ଓଡିଶା

odisha

ETV Bharat / sukhibhava

ଅଟିଜ୍‌ମ: କ’ଣ କହୁଛି ହୋମିଓପାଥି ? - child

ଅଟିଜମ ପ୍ରତି ହୋମିଓପାଥିର ଦୃଷ୍ଟିକୋଣ କଣ ? ଏ ବାବଦରେ ଜାଣିବା ପାଇଁ ମୁମ୍ବାଇର ହୋମିଓପାଥି ବିଶେଷଜ୍ଞ ଡକ୍ଟର ସମୀର ଚୌକାରଙ୍କ ସହ ଆଲୋଚନା କରିଥିଲା ଇଟିଭ ଭାରତ ସୁଖିଭବଃ ଟିମ । ଅଧିକ ପଢନ୍ତୁ...

ଅଟିଜ୍‌ମ
ଅଟିଜ୍‌ମ

By

Published : Apr 9, 2021, 4:04 PM IST

ଅଟିଜ୍‌ମ ହେଉଛି ଏକ ମାନସିକ ବିଶୃଙ୍ଖଳା । ଜୀବନର ପ୍ରଥମ ତିନିବର୍ଷରେ ଦେଖା ଦେଉଥିବା ଏହି ବିଶୃଙ୍ଖଳା ପିଲାଙ୍କ ମଧ୍ୟରେ ଅସ୍ବଭାବିକତା ସୃଷ୍ଟି କରେ । ପିଲାମାନେ ସ୍ବଭାବିକ ବ୍ୟବହାର କରନ୍ତିନାହିଁ । କୌଣସି ବିଷୟରେ ସେମାନେ ଆଗ୍ରହ ପ୍ରକାଶ କରନ୍ତିନାହିଁ । ସାମାଜିକ ଭାବ ବିନିମୟରୁ ଦୂରରେ ରହନ୍ତି ।

ତେବେ, ଏହି ରୋଗ ସଂପର୍କରେ ହୋମିଓପାଥି କଣ କହୁଛି ? ଅଟିଜମ ପ୍ରତି ହୋମିଓପାଥିର ଦୃଷ୍ଟିକୋଣ କଣ ? ଏ ବାବଦରେ ଜାଣିବା ପାଇଁ ମୁମ୍ବାଇର ହୋମିଓପାଥି ବିଶେଷଜ୍ଞ ଡକ୍ଟର ସମୀର ଚୌକାରଙ୍କ ସହ ଆଲୋଚନା କରିଥିଲା ଇଟିଭ ଭାରତ ସୁଖିଭବଃ ଟିମ ।

ଅଟିଜମ ସ୍ପେକଟ୍ରମ ଡିଜଅର୍ଡରର ସିମ୍ପଟୋମେଟୋଲୋଜି ଅଧ୍ୟୟନ କଲେ ଆମେ ବିଭିନ୍ନ ପ୍ୟାଟର୍ଣ୍ଣ ଦେଖିବାକୁ ପାଇବା ।

୧. ଅଟିଜମରେ ପୀଡିତ ପିଲାମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଅସ୍ଥିରତା ଓ ଆବେଗତା ଦେଖାଯାଏ ।

୨. ସେମାନଙ୍କର ତୀବ୍ର ସମ୍ବେଦୀ ଅଶାନ୍ତି ଥାଏ । ଶବ୍ଦ, କୋଳାହଳ ଓ ସ୍ପର୍ଶ ପ୍ରତି ସେମାନେ ଅଧିକ ସମ୍ବେଦନଶୀଳ ରହନ୍ତି ।

୩. ସେମାନଙ୍କଠାରେ ପ୍ରତିଗାମୀ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ । ଅନିଚ୍ଛାକୃତ ପରିସ୍ରା, ମଳତ୍ୟାଗ, ଖରାପ ଜିନିଷ ଖାଇବା ଆଦି ଅଭ୍ୟାସ ଥାଏ ।

