ରାଉରକେଲା:ଇବ ନଦୀକୁ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ । ସୁନ୍ଦରଗଡ଼ ଲାଇଫ ଲାଇନ କୁହାଯାଉଥିବା ଇବ ନଦୀ ବର୍ତ୍ତମାନ ଶୁଖୁଲା ପଡିଥିବା ବେଳେ ବିକ୍ଷୋଭ କରି ନିଜର ଦାବି ଜାହିର କରିଛନ୍ତି ସାଧାରଣ ଲୋକେ । ଛତିଶଗଡ଼ରେ ମହାନଦୀ ଉପରେ ବ୍ୟରେଜ ପରେ ମହାନଦୀ ଶୁଖିବାରେ ଲାଗୁଛି । ଏହାସହ ସୁନ୍ଦରଗଡର ଇବ ନଦୀ ମଧ୍ୟ ଶୁଖିବାରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଇବ ନଦୀ ଶୁଖିଲା ପଡିବା ଯୋଗୁଁ ବର୍ତ୍ତମାନ ପିଇବା ଜଳ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ତେଣୁକରୀ ଶୁଖିଲା ଇବ ନଦୀ ବାଲି ଉପରେ ଚାଲିଛି ଆନ୍ଦୋଳନ ।
ତେବେ ଗୋଟିଏ ପଟେ ସତ୍ୟାଗ୍ରହ ଚାଲିଥିବା ବେଳେ ସୁନ୍ଦରଗଡ ଗସ୍ତ କରିଛି ମହାନଦୀ ଟ୍ରିବ୍ୟୁନାଲ ର ଏକ ଟିମ । ଆନ୍ତଃରାଜ୍ୟ ଜଳ ବିବାଦ କୁ ନେଇ ମହାନଦୀ ଟ୍ରିବ୍ୟୁନାଲ୍ ର ସୁନ୍ଦରଗଡ ଗସ୍ତ ରହିଥିବା ବେଳେ ଠିକ୍ ତା ପୂର୍ବ ରୁ ଶୁଖିଲା ପଡିଥିବା ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାର ଜୀବନ ରେଖା ଇବ୍ ନଦୀ କୁ ବଞ୍ଚାଇବା ପାଇଁ ଆନ୍ଦୋଳନ କରିଛନ୍ତି ଜନ ସାଧାରଣ । ଟ୍ରିବ୍ୟୁନାଲ କେବଳ ସ୍ଥିତି ଯାଞ୍ଚ ନ କରି ଲୋକଙ୍କ ମତ ନେବା ପାଇଁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ । ଏନେଇ ଟାଣ ଖରା ମଧ୍ୟରେ ସୁନ୍ଦରଗଡ ସହର ମହାଦେବ ପଡା ଇବନଦୀର ବାଲିପଠାରେ ପ୍ରତିବାଦ ଜଣାଇଛନ୍ତି ଆନ୍ଦୋଳନକାରୀ।