ଓଡିଶା

odisha

ETV Bharat / state

ସୁନ୍ଦରଗଡରେ ନଗଡା ଚିତ୍ର, ଭୋକ ଜ୍ବାଳାରେ ଅଇଁଠା ପତ୍ର ଚାଟୁଛି ଶିଶୁ - video of the hungry child licking

ଭୋକର ଜ୍ବାଳା ସମ୍ଭାଳି ପାରିଲାନି ଅଢେଇ ବର୍ଷର ଶିଶୁ । ଖାଦ୍ୟ ନପାଇ ଭୋକ ବିକଳରେ ଲୋକେ ଫିଙ୍ଗିଥିବା ଅଇଁଠା ପତ୍ର ଚାଟୁଥିବାର ନଗ୍ନଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ...

ଭୋକରେ ଅଇଁଠା ପତ୍ର ଚାଟୁଛି ଶିଶୁ
ଭୋକରେ ଅଇଁଠା ପତ୍ର ଚାଟୁଛି ଶିଶୁ

By

Published : Apr 9, 2021, 3:55 PM IST

Updated : Apr 9, 2021, 8:10 PM IST

ସୁନ୍ଦରଗଡ: କୋଇଡା ବ୍ଲକ ମାଲଦା ଗ୍ରାମପଞ୍ଚାୟତ ଗଣୁଆ ଗ୍ରାମ ସୁନାପଶି ଡ଼ାଡୁଗୋଠ ସାହିର ଇଏ ହେଉଛି ସେହି ଛାତିଥରା ଦୃଶ୍ୟ। ଭୋକର ଜ୍ବାଳା ସମ୍ଭାଳି ପାରିଲାନି ଅଢେଇ ବର୍ଷର ଶିଶୁ । ଆଉ ଭୋକ ବିକଳରେ ଲୋକେ ଫିଙ୍ଗିଥିବା ଅଇଁଠା ପତ୍ର ଚାଟୁଥିବାର ନଗ୍ନଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଘଟଣା ପଛର କାରଣ ଏବେ ଲୋକଙ୍କ ନଜରକୁ ଆସିଛି।

ସୁନ୍ଦରଗଡରେ ନଗଡା ଚିତ୍ର, ଭୋକ ଜ୍ବାଳାରେ ଅଇଁଠା ପତ୍ର ଚାଟୁଛି ଶିଶୁ

ଶିଶୁର ବାପା ହେଉଛନ୍ତି ଜଣେ ଦିନ ମଜୁରିଆ । ମା' ଗତ କିଛିଦିନ ତଳେ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି। ଗୋଟିଏ ପଟେ ପାରିବାରିକ ଅସହାୟତା ଓ ଅନ୍ୟପଟେ ପେଟପାଟଣା ଚିନ୍ତା ଏଭଳି ପରିସ୍ଥିତି ସୃଷ୍ଟି କରିଛି। ମା' ଛେଉଣ୍ଡ ହେବା ପରେ ପିଲାମାନଙ୍କ ଏଭଳି ଦୁର୍ଦ୍ଦଶା ହୋଇଛି।

ରାବଣ ମୁଣ୍ଡା ଅଢ଼େଇ ବର୍ଷର ଏହି ଶିଶୁ ସହ ତା 5 ବର୍ଷର ଭଉଣୀ ମାଳତୀ ମୁଣ୍ଡା ଓ 7 ବର୍ଷର ଭାଇ ରାଜନ ମୁଣ୍ଡା ରୁହନ୍ତି। ବାପା ରାବଣ ମୁଣ୍ଡା ଅନ୍ୟତ୍ର କାମ କରିବାକୁ ଯାଇଥିଲାବେଳେ ଶିଶୁଟି ଅଇଁଠା ପତ୍ର ଚାଟୁ ଥିଲା।

ତେବେ ବାପା ରାବଣ ମୁଣ୍ଡା କାମକୁ ଗଲା ପରେ ସେମାନଙ୍କୁ ରନ୍ଧାବଢ଼ା କରି ଦେବାକୁ କେହି ନଥିବାରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତେବେ ଏନେଇ ଆମେ ଶିଶୁର ବାପାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ହେଲେ ସେ କ୍ୟାମେରାକୁ କିଛି କହି ନଥିଲେ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Apr 9, 2021, 8:10 PM IST

ABOUT THE AUTHOR

...view details