ଓଡିଶା

odisha

ETV Bharat / state

ସୁନ୍ଦରଗଡରୁ 2 ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ

ସୁନ୍ଗରଗଡରୁ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା ଭଷ୍ମା ପୋଲିସ । ସେମାନଙ୍କ ଠାରୁ 2 କେଜିର ଗଞ୍ଜେଇ ଓ ଗୋଟିଏ ବାଇକ ଜବତ ହୋଇଛି । ଅଧିକ ପଢନ୍ତୁ...

By

Published : Jan 12, 2021, 11:16 AM IST

ସୁନ୍ଦରଗଡରୁ 2 ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ
ସୁନ୍ଦରଗଡରୁ 2 ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ

ରାଉରକେଲା: ସୁନ୍ଦରଗଡ ପୋଲିସକୁ ସଫଳତା । ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିଲା ଭଷ୍ମା ପୋଲିସ । ଏହା ସହ ସେମାନଙ୍କ ଠାରୁ 2 କେଜିର ଗଞ୍ଜେଇ ଓ ଗୋଟିଏ ବାଇକ ଜବତ ହୋଇଛି । ଗିରଫ ଦୁଇ ଜଣ ହେଲେ ସମୀର ତିର୍କୀ ଓ ବିଜୟ ନାୟକ । ଉଭୟ ଛତିଶଗଡ ଜଶପୁର ଜିଲ୍ଲାର ଫର୍ସାବାହାଲର ।

ସୁନ୍ଦରଗଡରୁ 2 ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ

ଅଭିଯୁକ୍ତ ଦୁଇଜଣ ଏକ ପଲସର ମୋଟର ସାଇକେଲରେ ଗଞ୍ଜେଇ ନେଇ ସୁନ୍ଦରଗଡ ଅଭିମୁଖେ ଆସୁଥିବା ନେଇ ଭଷ୍ମା ପୋଲିସକୁ ସୂଚନା ମିଳିଥିଲା । ଅଭିଯୁକ୍ତ ଦୁଇଜଣ ସମ୍ବଲପୁରରୁ ଏହି ଗଞ୍ଜେଇ ନେଇ ସୁନ୍ଦରଗଡ ଜିଲ୍ଲା ପଣ୍ଡ୍ରିପାଣି ଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏହା ପରେ ସେମାନଙ୍କୁ ଧାରା 20 ( ଖ) (ii)(ଖ) NDPSରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details