେନହିଟ୍ ବା ତାଠାରୁ ଅଧିକ ହୋଇଗଲେ, ମସ୍ତିଷ୍କ ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା ବଜାୟ ରଖିବାରେ ବିଫଳ ହୁଏ । ମାନବ ଶରୀର ସର୍ବାଧିକ ୯୮-୯୯ ଡିଗ୍ରୀ ଫାରେନହିଟରେ ହିଁ କାମ କରିଥାଏ । ଶରୀର ଭିତରର ତାପମାତ୍ରା ବୃଦ୍ଧି ପାଇଲେ ଫିଜିଓଲୋଜିକାଲ ପ୍ରକ୍ରିୟା ପାଇଁ ବିପଜ୍ଜନକ ହୋଇଥାଏ । କିଛି ଲୋକ ବିଶେଷ କରି ବରିଷ୍ଠ ନାଗରିକମାନେ ତାପମାତ୍ରା ବିଫଳତାର ସମ୍ମୁଖୀନ ହେବା ଆଶଙ୍କା ଅଧିକ ଥାଏ । ଉଚ୍ଚ ତାପମାତ୍ରା ଜୋନରେ ଘଂଟା ଘଂଟା ଧରି ରହିବା, ଅତ୍ୟଧିକ ଶାରୀରିକ ବ୍ୟାୟାମ କରିବା, ମଦ୍ୟପାନ, ଖରାରେ ବୁଲିବା ଦ୍ୱାରା ମସ୍ତିଷ୍କର ତାପମାତ୍ରା ନିୟନ୍ତ୍ରଣ କେନ୍ଦ୍ର ବିଫଳ ହୁଏ । ଫଳରେ ଅଂଶୁଘାତ ହୁଏ । ଝାଳ ନ ହେବା ବି ଅଂଶୁଘାତର ଗୋଟିଏ କାରଣ । ଯଦି ଅଂଶୁଘାତର ସନ୍ଦେହ ହୁଏ,ତାହା ହେଲେ ନିମ୍ନଲିଖିତ ଲକ୍ଷଣ ସବୁ ଦେଖାଯାଏ ।

. ଝାଳ ନ ବୋହିବା

. ଶରୀରର ଉଚ୍ଚ ତାପମାତ୍ରା

. ସଂଶୟ, ଚିଡଚିଡାପଣ,ଡେଲିରିୟମ, ସିଜର୍ ଇତ୍ୟାଦି

. ଅସୁସ୍ଥତା ଓ ବାନ୍ତି

. ଫ୍ଲସଡ୍ ବା ରେଡ୍ ସ୍କିନ୍

. ନିଶ୍ୱାସ-ପ୍ରଶ୍ୱାସର ଗତି ବୃଦ୍ଧି

. ମୁଣ୍ଡବ୍ୟଥା

.ହୃତ୍ ସ୍ପନ୍ଦନ ବୃଦ୍ଧି

. ନିମ୍ନ ରକ୍ତଚାପ

. ମୂର୍ଚ୍ଛା ଯିବା

ଏସବୁ ଆଶ୍ୱସ୍ତି ପାଇଁ ଅଁଳା,ଗିଲୟ, ଉସିର, ଚନ୍ଦନ, ନଡିଆ ବ୍ୟବହାର ପାଇଁ ଆୟୁର୍ବେଦ ପରାମର୍ଶ ଦିଏ । ଏସବୁ ବ୍ୟବହାର କଲେ ଶରୀରର ତାପମାତ୍ରା ନିୟନ୍ତ୍ରିତ ହୁଏ । ଅଂଶୁଘାତର ସାଧାରଣ ଉପଚାରଗୁଡିକ ହେଲା –

. ନିଜ ଶକ୍ତିସାମର୍ଥ୍ୟ ମୁତାବକ ହିଁ କାମ କରନ୍ତୁ

.କଫି, ଆଲକହଲ ମିଶା ପାନୀୟ ଓ ସୁଗନ୍ଧିକ ପାନୀୟରୁ ଦୂରେଇ ରହନ୍ତୁ

. ଥଣ୍ଡା ଜାଗାରେ ବିଶ୍ରାମ ନିଅନ୍ତୁ

. ବାରମ୍ବାର ପାଣି ପିଅନ୍ତୁ

. ଶରୀରର ୱେଟ୍ ମୋପିଂ କରନ୍ତୁ

. ବିଲୱା ଫଳର ରସ ପିଅନ୍ତୁ

. ଅଁଳା ରସ ପିଅନ୍ତୁ

. ପଇଡ ପାଣି ପିଅନ୍ତୁ

.ବଟରମିଲ୍କ ପିଅନ୍ତୁ

. ମୁଣ୍ଡରେ ନଡିଆ ତେଲ ଲଗାନ୍ତୁ

. ତରଭୁଜ ପରି ଜଳୀୟ ଅଂଶ ଅଧିକ ଥିବା ଫଳ ଖାଆନ୍ତୁ

. ଲୁଣିଆ, ଖଟା ଓ ମସାଲାଯୁକ୍ତ ଗରମ ଖାଦ୍ୟ ଖାଆନ୍ତୁ ନାହିଁ

.କମ୍ ଖାଆନ୍ତୁ, ଅଧିକ ପିଅନ୍ତୁ , ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ

ଉଚ୍ଚ ତାପମାତ୍ରା ପରିବେଶରେ ରହିଲେ ବି ଯଦି ରୋଗୀର ଝାଳ ନ ବାହାରେ , ତେବେ ତାଙ୍କୁ ଭଲ ଭେଂଟିଲେସନ ଥିବା ଇଣ୍ଡୋରରେ ରଖାଯାଇପାରେ । ଶରୀରର ତାପମାତ୍ରା ହ୍ରାସ ପାଇଁ ନିମ୍ନଲିଖିତ ଔଷଧ ଉପକାରୀ ହୋଇପାରେ ।

. ଚନ୍ଦନାଦି ଭାଟି ( ଦିନକୁ ଦୁଇଟି ଟାବଲେଟ୍ )

. ମୃତସଂଜିବନୀସୁରା ( ୨୫ ଏମଏଲ ଲେଖାଏଁ ଦିନକୁ ୨ ଥର )

ଖରାଦିନେ ଉଚ୍ଚତମ ତାପମାତ୍ରା ଦିନ ୨ଟାବେଳେ ରେକର୍ଡ କରାଯାଏ । ସର୍ବନିମ୍ନ ତାପମାତ୍ରା ସକାଳ ୫ଟାରେ ରେକର୍ଡ କରାଯାଏ । ତେଣୁ ଦିନ ୧୧ଟାରୁ ୪ଟା ମଧ୍ୟରେ ବାହାରକୁ ବାହାରିବା ଉଚିତ ନୁହେଁ । ଯେଉଁମାନେ ବି ବାହାରକୁ ଯାଉଛନ୍ତି, ସେମାନେ ଧଳା ଟୋପି ପିନ୍ଧିବା ସହ ଛତା ବ୍ୟବହାର କରିବା ଦରକାର । ଦିନ ମଜୁରିଆମାନଙ୍କୁ ଖରାଦିନ କଷ୍ଟ ହୋଇଥାଏ । ସେମାନଙ୍କୁ ପାଣିରେ ଲୁଣ ଓ ଚିନି ମିଶାଇ ପିଇବାକୁ ଦେଲେ ଲାଭପ୍ରଦ ହୁଏ ।

ABOUT THE AUTHOR

...view details