ନୂଆଦିଲ୍ଲୀ: ବିଛଣାକୁ ସୁନ୍ଦର ଭାବେ ବିଛାଇବା, ଏକ ସୁନ୍ଦର ଡ୍ରେସ ପିନ୍ଧିବା ସହ ସମାନ । ଶଯ୍ୟା ହେଉଛି ଏକ ଆରାମ ଦାୟକ ସ୍ଥାନ । ପରିସଂଖ୍ୟାନ ଅନୁଯାୟୀ, ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ଶଯ୍ୟାରେ 3000 ଘଣ୍ଟା ବିତାଇଥାଏ । ଘର ମଧ୍ୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଉଛି ବିଛଣା, ଯେଉଁଠାରେ ଜଣେ ବ୍ୟକ୍ତି ଅଧିକ ସମୟ ବିତାଇଥାଏ । ଆପଣ ଯେତେବେଳେ ପରିଶ୍ରମ କରି ଘରକୁ ଫେରନ୍ତି, ଏକ ସୁନ୍ଦର ବିଛଣା ହିଁ ଆରାମ ଦେଇଥାଏ ।
ତେବେ କେତେକ ଆକର୍ଷଣୀୟ ବିଛଣା ଡିଜାଇନ ବାବଦରେ ଜାଣନ୍ତୁ...
ଗଦିର ପ୍ରଭାବ(Mattress Matters )- ଏକ ଉତ୍ତମ ଗୁଣାତ୍ମକ ଗଦି(Mattress), ଯାହାକୁ ବିନିଯୋଗ କରିବା ନିହାତି ଜରୁରୀ । ଆରାମ ଏବଂ ବିଳାସପୂର୍ଣ୍ଣତା ଦୃଷ୍ଟିରୁ ଏହା କିପରି ଅନୁଭବ କରେ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞମାନେ ଶତପ୍ରତିଶତ ସୂତା କପଡ଼ାରେ ବିନିଯୋଗ କରିବାକୁ ପରାମର୍ଶ ଦିଅନ୍ତି, କାରଣ ଏହା ସିନ୍ଥେଟିକ୍ ଫାଇବର ଗଦି ତୁଳନାରେ ଅଧିକ ଆରାମ ପ୍ରଦାନ କରିଥାଏ ।