ବିଭିନ୍ନ ସ୍ଥିତି ଓ ପ୍ରତିକାର

୧. ସେନସରି ପାଟର୍ଣ୍ଣ – ସେନସରି ଇନପୁଟ ଗ୍ରହଣ ଓ ପ୍ରୋସେସିଂରେ ପ୍ରତିବନ୍ଧକ ସୃଷ୍ଟି ହୁଏ । ସେନସରି ଇନପୁଟ୍ ମଧ୍ୟରେ ସ୍ପର୍ଶ, ଧ୍ବନି, ବାସ୍ନା, ଦୃଷ୍ଟି ଆଦି ରହିଛି । ଏସବୁ ସେନସରି ଇନପୁଟ୍ ଅତିରଞ୍ଜିତ ହେଲେ ଅଟିଜମ ପୀଡିତ ପିଲାମାନଙ୍କ ବ୍ୟବହାର ଅସ୍ବଭାବିକ ହୋଇଯାଏ । ସେମାନେ ହଠାତ୍ ଧ୍ବନି ଶୁଣିଲେ ଭୟଭୀତ ହୋଇଯାଆନ୍ତି । କାନବନ୍ଦ କରିଦିଅନ୍ତି । ଏହି ପାଟର୍ଣ୍ଣ ହିଁ ଅଟିଜ୍‌ମର ହଲମାର୍କ ।

୨. କାଇନେଟିକ ଷ୍ଟେଟ୍ -ଅଟିଜମ ସ୍ପେକଟ୍ରମ ଡିଜଅର୍ଡରରେ ପୀଡିତ ପିଲାଙ୍କ ମଧ୍ୟରୁ ଅନେକ ହାଇପର ଆକ୍ଟିଭ ସ୍ଥିତିରେ ଥାଆନ୍ତି । ସେମାନଙ୍କଠାରେ ଅତ୍ୟଧିତ ଆବେଗ ଦେଖାଯାଇଥାଏ । ଏହି ଗୋଷ୍ଠୀ ଦୁଇ ପ୍ରକାରର । ଗୋଟିଏ ହେଉଛି ଆକ୍ରମଣାତ୍ମକ ଓ ଧ୍ବସାଭିମୁଖୀ । ଅନ୍ୟଟି ଅପେକ୍ଷାକୃତ ଶାନ୍ତ । ଏସବୁ ବ୍ୟବହାର ପାଇଁ ଟାରେଂଟୁଲା, ଷ୍ଟ୍ରାମୋନିୟମ, ଟ୍ୟୁବରକୁଲିନମ ଆଦି ଔଷଧ ଦରକାର ହୁଏ । ଆତ୍ମ କ୍ଷତିଜନିତ ବ୍ୟବହାର ପାଇଁ ଲାଇସିନମ, ଷ୍ଟ୍ରାମୋନିୟମ, ଟାରେଂଟୁଲା, ଟବ୍‌, ବେଲ୍ ସଂପର୍କରେ ଚିନ୍ତା କରାଯାଇପାରେ ।

୩. ରିଗ୍ରେସିଭ ଷ୍ଟେଟ୍ – ଅଟିଜ୍‌ମ ପୀଡିତ ପିଲାମାନଙ୍କର ଅନିଚ୍ଛାକୃତ ପରିସ୍ରା ଓ ଝାଡା ହୋଇଯାଉଥିବା ସ୍ଥିତିକୁ ରିଗ୍ରେସିଭ ଷ୍ଟେଟ୍ ବୋଲି କୁହାଯାଏ । ଏଭଳି ସ୍ଥିତି ପାଇଁ ହିୟୋସ୍କାୟାମସ୍ , ବୁଫୋ. ବାର୍ଟ୍ୟା କାର୍ବୋନିକା ଭଳି ଔଷଧ ବିଚାରକୁ ନିଆଯାଇପାରେ ।

