ହାଇଦ୍ରାବାଦ:ପଣସ ଖାଇବା ପାଇଁ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବା ବେଳେ ଏହା ପୃଷ୍ଟିକର ମଧ୍ୟ ହୋଇଥାଏ । କିଛି ଲୋକ ଏହାକୁ କଞ୍ଚାରେ ମଧ୍ୟ ଖାଇଥାଆନ୍ତି । ଏଥିରେ ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଜିଙ୍କ, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ପଣସ ଖାଇବା ପରେ କିଛି ଖାଦ୍ୟ ଠାରୁ ଦୂରତା ବଜାୟୀ ରଖିବା ଉଚିତ୍ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପଣସରେ ଆକ୍ସଲେଟ୍ ନାମକ ଏକ ରାସାୟନିକ ଯୌଗିକ ରହିଥାଏ । ଯାହା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଦ୍ବାରା ମିଶିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେବେ ଜାଣନ୍ତୁ ପଣସ ଖାଇବା ପରେ କେଉଁ ଫଳ ଖାଇବା ଅନୁଚିତ ଏବଂ ଶରୀର ଉପରେ ଏହାର କେଉଁ ପ୍ରଭାବ ପଡିଥାଏ ।
ଅମୃତଭଣ୍ଡା:ପଣସ ଖାଇବା ପରେ ଅମୃତଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆକ୍ସଲେଟ୍ ନାମକ ଏକ ରାସାୟନିକ ଯୌଗିକ ପଣସରୁ ମିଳିଥାଏ । ଆକ୍ସାଲେଟ୍ ଅମୃତଭଣ୍ଡାରେ ରହିଥିବା କ୍ୟାଲସିୟମ ସହିତ ମିଶି କ୍ୟାଲସିୟମ୍ ଆକ୍ସଲେଟ୍ ସୃଷ୍ଟି କରେ । ଏହା କ୍ୟାଲସିୟମର ଅବଶୋଷଣ କ୍ଷମତା ହ୍ରାସ କରେ ଯାହା ହାଡକୁ କ୍ଷତି ପହଞ୍ଚାଇପାରେ । ତେଣୁ ପଣସ ଖାଇବାର 2ରୁ 3 ଘଣ୍ଟା ଯାଏଁ ପଣସ ଖାଇବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।