ହାଇଦ୍ରାବାଦ: ଡ୍ରାଏ ଫ୍ରୁଟ୍ସ ବା ଶୁଖିଲା ଫଳରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଥିବା ଆମେ ସମସ୍ତେ ଜାଣନ୍ତି । ଅଧିକାଂଶ ଲୋକେ ମଧ୍ୟ ଡ୍ରାଏ ଫ୍ରୁଟ୍ସ ଖାଇଥାନ୍ତି । ହେଲେ ସବୁଠୁ ଅଧିକ ଖାଦ୍ୟ କଟକଣା ଥିବା ମଧୁମେହ ରୋଗୀଙ୍କ ପାଇଁ ଏହା ଉପକାରୀ କି ନୁହଁ ନିଶ୍ଚିତ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବ । ତେବେ ଆଜିର ଏହି ଆର୍ଟିକଲରେ ମଧୁମେହ ରୋଗୀବି ଡ୍ରାଏ ଫ୍ରୁଟ୍ସ ଖାଇପାରିବେ କି ନାହିଁ ସେ ବାବଦରେ ଆଲୋଚନା କରିବା...
କାଜୁ, ଆଲମଣ୍ଡ, ୱଲନଟ୍ସ, ବେରି, କିସମିସ୍ ଭଳି ଡ୍ରାଏ ଫ୍ରୁଟ୍ସରେ ଭିଟାମିନ୍, ମିନେରାଲ୍ସ, କାରୋଟିନଏଡ୍ ଏବଂ ଫାଇଟୋଷ୍ଟେରଲ୍ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏସବୁ ଡ୍ରାଏ ଫ୍ରୁଟ୍ସ ଅତ୍ୟନ୍ତ ଆବଶ୍ୟକ । ଶୁଖିଲା କିସ୍ମିସ୍ରେ ଖଣିଜ ପଦାର୍ଥ ଏବଂ ଅଧିକାଂଶ ଫାଇଟୋକେମିକାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । କୌତୁହଳର ବିଷୟ, ଖରାରେ ଶୁଖିବା ଦ୍ୱାରା କିସ୍ମିସ୍ର ଆଣ୍ଟିଅକ୍ସିଡାଣ୍ଟ ଗୁଣ ବୃଦ୍ଧି ପାଇଥାଏ । ଶୁଖିଲା ଫଳଗୁଡ଼ିକରେ ପ୍ରାୟ ଦୁଇ-ତୃତୀୟାଂଶ କାର୍ବୋହାଇଡ୍ରେଟ୍ ଥାଏ, ଯେଉଁଥିରେ କମ୍ ପ୍ରୋଟିନ୍ ଏବଂ ଅଧିକ ପରିମାଣର ଫାଇବର ଥାଏ ।
ମୋଟାମୋଟି ଭାବେ ଏକ ସୁସ୍ଥ ଖାଦ୍ୟରେ(ହେଲ୍ଦି ଡାଏଟ୍) ସୀମିତ ପରିମାଣର କିସ୍ମିସ୍ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ସମ୍ଭାବନା ନଥାଏ । ତେବେ ଯେଉଁ ଖାଦ୍ୟରେ ଶର୍କରା ସ୍ତର ବୃଦ୍ଧି ପାଇନଥାଏ ସେସବୁ ମଧୁମେହ ରୋଗୀ ନିର୍ଦ୍ବନ୍ଦ୍ବରେ ଖାଇପାରିବେ ।
ମଧୁମେହ ରୋଗୀଙ୍କ ପାଇଁ ଆପ୍ରିକେଟ୍ ବା ଖୁମାନି ବେଶ୍ ଲାଭଦାୟକ:-ରିପୋର୍ଟ ଅନୁଯାୟୀ, ଶୁଖିଲା ଖୁମାନିର ଗ୍ଲିସେମିକ୍ ଇଣ୍ଡେକ୍ସ 30ରୁ 32 ଥାଏ । ଏଥିରେ 2.2 ଗ୍ରାମ ପ୍ରୋଟିନ୍ ଏବଂ 4.7 ଗ୍ରାମ ଫାଇବର ମଧ୍ୟ ଥାଏ । ସ୍ୱାଦଯୁକ୍ତ ଏହି ଶୁଖିଲା ଫଳ ଭିଟାମିନ୍ ଏ, ଆଇରନ୍, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର, ଯାହା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ।
ଖଜୁରୀ ଖାଇପାରିବେ ମଧୁମେହ ରୋଗୀ:-ଖଜୁରୀ ଏକ ଟ୍ରପିକାଲ୍ ଖାଦ୍ୟ । ଡ୍ରାଏ ଖଜୁରୀରେ ଫାଇବର ଫାଇବର ଥାଏ, ଯାହା ବାରମ୍ବାର ଭୋକ ଲାଗିବାକୁ ରୋକିଥାଏ । ରକ୍ତହୀନତାରେ ପୀଡିତ ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ୍ ଉପକାରୀ । ଏଥିରେ ଗ୍ଲିସେମିକ୍ ଇଣ୍ଡେକ୍ସ ମଧ୍ୟମ ଥାଏ, ମଧୁମେହ ରୋଗୀଙ୍କ ପାଇଁ ଏହା ନିରାପଦ ।
ୱଲନଟ୍ସ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ:-ଯେଉଁମାନଙ୍କ ରକ୍ତରେ ଶର୍କରା ଅଧିକ ରହିଥାଏ ସେମାନେ ୱଲନଟ୍ସ ଖାଇପାରିବେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଟାଇପ୍-୨ ମଧୁମେହର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ୱଲନଟ୍ସରେ ଫାଇବର ଭରପୂର ମାତ୍ରାରେ ଥାଏ । ସେହିପରି ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କପର୍, ସେଲେନିୟମ୍, ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ଥାଏ, ଯାହା ରକ୍ତ ଶର୍କରା ରୋଗୀଙ୍କ ପାଇଁ ଲାଭଦାୟକ । ତଥାପି ମନେ ରଖନ୍ତୁ, ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରୁନଥିବା ବ୍ୟକ୍ତି ଯେକୌଣସି ଖାଦ୍ୟ ଖାଇଲେ ମଧ୍ୟ ତା'ର କୌଣସି ପ୍ରଭାବ ପଡିନଥାଏ ।