ଭୁବନେଶ୍ବର: ଏଆଇସିସି ଦ୍ବାରା ଅନୁମୋଦିତ ହୋଇଛି କଂଗ୍ରେସର ନିର୍ବାଚନୀ ଇସ୍ତାହାର । ଯାହାକୁ ନେଇ ବର୍ତ୍ତମାନ ଭୋଟରଙ୍କୁ ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖାଇବାରେ ଲାଗିଛନ୍ତି କଂଗ୍ରେସ କର୍ମୀ । ସମସ୍ତ ବର୍ଗର ଭୋଟରଙ୍କୁ ମନେଇବା ପାଇଁ ଚାଲିଛି ଦଳୀୟ ଇସ୍ତାହାରର ବ୍ୟବହାର । ଏନେଇ ଓଡିଶା ଆସି ଦଳ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ।
ଏଆଇସିସି ଦ୍ବାରା ଦଳୀୟ ଇସ୍ତାହର ଅନୁମୋଦିତ ହେବା ପରେ ଦଳର ବଛା ବଛା 24ଜଣ ନେତାଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଏହି କ୍ରମରେ ଓଡିଶା ଆସି ଦଳର ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଛନ୍ତି ଦଳ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ । ତେବେ ଏହି ଇସ୍ତାହାରରେ ରହିଛି ସମସ୍ତ ଗରିବ ପରିବାରକୁ ମାସିକ 6ହଜାର ଟଙ୍କା, ମହିଳା ସଂରକ୍ଷଣ ବିଲ୍, ଚାଷୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଓ ବେକାର ଯୁବକ ଯୁବତୀଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଆଦି ପ୍ରସଙ୍ଗ ।