ଲକ୍ଷ୍ନୌ:ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ହାର୍ଟ ଉପରେ ଅଧିକ ପ୍ରଭାବ ପକାଉଛି । ଫଳରେ ଅଚାନକ ଆସୁଛି ହାର୍ଟଆଟାକ ଏବଂ ଚାଲିଯାଉଛି ଜୀବନ । ନାଚୁଥିବା, ଗାଉଥିବା କିମ୍ବା କାମ କରୁଥିବା ସମୟରେ ଅଧିକାଂଶ ଲୋକ ହୃଦ୍ଘାତର ଶିକାର ହେଉଥିବା ଭିଡିଓ ଭାଇରାଲ୍ ହେଉଛି । ତେବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ମାମଲା । ଅନେକ ଘଟଣାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଉଥିବା ଜଣାପଡିଛି । ତେବେ ଏହି ବିଷୟକୁ ନେଇ ଆପଣ ମଧ୍ୟ ଚିନ୍ତାରେ ରହିଛନ୍ତି କି ? ମାତ୍ର 7 ଟଙ୍କାର କିଟ୍ ବଞ୍ଚାଇପାରିବ ଜୀବନ । ତେବେ ଏଲପିଏସ୍ କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର ବରିଷ୍ଠ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ନୀରଜ କୁମାର ଏକ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ କରିଛନ୍ତି । ସେ ଦାବି କରିଛନ୍ତି ଯେ ସାତ ଟଙ୍କାର କିଟ 90 ପ୍ରତିଶତ ଜୀବନ ବଞ୍ଚାଇ ପାରିବ ।
ତେବେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ହୃଦରୋଗ ବିଶେଷଜ୍ଞ କହିଛନ୍ତି, "ଆମେ ଏକ କିଟ ପ୍ରସ୍ତୁତ କରିଛୁ, ଯାହାର ମୂଲ୍ୟ ମାତ୍ର 7 ଟଙ୍କା ଅଟେ । ଏହି କିଟକୁ ଯେକୌଣସି ବ୍ୟକ୍ତି କିଣିପାରିବେ । ଯଦି କେହି ହଠାତ ହୃଦଘାତରେ ଆକ୍ରାନ୍ତ ହେବେ ତାହାଲେ ଏହି କିଟରେ ରହିଥିବା 3ଟି ଔଷଧ ଜୀବନ ବଞ୍ଚାଇ ପାରିବ । ଏହି କିଟରେ ଇକୋସ୍ପ୍ରିନ, ରୋଜୋଭାସ୍ ଏବଂ ସୋର୍ବିଟ୍ରେଟ୍ ରହିଛି । ହୃଦଘାତ ରୋଗୀଙ୍କ ପାଇଁ ଏହି କିଟ୍ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।"