ଅଟିଜ୍‌ମର ହୋମିଓପ୍ୟାଥି ଚିକିତ୍ସା

୧. ହୋମିଓପ୍ୟାଥିକ ମେଡିସିନ ବ୍ୟକ୍ତିର କୌଣସି ନିର୍ଦ୍ଦିଷ୍ଟ ଅଙ୍ଗରେ କାର୍ଯ୍ୟ କରେନାହିଁ । ଏହା ସାଇକୋ -ନ୍ୟୁରୋ-ଏଣ୍ଡୋକ୍ରିନୋଲୋଜିକାଲ୍ ଓ ସାଇକୋ ଇମ୍ୟୁନୋଲୋଜିକାଲ୍ ଅକ୍ସିସ ଉପରେ ଗଭୀର ଭାବେ କାର୍ଯ୍ୟ କରେ । ଫଳରେ ଏହା ଅଟିଷ୍ଟିକ ବୈଶିଷ୍ଟ୍ୟ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ।

୨. ଅଟିଜମରେ ପୀଡିତ ପିଲାମାନଙ୍କ ଇମପେୟାର୍ଡ ସେନସରି ଡିଫେନ୍ସ ଯୋଗୁଁ ସେମାନେ ଧ୍ବନି, ଆଲୋକ, ସ୍ପର୍ଶ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଆନ୍ତି । ଏସବୁ ଜଟିଳତା ଦୂର କରିବାରେ ହୋମିଓପାଥି ସହାୟକ ହୋଇଥାଏ ।

୩. ହୋମିଓପ୍ୟାଥିକ ମେଡିସିନ ବ୍ୟବହାରଗତ ବିଶୃଙ୍ଖଳାରେ ପରିବର୍ତ୍ତନ ଆଣିଥାଏ । ଛୋଟଛୋଟ ହୋମିଓପ୍ୟାଥିକ ବଟିକା ଦ୍ବାରା ହାଇପରଆକ୍ଟଭିଟି, ଟେମ୍ପର ଟନଟ୍ରମ୍ସ, ଆତ୍ମ ବିଧ୍ବସୀ ବ୍ୟବହାର ଦୂର କରିବା କ୍ଷେତ୍ରରେ ବେଶ୍ ସହାୟକ ହୁଏ ।

୪. ଯେତେବେଳେ ଶିଶୁ ହୋମିଓପ୍ୟାଥିକ ଚିକିତ୍ସାକୁ ରେସପଣ୍ଡ୍ କରେ, ତାହା ହେଲେ ତାଠାରେ ବିଭିନ୍ନ ବ୍ୟବହାରଗତ ପରିବର୍ତ୍ତନ ଦେଖିବାକୁ ମିଳିବ । ପିଲା ଶାନ୍ତ ଜଣାପଡିବ । ସେ ଭଲରେ ଶୋଇବ । ତାକୁ ଭୋକ ହେବ ଓ ସାଧାରଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

୫. ପିଲାର ଯୋଗାଯୋଗ ସାମର୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସେ କଥା ଭଲ ଭାବେ କହିବା ଆରମ୍ଭ କରିବ। ଧୀରେ ଧୀରେ ଏକ୍ଷେତ୍ରରେ ଉନ୍ନତି କରିବ ଅଟିଜମ ପୀଡିତ ଶିଶୁ ।

୬. ପ୍ରାରମ୍ଭିକ ଅବସ୍ଥାରେ ରୋଗର ଶୀଘ୍ର ଚିକିତ୍ସା ଆରମ୍ଭ କରାଗଲେ ସୁଫଳ ମିଳିବ । ଅସ୍ବଭାବିକତା ଓ ଅଟିଜମର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରୀ ଚିକିତ୍ସା ଆରମ୍ଭ କରାଯିବା ଉଚିତ ।

ABOUT THE AUTHOR

...view details