ଓଡିଶା

odisha

ETV Bharat / state

ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ଜୀବନ, ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା

ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକ୍ସନ ପ୍ରୟୋଗ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜଗାଙ୍ଗପୁର ଥାନାରେ ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

ଭୁଲ ଇଞ୍ଜେକ୍ସନରୁ ଚାଲିଗଲା ଜୀବନ, ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା
ଭୁଲ ଇଞ୍ଜେକ୍ସନରୁ ଚାଲିଗଲା ଜୀବନ, ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା

By

Published : Apr 11, 2021, 10:04 AM IST

ସୁନ୍ଦରଗଡ: ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକ୍ସନ ପ୍ରୟୋଗ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜଗାଙ୍ଗପୁର ଥାନାରେ ହୋଇଛି ଅଭିଯୋଗ । ବାଣ୍ଠୁ ପଡାର ରଥ ବାର୍ଲା ନାମକ ଜଣେ ବ୍ୟକ୍ତିଙ୍କର ହୋଇଛି ମୃତ୍ୟୁ ।

ସନ୍ଧ୍ୟାରେ ବାଣ୍ଠୁପଡା ବାସିନ୍ଦା ଲୁଣ୍ଡୁ ବାର୍ଲାଙ୍କ ପୁଅ ରଥ ବାର୍ଲାର ଦେହ ଅସୁସ୍ଥ ହେବାରୁ ସେ ନିକଟରେ ଥିବା ଆଇସା ନାମକ ଘରୋଇ କ୍ଲିନିକ କୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଥିବା ଚିକିତ୍ସିକ ମହମ୍ମଦ ସାହାନୱାଜ ଖାନ ପରୀକ୍ଷା ନିରୀକ୍ଷା କରି ରଥ ବାର୍ଲାକୁ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବାପରେ ସେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ମହମ୍ମଦ ସାହାନୱାଜ ଖାନ ଓ ପିତା ଲୁଣ୍ଡୁ ବାର୍ଲା ଏକ ବାଇକ ଯୋଗେ ନିକଟସ୍ଥ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଭୁଲ ଇଞ୍ଜେକ୍ସନ ପ୍ରୟୋଗ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରି ଶନିବାର ବିଳମ୍ବିତ ରାତିରେ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇଲା ପରେ ମହମ୍ମଦ ସାହାନୱାଜ ଖାନକୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି । ଆଜି ଡାକ୍ତରଖାନରୁ ସମ୍ପୁର୍ଣ୍ଣ ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟତା ଜଣା ପଡିବ ବୋଲି ରାଜଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details