ହାଇଦ୍ରାବାଦ: କୋରୋନାର ପ୍ରକୋପ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଆଉ ଏକ ଭାଇରସ୍ ଚିନ୍ତାରେ ପକାଇଲାଣି । ପଶ୍ଚିମବଙ୍ଗରେ ଏଡିନୋଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜଣାପଡିଛି । ଏହି ଭୂତାଣୁ ବିଶେଷ କରି ପିଲାମାନଙ୍କୁ ସଂକ୍ରମିତ କରୁଛି । ଏଥିରେ ଜଣେ ଶିଶୁର ମୃତ୍ୟୁ ମଧ୍ୟ ଘଟିଲାଣି । ବର୍ତ୍ତମାନ ସୁଦ୍ଧା CMR-NICEDକୁ ପଠାଯାଇଥିବା ନମୁନା ଗୁଡିକ ମଧ୍ୟରୁ ଅତିକମରେ 30 ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏଡିନୋଭାଇରସ୍ କଣ, ଜାଣନ୍ତୁ ସଂକ୍ରମଣର କାରଣ ଓ ନିରାକରଣ ବାବଦରେ
ଏଡିନୋଭାଇରସ୍ କ'ଣ:ଏଡିନୋଭାଇରସ୍ କୌଣସି ପ୍ରକାରର ସଂକ୍ରମଣ କରିପାରେ । କିନ୍ତୁ ଏହା ସାଧାରଣତଃ ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ସୃଷ୍ଟିକରେ । ଅନୁସନ୍ଧାନକାରୀମାନେ ପ୍ରାୟ 50 ପ୍ରକାରର ଏଡିନୋଭାଇରସ୍ ଚିହ୍ନଟ କରିଛନ୍ତି, ଯାହା ମଣିଷକୁ ସଂକ୍ରମିତ କରିପାରେ । ଯଦିଓ ବର୍ଷର ବିଭିନ୍ନ ଜଳବାୟୁ ସମୟରେ ସଂକ୍ରମଣ ହୋଇପାରେ ତଥାପି ଶୀତଋତୁରେ ପ୍ରକୋପ ସାମାନ୍ୟ ଅଧିକ ଥାଏ । ଏଡିନୋଭାଇରସ୍ ଶରୀରରେ ଉଭୟ ମୃଦୁ ଏବଂ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ, ଏହି ସଂକ୍ରମଣ ମୁଖ୍ୟତଃ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ ।
ଏଡିନୋଭାଇରସ୍ ସଂକ୍ରମିତ କଲେ ପ୍ରଥମେ ନିଶ୍ବାସ ପ୍ରଶାସ ନେବାରେ ଅସୁବିଧା ହୋଇଥାଏ । ଏହା ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରେ । ବର୍ତ୍ତମାନ କିନ୍ତୁ ପଶ୍ଚିମବଙ୍ଗର ଅଧିକ ଶିଶୁ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏଡିନୋଭାଇରସ୍ ପ୍ରାୟତଃ ନବଜାତ ଶିଶୁ ଏବଂ ଛୋଟ ପିଲାମାନଙ୍କୁ ବାୟୁ ମାଧ୍ୟମରେ ବ୍ୟାପିପାରେ । ସଂକ୍ରିମିତ ବ୍ୟକ୍ତିଙ୍କ ସହ ମିଳାମିଶା କରିବାବା, ସ୍ବଚ୍ଛତା ବଜାୟ ରଖିନପାରିବା, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଶ୍ବାସକ୍ରିୟା କିମ୍ବା ହୃଦଘାତ ସମସ୍ୟା ବ୍ୟକ୍ତି ଗୁରୁତର ଏଡିନୋଭାଇରସ୍ ସଂକ୍ରମଣର ସମ୍ମୁଖୀନ ହୋଇପାରନ୍ତି ।