ଓଡିଶା

odisha

ETV Bharat / sukhibhava

Covid BF 7 Fears: ଏହି 7 ଦେଶକୁ ନଯିବାକୁ ପରାମର୍ଶ - 7 ଦେଶକୁ ନ ଯିବାକୁ ପରାମର୍ଶ

7ଟି ବିଦେଶ ଦେଶକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ନୂଆବର୍ଷ ଆସୁଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିସବୁ ଦେଶକୁ ଯିବାକୁ ବାରଣ ହୋଇଛି(Avoid travelling to these 7 countries this New Year as Covid surges) । ଅଧିକ ପଢନ୍ତୁ

Covid BF 7 Fears
Covid BF 7 Fears

By

Published : Dec 27, 2022, 1:11 PM IST

ନୂଆଦିଲ୍ଲୀ: ଗୋଟିଏ ସ୍ଥାନରେ ଶତାଧିକ ଲୋକ ଏକାଠି ହେବା ଏବଂ ସଂକ୍ରମଣ ସ୍ଥାନକୁ ଯାତ୍ରା କରିବା ଦ୍ବାରା କୋଭିଡ ବ୍ୟାପିଥାଏ ବୋଲି ସମସ୍ତଙ୍କ ଜଣାଥିବ ନିଶ୍ଚୟ । ଆମ ଦେଶରେ କୋଭିଡର ଭୟାବହତା ବିଶେଷ ନଥିଲେ ମଧ୍ୟ ଚୀନରେ ନୂଆ ଭାରିଏଣ୍ଟ ସଂକ୍ରମଣ ବିଶ୍ୟବ୍ୟାପୀ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏହିକ୍ରମରେ 7ଟି ବିଦେଶ ଦେଶକୁ ନଯିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ନୂଆବର୍ଷ ଆସୁଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିସବୁ ଦେଶକୁ ବାରଣ ହୋଇଛି(Avoid travelling to these 7 countries this New Year as Covid surges) ।

ଚୀନର ଅଧିକାରୀମାନେ ଆକଳନ କରିଛନ୍ତି ଯେ, ଡିସେମ୍ବର ମାସର ପ୍ରଥମ 20 ଦିନରେ ପ୍ରାୟ 250 ନିୟୁତ ଲୋକ (ଜନସଂଖ୍ୟାର 18%) କୋଭିଡ-19 ସଂକ୍ରମିତ ହୋଇଥିଲେ । ଭାରତ ସମେତ ବିଭିନ୍ନ ଦେଶ ଚୀନରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ ଆରମ୍ଭ କରିଛନ୍ତି । ଜାପାନରେ ବର୍ତ୍ତମାନ ପ୍ରତିଦିନ 2 ଲକ୍ଷରୁ ଅଧିକ ନୂତନ କୋଭିଡ୍ ମାମଲା ରିପୋର୍ଟ କରୁଛି ଫଳରେ ଜାପାନକୁ ଯାତ୍ରା କରିବାକୁ ବାରଣ କରାଯାଇଛି ।

ଜାପାନର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ, ଗୋଟିଏ ଦିନରେ ଦେଶରେ କୋଭିଡ ଦ୍ବାରା 371 ଜଣଙ୍କ ଜୀବନ ଯାଉଛି, ଯାହା 2020 ମସିହାରେ ମହାମାରୀ ଆରମ୍ଭ ହେବା ପରଠାରୁ ସର୍ବାଧିକ । ବର୍ତ୍ତମାନ ଜାପାନ ମହାମାରୀର ଅଷ୍ଟମ ୱେଭ୍‌କୁ ସାମ୍ନା କରୁଛି । ବିଗତ 28 ଦିନ ମଧ୍ୟରେ ଦେଶରେ 15 ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିବାରୁ ଆମେରିକାରେ ମଧ୍ୟ କୋଭିଡ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି । ଡିସେମ୍ବର 21ରେ ସମୁଦାୟ କୋଭିଡ୍ ମାମଲା 100 ମିଲିୟନ୍ ମାର୍କ ପାର୍ କରିଥିଲା । ତେଣୁ ଆମେରିକାକୁ ନ୍ୟୁ ଇୟର୍ ଟ୍ରିପ୍ ପ୍ଲାନ୍ ନକରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଡିସେମ୍ବର 23ରେ ଗୋଟିଏ ଦିନରେ ଦକ୍ଷିଣ କୋରିଆ 68,000ରୁ ଅଧିକ ମାମଲା ରିପୋର୍ଟ କରିଛି । ଖ୍ରୀଷ୍ଟମାସ ସପ୍ତାହ ଶେଷରେ କମ୍ ପରୀକ୍ଷା ହେତୁ ଦେଶର ନୂତନ କୋଭିଡ-19 ମାମଲା ସୋମବାର 30,000 ତଳେ ରହିଛି । କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି (KDCA) ଅନୁଯାୟୀ, ଦେଶରେ 25,545 ନୂତନ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସାଙ୍ଗକୁ ସେଠାରେ ମଧ୍ୟ ବ୍ରେନ୍-ଇଟିଂ ସଂକ୍ରମଣ କାରଣରୁ ଜଣେ ନାଗରୀକଙ୍କ ଜୀବନ ଯାଇସାରିଛି । ତେଣୁ ଦକ୍ଷିଣ କୋରିଆ ଯାତ୍ରା କରନ୍ତୁ ନାହିଁ ।

ବ୍ରାଜିଲ ମଧ୍ୟ ବହୁ ସଂଖ୍ୟକ କୋଭିଡ ମାମଲା ରିପୋର୍ଟ କରୁଥିବାବେଳେ ଗତ କିଛି ଦିନ ମଧ୍ୟରେ ଜର୍ମାନୀ ଦୈନିକ 40,000ରୁ ଅଧିକ ମାମଲା ପଞ୍ଜିକୃତ କରିଛି ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି । ସେହିପରି ଗତ 28 ଦିନ ମଧ୍ୟରେ ଫ୍ରାନ୍ସ ମଧ୍ୟ 10 ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରିଛି ଏବଂ ମାମଲା ମଧ୍ୟ ବଢିବାରେ ଲାଗିଛି । ତେଣୁ ନୂଆବର୍ଷ ଛୁଟି ମନାଇବା ହେଉ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ଥିଲେ ମଧ୍ୟ ବ୍ରାଜିଲ ଏବଂ ଜର୍ମାନୀ ଯାତ୍ରାକୁ ସ୍ଥଗିତ ରଖନ୍ତୁ ।

ABOUT THE AUTHOR

...view details