ଓଡିଶା

odisha

ETV Bharat / sukhibhava

ପଞ୍ଜାବ ଓ ଦିଲ୍ଲୀରେ ପ୍ରତି 10ରୁ 9 ଜଣ ଶିଶୁଙ୍କ ଠାରେ ଦେଖା ଦେଉଛି ହୃଦ ସମସ୍ୟା

ପଞ୍ଜାବ ଏବଂ ଦିଲ୍ଲୀର ପ୍ରତି 10 ଜଣରୁ 9 ଜଣ କିଶୋର ବୟସ୍କ ହୃଦରୋଗ ସମସ୍ୟା(Healthy Heart Lifestyle)ର ସମ୍ମୁଖୀନ ହେଉଛନ୍ତି । ହୃଦରୋଗ ବିଶେଷଜ୍ଞ ରଜନିଶ କପୁରଙ୍କ (Cardiologist Rajneesh Kapoor) ଅନୁସନ୍ଧାନରୁ ସ୍ପଷ୍ଟ । ଅଧିକ ପଢନ୍ତୁ

ପଞ୍ଜାବ ଦିଲ୍ଲୀ ଛୁଆଙ୍କର ହୃଦରୋଗ ସମସ୍ୟା, ପ୍ରତି 10 ଜଣରୁ 9 ଜଣ Healthy Heart Lifestyle ରେ ଦୁର୍ବଳ
ପଞ୍ଜାବ ଦିଲ୍ଲୀ ଛୁଆଙ୍କର ହୃଦରୋଗ ସମସ୍ୟା, ପ୍ରତି 10 ଜଣରୁ 9 ଜଣ Healthy Heart Lifestyle ରେ ଦୁର୍ବଳ

By

Published : Aug 21, 2022, 10:17 AM IST

Updated : Aug 21, 2022, 10:28 AM IST

ଚଣ୍ଡିଗଡ: ପଞ୍ଜାବ ଏବଂ ଦିଲ୍ଲୀର( Punjab, Delhi children) ପ୍ରତି 10 ଜଣରୁ 9 ଜଣ କିଶୋର ବୟସ୍କ ହୃଦରୋଗ ସମସ୍ୟା(Healthy Heart Lifestyle)ର ସମ୍ମୁଖୀନ ହେଉଛନ୍ତି । first-of-its-kind studyରେ ଏହି ତଥ୍ୟ ସାମ୍ନାକୁ ଆସିଛି । ହୃଦରୋଗ ବିଶେଷଜ୍ଞ ରଜନିଶ କପୁର (Cardiologist Rajneesh Kapoor) 5-18 ବର୍ଷ ମଧ୍ୟରେ 3 ହଜାର 200 ଜଣ ପିଲାଙ୍କୁ ନେଇ କରିଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ।

କପୁର କହିଛନ୍ତି ଯେ, ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ଶରୀରର ମାସ ଇଣ୍ଡେକ୍ସ, ଶାରୀରିକ କାର୍ଯ୍ୟକଳାପ, ବିଛଣାର ସମୟ, ଶୋଇବା ସମୟର ପ୍ରତି ଘଣ୍ଟା, ଖାଦ୍ୟପେୟ ଅଭ୍ୟାସ ଏବଂ ନିକୋଟିନ୍ ଏକ୍ସପୋଜର ଉପରେ ଆଧାର କରି ହୃଦ୍‌ରୋଗ ସ୍ବାସ୍ଥ୍ୟର ତର୍ଜମା କରାଯାଇଥିଲା । ସର୍ବାଧିକ ସ୍କୋର 100 ଆଧାରରେ ସେମାନଙ୍କ ସ୍କୋରକୁ ଲକ୍ଷ୍ୟ କରି ଜୀବନଶୈଳୀ ପରିବର୍ତ୍ତନ ଉପରେ ପରାମର୍ଶ ଦିଆଯାଇଥିଲା ବୋଲି ହୃଦରୋଗ ବିଶେଷଜ୍ଞ ରଜନିଶ କହିଛନ୍ତି ।

