ଓଡିଶା

odisha

ETV Bharat / sukhibhava

ଜଣଙ୍କ ସ୍ପର୍ମରୁ ଜନ୍ମ ନେଲେ 60 ପିଲା, ସମସ୍ତେ ଏକାପରି ଦେଖାଯିବା ପରେ ବଢିଲା ସମସ୍ୟା

ପୁଣି ଚର୍ଚ୍ଚାରେ ଅଷ୍ଟ୍ରେଲିଆର ସ୍ପର୍ମ ଡୋନର୍ । ଛଦ୍ମନାମରେ ସ୍ପର୍ମଦାନ କରି ହୋଇଛନ୍ତି 60 ପିଲାଙ୍କ ବାପା, ସମସ୍ତ ପିଲା ଏକାପରି ଦେଖାଯିବା ପରେ ଧରାପଡିଲେ ! ଅଧିକ ପଢନ୍ତୁ

babies in different poses
babies in different poses

By

Published : Feb 22, 2023, 7:33 AM IST

କାନବେରା: ଚର୍ଚ୍ଚାରେ ଅଷ୍ଟ୍ରେଲିଆର ସ୍ପର୍ମ ଡୋନର୍ । ଏକଦା ସ୍ପର୍ମ ଦାନ କରି ଚର୍ଚ୍ଚାରେ ଥିବା ଅଷ୍ଟ୍ରେଲିଆର ଜଣେ ନାଗରିକ ଆଉ ଥରେ ଚର୍ଚ୍ଚାର ପରିଧିକୁ ଟାଣିହୋଇ ଆସିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସଂମ୍ପୃକ୍ତ ବ୍ୟକ୍ତିଙ୍କ ସ୍ପର୍ମରୁ ଜାତ ହୋଇଥିବା ସମସ୍ତ 60 ସନ୍ତାନ ଏକାପରି ଦେଖା ଯାଉଛନ୍ତି । 60 ପିଲା ଯଦି ସମାନ ଦେଖାଯିବେ, ତେବେ ହେବ କଣ ? ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ ।

ଗତ କିଛି ବର୍ଷ ମଧ୍ୟରେ, ସମଗ୍ର ବିଶ୍ୱରେ ଶୁକ୍ରାଣୁ ବା ସ୍ପର୍ମ ଦାନ କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଅନେକ ଲୋକ ସ୍ବତପ୍ରୋତଃ ଭାବେ ଏହି କାମ କରୁଛନ୍ତି । କିନ୍ତୁ ସ୍ପର୍ମଦାନ କରି 60 ସନ୍ତାନଙ୍କ ପିତା ହୋଇଥିବା ଏହି ବ୍ୟକ୍ତିଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଖବର ଅନୁସାରେ ଏକ ପାର୍ଟିରେ ଯେତେବେଳେ ଏହି ପିଲାମାନେ ଏକାଠି ହୋଇଥିଲେ ସେତେବେଳେ ଉପୁଜିଥିଲା ସମସ୍ୟା । ସମସ୍ତ ପିଲା ଏକାଭଳି ଦେଖାଯାଇଥିଲେ, ଫଳରେ ସେମାନଙ୍କ ଅଭିଭାବକ ଦ୍ବନ୍ଦ୍ବରେ ପଡିଯାଇ ଥିଲେ । ସେମାନଙ୍କ ପିଲା କିଏ ଚିହ୍ନି ପାରିନଥିଲେ । ଏହାପରେ ସେମାନଙ୍କ ପିତା ଜଣେ ହୋଇଥିବାରୁ ସମାନ ଦେଖା ଯାଉଛନ୍ତି ବୋଲି ଡାକ୍ତରଙ୍କ ପାଖରୁ ଜାଣିବାକୁ ପାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଏହି ସ୍ପର୍ମ ଡୋରନ୍ LGBTQ + ସମ୍ପ୍ରଦାୟର ଅନେକ ସଦସ୍ୟଙ୍କୁ ତାଙ୍କ ଶୁକ୍ରାଣୁ ଦାନ କରିଛନ୍ତି । ନିୟମ କହୁଛି ଯେ, ଗୋଟିଏ ଥରରେ କେବଳ ଜଣେ ଦାତାଙ୍କର ଶୁକ୍ରାଣୁ ବ୍ୟବହାର କରାଯାଇପାରିବ, କିନ୍ତୁ ସେ ନିଜର ପରିଚୟ ଲୁଚାଇ ଚାରିଟି ଭିନ୍ନ ନାମ ଦେଇ ଅନେକ ଶୁକ୍ରାଣୁ ଦାନ କରିଥିଲେ । କିନ୍ତୁ ଏ ବାବଦରେ କେହି ଜାଣିବାକୁ ପାଇନଥିଲେ । ନିୟମ ଉଲ୍ଲଙ୍ଘନ କରି ଛଦ୍ମନାମରେ ସ୍ପର୍ମ ଦାନ କରି ଚାଲୁଥିଲେ ସମ୍ପୃକ୍ତ ବ୍ୟକ୍ତି ।

ବର୍ତ୍ତମାନ ପିଲାମାନଙ୍କ ସମାନ ଚେହେରା ଆସିବା ପରେ ତାଙ୍କ କାରନାମା ପଦାକୁ ଆସିଛି । ପିଲାମାନେ ଏକାପରି ଦେଖାଯିବାରୁ ସେମାନଙ୍କ ଅଭିଭାବକ ଡାକ୍ତରଖାନାରେ ପହଞ୍ଚି ଥିଲେ । ବାପା-ମାଆ ଭିନ୍ନ ଭିନ୍ନ ଏବଂ ସେମାନଙ୍କ ସହ କୌଣସି ବଂଶଗତ ସମ୍ପର୍କ ନଥାଇ ମଧ୍ୟ କାହିଁକି ଏକାପରି ଦେଖା ଯାଉଛନ୍ତି ବୋଲି ପଚାରିଥିଲେ । ଡାକ୍ତର ତର୍ଜମା କରିବା ପରେ ରହସ୍ୟର ଉନ୍ମୋଚନ କରିଛନ୍ତି । ସମ୍ପୃକ୍ତ ସ୍ପର୍ମ ଡୋନର୍ ଛଦ୍ମନାମରେ କରିଥିବା ଶୁକ୍ରାଣୁ ଦାନରୁ ଏହି ସବୁ ପିଲାମାନେ ଜନ୍ମ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଆଗକୁ ଏହି ବିଷୟରେ କି ପ୍ରକାରର ନୂଆ ଟ୍ବିଷ୍ଟ୍ ଆସୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।

ABOUT THE AUTHOR

...view details