ଓଡିଶା

odisha

ETV Bharat / state

ଚିକିତ୍ସା ଅଭାବରୁ ବୃଦ୍ଧ ମୃତ, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଡାକ୍ତରଖାନାରେ ମିଳିଲା ନାହିଁ ସଠିକ୍‌ ଉପଚାର । ଆସିଲେନି ଡାକ୍ତର । ଚାଲିଗଲା ଜୀବନ । ଫଳସ୍ବରୂପ ଉତ୍ତେଜିତ ହୋଇ ମୃତଦେହକୁ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Mar 9, 2019, 11:40 PM IST

ବ୍ରହ୍ମପୁର: ଡାକ୍ତରଖାନାରେ ମିଳିଲା ନାହିଁ ସଠିକ୍‌ ଉପଚାର । ଆସିଲେନି ଡାକ୍ତର । ଚାଲିଗଲା ଜୀବନ । ଫଳସ୍ବରୂପ ଉତ୍ତେଜିତ ହୋଇ ମୃତଦେହକୁ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାଟି ହେଉଛି ପାଟପୁର ଥାନା ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁରର । ଯେଉଁଠି ଚିକିତ୍ସା ଅଭାବରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ ଶନିବାର ଏହି ଗ୍ରାମରେ 72ବର୍ଷୀୟ ରଙ୍କ ପରିଡା ଶୌଚ ହେବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ରଙ୍କଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ହେଲେ ଖବର ପାଇ ମଧ୍ୟ ଡାକ୍ତର ନଆସିବାରୁ ଏବଂ ବୃଦ୍ଧଙ୍କର ମୃତ୍ୟୁ ହେବାରୁ ମୃତଦେହକୁ ଡାକ୍ତରଖାନା ସମ୍ମୁଖରେ ରଖି ଦିଗରହଣ୍ଡି-ଚିକିଟି ରାସ୍ତା ଅବରୋଧ କରିଛନ୍ତି ଉଭୟ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା । ତେବେ ଦାବି ରହିଛି କି ମୃତକଙ୍କ ପରିବାରକୁ ସରକାର ସହାୟତା ରାଶି ପ୍ରଦାନ କରନ୍ତୁ ।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର, ଦିଗପହଣ୍ଡି ଥାନାଧିକାରୀ ଗୌରାଙ୍ଗ ଚରଣ ସାହୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ମୃତକଙ୍କ ପରିବାରକୁ ରେଡ଼କ୍ରସ ପକ୍ଷରୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରିଥିଲେ ।

ଏନେଇ ପାଟପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details