ଡାକ୍ତର ଅଜନିଶ କହିଛନ୍ତି ଯେ, ‘‘ଏମାନଙ୍କ ମଧ୍ୟରୁ 40 ରୁ କମ୍ ସ୍କୋରେ ଥିବା ପିଲାଙ୍କୁ ଶ୍ରେଣୀଭୁକ୍ତ କରାଯାଇଥିଲା, ଏହି ପିଲାମାନେ ତୀବ୍ର ଜୀବନଶୈଳୀ ପରିବର୍ତ୍ତନକୁ ଯଥା ଶୀଘ୍ର ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଥିଲା । 70 ରୁ 100 ମଧ୍ୟରେ ସ୍କୋର ପିଲା ସୁସ୍ଥ ଥିଲାବେଳେ 40 ରୁ 70 ମଧ୍ୟରେ ସ୍କୋର କରୁଥିବା ପିଲାମାନେ ମଧ୍ୟମ ଜୀବନଶୈଳୀ ଆବଶ୍ୟକ କରନ୍ତି ବୋଲି ସେ କହିଛନ୍ତି । ଅଧ୍ୟୟନ ପିଲାସଂଖ୍ୟାର 24 ପ୍ରତିଶତ ହୃଦୟ ସ୍ବାସ୍ଥ୍ୟ ସ୍କୋର 40 ରୁ କମ୍, 68 ପ୍ରତିଶତ 40-70 ସ୍କୋର ପରିସର ମଧ୍ୟରେ ଥିବାବେଳେ କେବଳ ଆଠ ପ୍ରତିଶତ ଲୋକଙ୍କର ଜୀବନଶୈଳୀ ଥିଲା ଯାହା ଏକ ସୁସ୍ଥ ହୃଦ୍‌ରୋଗ ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ପୂରଣ କରିଥିଲା ବୋଲି ହୃଦରୋଗ ବିଶେଷଜ୍ଞ କହିଛନ୍ତି ।’’

କପୁର ସେମାନଙ୍କ ପିତାମାତାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଏବଂ ସେମାନଙ୍କ ପିଲାମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରିଥିଲେ । ବାପା-ମାଆ ପିଲାମାନଙ୍କ ଏହି ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଲେ ବୟସ୍କ ଅବସ୍ଥାରେ ହୃଦ୍‌ରୋଗ ବିପଦରୁ ରକ୍ଷା କରିପାରିବ ବୋଲି ଅଜନିଶ କହିଛନ୍ତି । ପିଲାମାନଙ୍କର ଜୀବନଶୈଳୀ ସେମାନଙ୍କର ବୟସ୍କ ଅବସ୍ଥାରେ ହୃଦ୍‌ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଅଳ୍ପ କିମ୍ବା କୌଣସି ଶାରୀରିକ କାର୍ଯ୍ୟକଳାପ ପରେ ଖରାପ ଖାଦ୍ୟ ଅଭ୍ୟାସ ଦ୍ବାରା ଅଧ୍ୟୟନ ଜନସଂଖ୍ୟାରେ ହୃଦ୍‌ରୋଗର ସ୍ୱାସ୍ଥ୍ୟ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ସର୍ବୋଚ୍ଚ କାରଣ ବୋଲି ଜଣାପଡିଛି ।

ହୃଦରୋଗ ବିଶେଷଜ୍ଞ ଅଜନିଶ ଆହୁରି ମଧ୍ୟ କହିଛନ୍ତି, ଅଧିକାଂଶ ଲୋକେ କିଶୋର ଅବସ୍ଥାରେ ବିପଦ କାରଣ ବିଷୟରେ ଚିନ୍ତା କରନ୍ତି ନାହିଁ, କିନ୍ତୁ ମୁଁ ଭାବୁଛି ଏହା ପ୍ରକୃତରେ ଜରୁରୀ ଯେ ଆମେ ସମସ୍ତେ ତାହା କରିବା ଉଚିତ୍ । କାରଣ ବୋଧହୁଏ ବଡ ହେବା ପରେ ଏଥିରୁ ମୁକ୍ତି ପାଇବା ଚିନ୍ତା କରିବା ପରେ କିଶୋର ଅବସ୍ଥାରୁ ସତର୍କ ରହିବା ଆବଶ୍ୟକ । ତେବେ କଣ କରିବା ଦ୍ବାରା ହୃଦରୋଗକୁ ରୋକାଯାଇ ପାରିବର ପ୍ରଶ୍ନରେ ଅଜନିଶ କହିଛନ୍ତି ଯେ, ଏହା ସୁସ୍ଥ ଖାଦ୍ୟରୁ ଆରମ୍ଭ ହୁଏ, ଭଲ ଖାଦ୍ୟ ପନିପରିବା, ଫଳ, ଏକ ଚତୁର୍ଥାଂଶ ଲିନ ପ୍ରୋଟିନ୍(lean Protein) ଏବଂ ଏକ ଚତୁର୍ଥାଂଶ ସମ୍ପୂର୍ଣ୍ଣ ଶସ୍ୟ ଜାତୀୟ ଖାଦ୍ୟ ସହ ଦୁଗ୍ଧ ଖାଇବା ଉଚିତ ।

Last Updated : Aug 21, 2022, 10:28 AM IST

ABOUT THE AUTHOR

...view details