ହାଇଦ୍ରାବାଦ:ଲିପଷ୍ଟିକ୍ ଲଗାଇବା ପ୍ରାୟତଃ ମହିଳାଙ୍କୁ ପସନ୍ଦ । ଲିପଷ୍ଟିକ୍ ମେକଅପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲିପଷ୍ଟିକ ବିନା ମେକଅପ କିଟ ଅସମ୍ପୁର୍ଣ୍ଣ । କାରଣ ଲିପଷ୍ଟିକ୍ ପ୍ରୟୋଗ କରି ଓଠର ସୌନ୍ଦର୍ଯ୍ୟ ବଢିଥାଏ। କୁହାଯାଏ କିଛି ମହିଳା ଲିପଷ୍ଟିକ ଲଗାଇବା ଦ୍ବାରା ସେମାନଙ୍କର ଆତ୍ମବିଶ୍ବାସ ସ୍ତର ବୃଦ୍ଧି ପାଇଥାଏ । କେବଳ ଏତିକି ନୁହେଁ, ଲିପଷ୍ଟିକ୍ ଆପଣଙ୍କ ବ୍ୟକ୍ତିତ୍ୱରେ ଗ୍ଲାମର ଯୋଡିବା ପାଇଁ ମଧ୍ୟ କାମ କରେ । କିନ୍ତୁ ଏହା ଓଠ ବା ଶରୀର ପାଇଁ ମଧ୍ୟ କ୍ଷତିକାରକ କହିଲେ ଅତ୍ୟୁକ୍ତି ହେବନାହିଁ ।
ବାସ୍ତବରେ ପ୍ରୟୋଗ ବା ଲଗାଉଥିବା ଲିପଷ୍ଟିକ୍ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଯେପରିକି ଲେଡ ଏବଂ କ୍ରୋମିୟମ୍ ତିଆରି ହୋଇଥାଏ । ଏହା କେବଳ ଆପଣଙ୍କ ଓଠର ପ୍ରାକୃତିକ ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତିକାରକ । ଅନେକ ଥର ମହିଳାମାନେ ଲିପଷ୍ଟିକ୍ ପ୍ରୟୋଗ କରି କିଛି ଖାଆନ୍ତି କିମ୍ବା ପିଇଥାନ୍ତି, ଯାହା ସହିତ ସେମାନେ ଲିପଷ୍ଟିକର କିଛି ଅଂଶ ମଧ୍ୟ ପେଟ ଭିତରକୁ ଯାଇଥାଏ । ଯାହାକି ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।
ଲିପଷ୍ଟିକ ଲଗାଇବାର କ୍ଷତି: ଲିପଷ୍ଟିକରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ ଆଲର୍ଜି, ଜ୍ବଳନ ଏବଂ ଓଠ ଏବଂ ଆଖପାଖରେ ଆଲର୍ଜି ହୋଇଥାଏ । ଏହା ବ୍ୟତୀତ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ କର୍କଟ ରୋଗ ହେବାର ଆଶଙ୍କା ଥାଏ ।
1. ପେଟରେ ଟ୍ୟୁମର ଏବଂ କିଡନୀ ଫେଲ ହେବାର ଆଶଙ୍କା ରହିଥାଏ
2. ମସ୍ତିଷ୍କ ବିକାଶ ଉପରେ ଖରାପ ପ୍ରଭାବ
3. କର୍କଟ ରୋଗ ହେବାର ଆଶଙ୍କା
4. ସ୍ନାୟୁ ପ୍ରଣାଳୀ ପାଇଁ କ୍ଷତିକାରକ
5. ଶରୀରରେ ବିଷାକ୍ତ ପଦାର୍ଥ ବୃଦ୍ଧି ପାଇଥାଏ
ଏହା ମଧ୍ୟ ପଢନ୍ତୁ: Bathing Soap Side Effects: ପ୍ରତିଦିନ ସାବୁନରେ ସ୍ନାନ କରୁଥିଲେ ସାବଧାନ, ହୋଇପାରେ ଏହି ରୋଗ
ଲିପଷ୍ଟିକରୁ ହେଉଥିବା ସମସ୍ୟାରୁ କେମିତି ବର୍ତ୍ତିବେ: